ନୂତନ ଅଧ୍ୟକ୍ଷା ଭାବେ ଯୋଗଦେଲେ ଚୈତାଳି: ମହାବିଦ୍ୟାଳୟର ଆହୁରି ବିକାଶ ହେବ ବୋଲି ଆଶା

ଭଞ୍ଜନଗର,୯।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ଡ ଚୈତାଳି ଷଡ଼ଙ୍ଗୀ ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ଅବସରରେ ପୂର୍ବତନ ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ଖୁଣ୍ଟିଆ, ମୁଖ୍ୟ କିରାଣୀ ଜ୍ୟୋତ୍ସ୍ନା କର , କିରାଣୀ ମାନସ ସାଗର ବେହେରା ପ୍ରମୁଖ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ଅଧ୍ୟକ୍ଷା ଷଡ଼ଙ୍ଗୀ ହେଉଛନ୍ତି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ବିଚିତ୍ରା ନନ୍ଦ ଦାସଙ୍କ ଝିଅ ଅଟନ୍ତି। ସେ କଟକ ଆର୍‌ଏନଆଇଏଏସଇ ବିଏଡ କଲେଜରେ ଆସିଷ୍ଟାଣ୍ଡ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ। ଏଠାକୁ ସେ ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ବଦଳି ହୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୁର୍ବରୁ ଏଠାରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ଡ ଦିଲ୍ଲୀପ କୁମାର ଖୁଣ୍ଟିଆଙ୍କ ଫୁଲବାଣୀ ବିଏଡ କଲେଜକୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ବଦଳି ହୋଇଥିବାବେଳେ ଅନ୍ୟଜଣେ ସହକାରୀ ପ୍ରଫେସର ବାବୁ ରାମ ପାଣିଙ୍କ ସୁନ୍ଦରଗଡ଼ ଆଇଟିଇପିକୁ ବିଭାଗୀୟ ମୁଖ୍ୟ ଭାବେ ବଦଳି ହୋଇଯାଇଛି। ଡ. ଷଡ଼ଙ୍ଗୀ ନୂତନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମହାବିଦ୍ୟାଳୟର ଆହୁରି ଅନେକ ବିକାଶ ହେବ ବୋଲି ଆଶା କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୪୫୦୦ ଗଛ କଟାଗଲା, କିନ୍ତୁ ଚଉଡ଼ା ହେଲାନି ରାସ୍ତା ! ଭଦ୍ରକ-ଆରଡ଼ି ସଡ଼କ ସମ୍ପ୍ରସାରଣକୁ ନେଇ ଉଠିଲା ପ୍ରଶ୍ନ

ତିହିଡ଼ି,୯।୬( କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡ଼ି ଛକରୁ ଆରଡ଼ି ପୀଠ ପର୍ଯ୍ୟନ୍ତ ପ୍ରାୟ ୩୬ କିଲୋମିଟର ଦୀର୍ଘ ରାସ୍ତା ଓଡ଼ିଶାର ଅନ୍ୟତମ ପ୍ରମୁଖ ଶୈବପୀଠ ବାବା…

ଇରାନ-ଇସ୍ରାଏଲ ଯୁଦ୍ଧ ବିରତି ମଧ୍ୟରେ ବଡ଼ ଘୋଷଣା କଲେ ଟ୍ରମ୍ପ, ବିଜୟୀ ଘୋଷଣା ପରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ…

ଓ୍ବାଶିଂଟନ,୯।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ସଂଘର୍ଷ ଯୋଗୁ ଆମେରିକା-ତେହରାନ ଶାନ୍ତି ଚୁକ୍ତି ବିପଦରେ ପଡ଼ିପାରେ ବୋଲି କଳ୍ପନାଜଳ୍ପନା ଉଠିଥିଲା। ଏହି ମଧ୍ୟରେ, ଆମେରିକା ରାଷ୍ଟ୍ରପତି…

କକ୍ରୋଚ ପରେ ପୁଣି ଏକ ପାର୍ଟି ଏବେ ଚର୍ଚ୍ଚାରେ: ସୁପ୍ରିମକୋର୍ଟର ପୂର୍ବତନ ଜଜ୍‌ କରିଛନ୍ତି ଗଠନ

ନୂଆଦିଲ୍ଲୀ,୯।୬: ଦେଶରେ ‘କକ୍ରୋଚ ଜନତା ପାର୍ଟି’ (CJP) ଚର୍ଚ୍ଚିତ ହେବାପରେ ଏବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ମାର୍କଣ୍ଡେୟ କାଟଜୁ ଏକ ନୂତନ ଦଳ ଗଠନ କରିଛନ୍ତି।…

ଜିରାଙ୍ଗ ବୌଦ୍ଧ ମନ୍ଦିର ପରିଦର୍ଶନ କଲେ ରାଜ୍ୟପାଳ, ବୁଦ୍ଧଙ୍କ ନିକଟରେ କଲେ….

ମୋହନା,୯।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଗସ୍ତରେ ମହାମହିମ ରାଜ୍ୟପାଳ । ରାଜ୍ୟପାଳ ମହେନ୍ଦ୍ରଗିରିରେ ଆୟୋଜିତ ମହେନ୍ଦ୍ରମେଳାରେ ଯୋଗ ଦେବା ପରେ ସେଠାରୁ ଜିରାଙ୍ଗ ସ୍ଥିତ…

ମେଷ ସମେତ ୩ ଏହି ରାଶି ଉପରେ ରହିବ ହନୁମାନଙ୍କ କୃପା, ମିଳିପାରେ ବଡ଼ ସଫଳତା

ଆଜିଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ନବମୀ ତିଥି । ନବମୀ ତିଥି ଆଜି ବିଳମ୍ବିତ ରାତି ୨:୩୫ ପର୍ଯ୍ୟନ୍ତ ଜାରି ରହିବ। ‘ପ୍ରୀତି ଯୋଗ’ ୮:୧୯ ପର୍ଯ୍ୟନ୍ତ…

ଶେଷ ହେଲା ଯୁଦ୍ଧ, ଏବେ ଇରାନରେ ପାଠ ପଢିବେ ପିଲା ଖୋଲିବ ସ୍କୁଲ!

ତେହରାନ,୯।୬: ଇରାନର ଚାରୋଟି ସହର ଉପରେ କ୍ଷେପଣାସ୍ତ୍ର ବର୍ଷା କରିବା ପରେ, ଇସ୍ରାଏଲ ଏହାର ଆକ୍ରମଣ ବନ୍ଦ କରିବାକୁ ଘୋଷଣା କରିଛି। ସେହି ସମୟରେ, ଏହା ତେହରାନକୁ…

ମମତା ବାନାର୍ଜୀଙ୍କ ସହ ଏମପି-ଏମଏଲଏଙ୍କ ମତାନ୍ତର କାହିଁକି? ଟିଏମସି ବିଭାଜିତ ହେବ କି? ବିଦ୍ରୋହୀ କାକୋଲି ଘୋଷ ଯୋଜନା କରିଛନ୍ତି…

କୋଲକାତା,୯।୬: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ଏକ ବଡ଼ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇପାରେ। ଦଳର ଆଭ୍ୟନ୍ତରୀଣ ଫାଟ ଖୋଲା ବିଦ୍ରୋହରେ ପରିଣତ ହେଉଥିବା ପରି…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri