Posted inଖେଳ

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି ଗୋଲ୍‌ ୧୮ତମ, ୧୯ତମ, ୩୭ତମ ଓ ୪୯ତମ ମିନିଟ୍‌ରେ ସ୍କୋର କରିଥିଲେ। ତାଙ୍କର ଏ ସମସ୍ତ ଫିଲ୍ଡ ଗୋଲ୍‌ ଥିଲା।

ଶିଳାନନ୍ଦ ଲାକ୍ରା (୬ଷ୍ଠ, ୩୫ତମ) ଏବଂ ସୁଖଜିତ୍‌ ସିଂ (୩୮ତମ ଓ ୪୮ତମ) ଦୁଇଟି ଲେଖାଏ ଗୋଲ ଦେଇଥିବା ବେଳେ ଅଭିଷେକ (୧୨ତମ), ରାଜୀନ୍ଦର ସିଂ (୧୯ତମ), ମନଦୀପ ସିଂ (୨୧ତମ), ଅଧିନାୟକ ହରମନପ୍ରୀତ ସିଂ (୨୮ତମ) ଓ ଯୁଗରାଜ ସିଂ (୪୭ତମ) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ।

ଇଣ୍ଡୋନେସିଆ ପକ୍ଷରୁ ଏକମାତ୍ର ସାନ୍ତ୍ୱନାମୂଳକ ଗୋଲ୍‌ ଅଉଲିଆ ଅଲ୍‌ ଅରଦ ଖେଳର ୩୩ତମ ମିନିଟ୍‌ରେ ସ୍କୋର କରିଥିଲେ। ଭାରତ ଏହାର ପରବର୍ତ୍ତୀ ଗେମ୍‌ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଏସିଆନ ଗେମ୍ସରେ ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳ ନୀଳରଙ୍ଗର ଜର୍ସିରେ ଖେଳିବେ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଥିଲେ। ମାତ୍ର ଉଭୟ ଦଳ କମଳା ରଙ୍ଗର ଜର୍ସିରେ ମ୍ୟାଚ ଖେଳିଥିଲେ, ଯାହାକୁ ସେମାନେ ନିକଟରେ ନେଦରଲାଣ୍ଡ୍ସ ଓ ବେଲଜିୟମରେ ପରିଧାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?