ଅସୁସ୍ଥ ହାତୀ ଛୁଆକୁ ଟ୍ରାଙ୍କୁଲାଇଜ ଲାଗି ପହଞ୍ଚିଲା ନନ୍ଦନକାନନର ସତନ୍ତ୍ର ଟିମ୍‌

ପାଟଣା,୨୧।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କ୍ଷିରେଇ ଟାଙ୍ଗିରି ସେକ୍ସନ ଡାବରଚୁଆ ଜଙ୍ଗଲରେ  ହାତୀଛୁଆ ଅସୁସ୍ଥ ହୋଇଯାଇଛି।
ମଙ୍ଗଳବାର ଉକ୍ତ  ହାତୀଛୁଆଟିକୁ ଚିକିତ୍ସା ପାଇଁ  କେନ୍ଦୁଝର ଡିଏଫ୍‌ଓ ଏଚ୍‌ଡି  ଧନରାଜ, ଏସିଏଫ୍‌ଓ  ଜିତେନ୍ଦ୍ର  ବେହେରାଙ୍କ ସହ ନନ୍ଦନ କାନନର ଟ୍ରାଙ୍କୁଲାଇଜ ଟିମ୍‌ ପହଞ୍ଚି ଅପରେଶନ ଜାରି ରଖିଛନ୍ତି ।  ଛୁଆ  ହାତୀପଲ  ପାଟଣା ରେଞ୍ଜ ଡାଚୁଆ ଓ ସଦର ରେଞ୍ଜ ନୂଆଗାଁ ହୁଡ଼ି ମଧ୍ୟରେ ରହିଛନ୍ତି ବୋଲି କ୍ଷିରେଇ ଟାଙ୍ଗିରି ବନପାଳ ଶିବନାରାୟଣ ଦେବ କହିଛନ୍ତି। ଏକ ସପ୍ତାହ ହେବ ଉକ୍ତ ୧୨ ଟିକିଆ  ବଣୁଆ ହାତୀପଲଙ୍କ ଦଳରେ ଥିବା ଏକ ଛୁଆର ଡାହାଣ  ପାର୍ଶ୍ୱ ଆଗ ଗୋଡ଼ରେ ଆଘାତ ଲାଗିଥିବାରୁ ସେ  ଅସୁସ୍ଥ ହୋଇ ପଡିଥିବା ଥର୍ମାଲ ଡ୍ରୋନ କ୍ୟାମେରାରେ  ବନ ବିଭାଗ ଜାଣିବାକୁ  ପାଇଥିଲା।  ପରେ ହାତୀଟିର ଚିକିତ୍ସା ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ  କରିଛି। ଘଞ୍ଚ ଜଙ୍ଗଲ ସାଙ୍ଗକୁ ଛୁଆ ହାତୀଟିକୁ ଅନ୍ୟ ହାତୀପଲ ଘେରି ରହିଥିବାରୁ ଟ୍ରାଙ୍କୁଲାଇଜ କରିବାରେ ବନ ବିଭାଗ ଏଯାବତ୍‌ ସଫଳ  ହୋଇନାହିଁ। ଉଦ୍ୟମ ଜାରି ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ…

ବିନା ଆନ୍ଦୋଳନରେ କାମ କରୁନି ପ୍ରଶାସନ: ଜାତୀୟ ରାଜପଥ ଅବରୋଧ ପରେ ମରାମତି କାର୍ଯ୍ୟ ଆରମ୍ଭ

କୁଆଁରମୁଣ୍ଡା,୧୧।୮(ମହେନ୍ଦ୍ର କୁମାର ସାହୁ): ଏବେ ବିନା ଆନ୍ଦୋଳନ କିମ୍ବା ଧର୍ମଘଟରେ ଆଉ କୌଣସି କାର୍ଯ୍ୟ ହେଉନାହିଁ। ପ୍ରଶାସନ କେବଳ ପୂର୍ବରୁ ସବୁ ଦେଖି ଚୁପ୍ ବସୁଛି ଏବଂ…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଦିଗପହଣ୍ଡି ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ: ତାତିଲେ ଲୋକେ, ପୋଲିସ ହସ୍ତକ୍ଷେପ ପରେ…

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ପିତାମ୍ବରପୁର ଗ୍ରାମ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ମଙ୍ଗଳବାର ଜଣେ ଗ୍ରାହକଙ୍କ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ରାସ୍ତା ନା କାଦୁଅ ବିଲ…ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ରାସ୍ତା; ଆମ୍ବୁଲାନ୍ସ ଯିବା ବି କଷ୍ଟକର

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ଦୁରେଶପଦର ଶିବମନ୍ଦିର ଛକଠାରୁ ଡୁମୁଲି ନାଳ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି…

ହାତୀ-ମଣିଷ ସଂଘର୍ଷ ହ୍ରାସ ପାଇଁ ଉଦ୍ୟମ: ୭ଟି ବନଖଣ୍ଡରେ ଚାଲିଛି କଦଳୀ ଚାରା ରୋପଣ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ): ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ ନହେବାରୁ ହାତୀପଲ ସମେତ ବିଭିନ୍ନ ବନ୍ୟପ୍ରାଣୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି। ଫଳରେ ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri