ସନ୍ଧ୍ୟା ୬ ପରେ ନନ୍ଦନକାନନକୁ ପ୍ରବେଶ ମନା

ବାରଙ୍ଗ,୨୬।୧୧(ଡି.ଏନ୍‌.ଏ.): ସପ୍ତାହକୁ ଗୋଟେ ଦିନ ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଛି। ଏହିଦିନ ପଶୁପକ୍ଷୀ କୋଳାହଳରୁ ଦୂରେଇ ରହିବା ସହ ପରିସରର ଆନୁଷଙ୍ଗିକ କାର୍ଯ୍ୟ କରିବା ନିମନ୍ତେ ସୋମବାର ନନ୍ଦନକାନନକୁ ବନ୍ଦ ରଖାଯାଇଛି। କେବଳ ଘରୋଇକରଣରେ ନେଇଥିବା ଠିକାଦାର ଓ କର୍ମଚାରୀଙ୍କ ସହ ଆବଶ୍ୟକତା ଥିବା ନନ୍ଦନକାନନର କର୍ମଚାରୀଙ୍କୁ ନନ୍ଦନକାନନ ମଧ୍ୟକୁ ଛଡ଼ାଯାଉଛି। କିନ୍ତୁ ଏଥିରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ନନ୍ଦନକାନନର ବିକାଶ ଓ ପଶୁପକ୍ଷୀଙ୍କ ସୁରକ୍ଷାର ବୃହତ୍ତର ସ୍ବାର୍ଥକୁ ଆଖି ଆଗରେ ରଖି ସବୁଦିନ ନନ୍ଦନକାନନ ବନ୍ଦ ପରେ ଅର୍ଥାତ ସା ୬ଟା ପରେ କାହାରିକୁ ଭିତରକୁ ନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଯଦି ପରିସର ଭିତରକୁ କୌଣସି କାର୍ଯ୍ୟରେ ଜରୁରୀ ଆବଶ୍ୟକ ଥିବ, ସେମାନେ ନିଜ ସବିଶେଷ ଠିକଣା ପ୍ରବେଶ ପଥରେ ଥିବା ସୁରକ୍ଷା କର୍ମଚାରୀମାନଙ୍କ ପାଖରେ ଲେଖିବେ। ଏହାପରେ ତାଙ୍କୁ ଏକ ପାସ ପ୍ରଦାନ କରାଯିବ ବୋଲି ଭୁୁବନେଶ୍ୱର ଆଞ୍ଚଳିକ ବନସଂରକ୍ଷକ ତଥା ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ମହାପାତ୍ର ସୂଚନା ଦେଇଛନ୍ତି। ମହାପାତ୍ରଙ୍କ ସୂଚନା ଅନୁଯାୟୀ, ସୋମବାର ନନ୍ଦନକାନନ ବନ୍ଦ ରହୁଥିବାରୁ ସେହିଦିନ ୧ନଂ ଓ ୨ନଂ ଫାଟକ ବନ୍ଦ ରହୁଛି । ତେଣୁ ସୋମବାର ଆବଶ୍ୟକତା ନ ଥିବା କୌଣସି କର୍ମଚାରୀ ଓ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯିବ। ଏଥିନିମନ୍ତେ ସମସ୍ତଙ୍କୁ ସଚେତନ କରିବା ପାଇଁ ଏକ ସୂଚନାଫଳକ ପ୍ରବେଶପଥ ପାଖରେ ଖୁବଶୀଘ୍ର ଲାଗିବ। ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବା ପରେ ଅର୍ଥାତ ସା ହେବାମାତ୍ରେ ପରିସର ଜଙ୍ଗଲରେ ଥିବା ବାରହା ଓ ହରିଣମାନେ ଜଙ୍ଗଲ ମଧ୍ୟରୁ ବାହାରି ହଠାତ ନନ୍ଦନକାନନ ମୁଖ୍ୟରାସ୍ତା ଉପରକୁ ଚାଲିଆସୁଛନ୍ତି। ଏହି ସମୟରେ ଯାଉଥିବା ବାଇକ୍‌ ଚାଳକଙ୍କ ସହ ଏମାନଙ୍କର ଧକ୍କା ହେବାର ସମ୍ଭାବନା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri