ମା’ କନକଦୁର୍ଗା ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ

ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ଶିଳ୍ପାଞ୍ଚଳ ପାର୍ଶ୍ୱ ଆଙ୍କୁଲିର ପ୍ରସିଦ୍ଧ ମା’ କନକ ଦୁର୍ଗା ଠାକୁରାଣୀ ଯାତ୍ରା ବୁଧବାର ରାତ୍ରରୁ ଆରମ୍ଭ ହୋଇଛି। ତେଣୁ ମହାନଗରର ୪୦ନଂ. ୱାର୍ଡ ଆଙ୍କୁଲି ଉତ୍ସବମୁଖର ହୋଇଯାଇଛି। ଏହି ଦ୍ୱି-ବାର୍ଷିକ ଯାତ୍ରା ୧୫ ଦିନ ଚାଲିବ ଏବଂ ଆସନ୍ତା ମେ ୧୧ ତାରିଖ ରାତିରେ ଉଦ୍‌ଯାପିତ ହେବା ସହ ଠାକୁରାଣୀ ନିଜସ୍ବ ମନ୍ଦିରକୁ ବାହୁଡ଼ିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଯାତ୍ରା ପରିଚାଳନା କମିଟି ସଭାପତି ତଥା ୱାର୍ଡର ବିଜେଡି କର୍ପୋରେଟର ଭାଗୀରଥି ମହାରଣା ଏହି ସୂଚନା ଦେଇଛନ୍ତି।
ବୁଧବାର ବିଳମ୍ବିତ ସନ୍ଧ୍ୟାରେ ମନ୍ଦିରରେ ପରମ୍ପରା ପ୍ରକାରେ ପୂଜାର୍ଚ୍ଚନା ଓ ହୋମ ଆଦି ଅନୁଷ୍ଠିତ ହୋଇଥିଲା। ଗଁା ଦାଣ୍ଡକୁ ଆସିବା ନିମନ୍ତେ ଆବାହନ କରାଯାଇ ମସ୍ତକରେ ଫୁଲମାଳ ସ୍ଥାପନ କରାଯାଇଥିଲା। କିଛି ସମୟ ପରେ ମାଳ ଆପେ ଖସିବାରୁ ଯାତ୍ରା ଦାଣ୍ଡକୁ କନକ ଦୁର୍ଗା ଆସିବାର ସଂକେତ ମିଳିଥିଲା। ଶତାଧିକ ମହିଳା ଓ ପୁରୁଷ ମା’ଙ୍କ ଫୁଲ ଚାଙ୍ଗୁଡ଼ି ସହ ବିରାଟ ପଟୁଆରରେ ବାହାରିଥିଲେ। ଘଣ୍ଟ, ତାଳ ବାଦ୍ୟ ବାଜଣା ଓ ଶଙ୍ଖ ନାଦରେ ସମଗ୍ର ଅଞ୍ଚଳ କମ୍ପିଥିଲା। ପରେ ମା’ଙ୍କୁ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥିଲା। କନକ ଦୁର୍ଗାଙ୍କୁ ଅଣାଯାଉଥିବା ବେଳେ ବିଭିନ୍ନ ସାହିରେ ସମସ୍ତଙ୍କ ଦାଣ୍ଡ ଦୁଆରେ ପୂର୍ଣ୍ଣ କୁମ୍ଭ ସହ ପୂଜାର୍ଚ୍ଚନା କରାଯାଇଥିଲା। ଯାତ୍ରାବେଳର ଦେଶୀ ବେହେରା କୁହାଯାଉଥିବା ବିଷ୍ଣୁ ବେହେରା ଘଟ ମୁଣ୍ଡାଇଥିଲେ। ମନ୍ଦିର ଭିତରେ ସବୁ କାର୍ଯ୍ୟ ପୂଜକ ଭାଗ୍ୟ ଗନ୍ତାୟତ ସମ୍ପାଦନା କରିଥିଲେ।
ଯାତ୍ରା କମିଟି ସଭାପତି ମହାରଣାଙ୍କ ସମେତ ଏଲ. ସୁଦାମ ଦାସ, ବ୍ରଜ ମୋହନ ପ୍ରଧାନ, ଭବାନୀ ନାୟକ, ପୀତବାସ ପ୍ରଧାନ, ଧୀରେନ ଚୌଧୁରୀ, ପ୍ରକାଶ ଘଟୁଆଳ, ମୁନା ସେଠୀ, ଶାନ୍ତି ଦାସ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଙ୍କୁଲିରେ ରଙ୍ଗବେରଙ୍ଗର ଆଲୋକମାଳା ଝଲସୁଛି। ୧୫ ଦିନ ଅବଧି ମଧ୍ୟରେ ବିଭିନ୍ନ ମେଢ଼, କଳାକୁଞ୍ଜ ଓ ଦେବାଦେବୀଙ୍କ ଆକର୍ଷଣୀୟ ରଥ ବାହାରିବାର କାର୍ଯ୍ୟକ୍ରମ ରହିଛି। ନିରବଛିନ୍ନ ବିଦ୍ୟୁତ ସେବା, ଜଳଯୋଗାଣ ଓ ଶାନ୍ତି ଶୃଙ୍ଖଳା ପାଇଁ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବିଧାୟକଙ୍କ ବଡ଼ ସୂଚନା, ସମସ୍ତ ହାଇସ୍କୁଲରେ ଖୋଲିବ ଯୁକ୍ତ ୨

ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ୍ ରାସ୍ତାରେ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନର କାର୍ଯ୍ୟାଳୟ ଶନିବାର ରାତିରେ ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଦିଗପହଣ୍ଡିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନନାୟକ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ କଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ କଲ୍ୟାଣ…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri