ନନ୍ଦିନୀ ଦେବୀଙ୍କୁ ମରଣୋତ୍ତର ଢେଙ୍କାନାଳ ଗୌରବ ସମ୍ମାନ

ଢେଙ୍କାନାଳ,୨୯ା୧୦(ରତନ ନାୟାର)ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୮ତମ ନଟରାଜ କୁମାରୋତ୍ସବ ଶନିିବାର ଉଦ୍‌ଘାଟିତ ହୋଇଯାଇଛି। ଢେଙ୍କାନାଳ ସାମ୍ବାଦିକ ସଂଘ, ଜିଲା ସଂସ୍କୃତି ପରିଷଦ, ରାଜ୍ୟ ସଂସ୍କୃତି ବିଭାଗ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ସହାୟତାରେ ଆରମ୍ଭ ହୋଇଥିବା ଏହି କୁମାରୋତ୍ସବ ଦୁଇଦିନ ଧରି ଚାଲିବ। ଚଳିତବର୍ଷ ଅନୁଷ୍ଠାନ ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସାରସ୍ବତ ସାଧିକା ନନ୍ଦିନୀ ଶତପଥୀଙ୍କୁ ମରଣୋତ୍ତର ଭାବେ ଢେଙ୍କାନାଳ ଗୌରବ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନକୁ ନନ୍ଦିନୀ ଦେବୀଙ୍କ ସୁପୁତ୍ର ତଥା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ଗ୍ରହଣ କରିଛନ୍ତି।
ଏହି ଅବସରରେ ସତପଥୀ କହିଥିଲେ, ଧରିତ୍ରୀ ପକ୍ଷରୁ ଓଡ଼ିଶାର ବିଭିନ୍ନ କଲେଜରେ ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢି ଶୀର୍ଷକ ବକ୍ତୃତା ପ୍ରତିଯୋଗିତା କରାଯାଉଛି, ଯେଉଁଥିରେ ପିଲାମାନେ ନିଜ ମନ ଭିତରେ ଥିବା କଥାକୁ ସ୍ପଷ୍ଟ ଭାବରେ କହୁଛନ୍ତି। ଅନୁଗୋଳ କଲେଜରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ଜଣେ ଛାତ୍ର ଭାରତ ଓ ଇଣ୍ଡିଆ ମଧ୍ୟରେ ପାର୍ଥକ୍ୟ ସମ୍ପର୍କରେ କହିଥିଲେ। ଏ ସମ୍ପର୍କରେ ବହୁତ ପଢିବା ପରେ ଜାଣିବାକୁ ମିଳିଲା ଯେ, ଆମେ ଯେଉଁ ଭାରତ କହୁଛେ, ସେଥିରେ ମଗଧ, କଳିଙ୍ଗ ନ ଥିଲା। ଅର୍ଥାତ୍‌ ଓଡ଼ିଶା ମଧ୍ୟ ଏଥିରୁ ବାଦ୍‌ ପଡିଥିଲା। ଆଜିର ଯୁଗରେ ବହୁତ ନୂଆକଥା ଚିନ୍ତା କରାଯାଉଛି, ଯାହା ଆମେମାନେ ଜାଣି ନ ଥିବା। ସବୁ ପ୍ରକାରର ଆଧୁନିକତା ସହ ସବୁକଥା ଯେବେ ମିଶିଯିବ, ତାହେଲେ ଏ ଦେଶ ଏକ ସୁନ୍ଦର ଦେଶ ହୋଇପାରିବ। ଆମ ଭାଷା, ଐତିହ୍ୟ, ସଂସ୍କୃତି ଓ ସୌନ୍ଦର୍ଯ୍ୟ ବିଷୟରେ ଯେତେବେଳେ ଆମେ ଜାଣୁଛେ, ଆମ ଓଡ଼ିଶା ବିଶେଷକରି ଢେଙ୍କାନାଳରେ ଯାହା ଅଛି, ତାହା ଆଉ କେଉଁଠି ନାହିଁ। ଢେଙ୍କାନାଳ ସବୁବେଳେ ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ସବୁଠି ନେତୃତ୍ୱ ଦେଇ ଆସିଛି ବୋଲି ସତପଥୀ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ବିଧାୟକ ସରୋଜ କୁମାର ସାମଲ କହିଲେ, ଢେଙ୍କାନାଳର ସଂସ୍କୃତି, ପରମ୍ପରା ଓ ସାହିତ୍ୟ ଉଚ୍ଚକୋଟୀର। ନଟରାଜ ଭଳି ଅନୁଷ୍ଠାନ ମାଧ୍ୟମରେ ପ୍ରତିଭାବାନ କଳାକାରମାନେ ଢେଙ୍କାନାଳକୁ ଗର୍ବିତ କରିଛନ୍ତି। ଶାସ୍ତ୍ରୀୟ ନୃତ୍ୟ ସହିତ ଆଜିର ଯୁବପିଢିଙ୍କ ଚାହିଦା ମୁତାବକ ଆଧୁନିକ ନୃତ୍ୟ, ସଙ୍ଗୀତ ଓ ବାଦ୍ୟକୁ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୌଦ୍ଧର ପୂର୍ବତନ ଜିଲାପାଳ ସତ୍ୟ ରଞ୍ଜନ ସାହୁ ଢେଙ୍କାନାଳରେ ଏକ ଡ୍ୟାନ୍ସ ଏକାଡେମୀ ପ୍ରତିଷ୍ଠା ହେଲେ ଏଠିକାର କଳାକାରମାନେ ଆହୁରି ଉତ୍କର୍ଷ ପ୍ରତିପାଦନ କରିପାରନ୍ତେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କହିଲେ, ପ୍ରସିଦ୍ଧ ଲକ୍ଷ୍ମୀପୂଜା ଢେଙ୍କାନାଳର ଗଣପର୍ବ। ଏହି ସମୟରେ ନଟରାଜ ପକ୍ଷରୁ ଅନୁଷ୍ଠିତ ସାଂସ୍କୃତିକ ଉତ୍ସବ କଳାକାରମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବ। ଉପଦେଷ୍ଟା ନବୀନଚନ୍ଦ୍ର ନାରାୟଣ ଦାସଙ୍କ ସଭାପତିତ୍ୱରେ ସମ୍ପାଦକ ମହାଦେବ ପ୍ରସାଦ ତ୍ରିପାଠୀ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ କ୍ରୀଡ଼ା କ୍ଷେତ୍ରରେ ପର୍ବତାରୋହିଣୀ କଳ୍ପନା ଦାଶଙ୍କ ସ୍ମୃତି ସମ୍ମାନରେ ଭାରୋତ୍ତୋଳନକାରୀ କ୍ରୀଡାବିତ୍‌ ହୃଦାନନ୍ଦ ଦାସ, ନଟରାଜ ନୃତ୍ୟ ସମ୍ମାନରେ ନୃତ୍ୟଶିଳ୍ପୀ ଶ୍ୱେତା ପାଣି, ନଟରାଜ ଯୁବ ଶିଳ୍ପୋଦ୍ୟୋଗୀ ସମ୍ମାନରେ ଡା. ଅବିନାଶ ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ନଟରାଜ ଅନୁଷ୍ଠାନର କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଢେଙ୍କାନାଳର ଯୁବ କଣ୍ଠଶିଳ୍ପୀ ଅଂଶୁମାନ ଭରଦ୍ୱାଜ ଓ ଅଙ୍କିତା ଦାସ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରତିଷ୍ଠାନର ସଦସ୍ୟ ସତ୍ୟସ୍ବରୂପ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ସତ୍ୟ ନାରାୟଣ କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଅନୁଷ୍ଠାନର ଆଜୀବନ ସଭାପତି କୃଷ୍ଣକୁମାର ମିଶ୍ର, ଉପସଭାପତି ପ୍ରତିମା ସିହ୍ନା, ଗୁରୁ ଜ୍ୟୋତ୍ସ୍ନା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?