ନାଗେଶ୍ୱରଟାଙ୍ଗୀ ହାଟର ଉନ୍ନତୀକରଣ ହେବ

ଭୁବନେଶ୍ୱର, ୧୯।୫ (ବ୍ୟୁରୋ): ୱାର୍ଡ ନମ୍ବର ୫୫ରେ ଗୁରୁବାର ‘ୱାର୍ଡରେ ଦିନେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାଗେଶ୍ୱର ଟାଙ୍ଗୀଠାରେ ଥିବା ବିଏମ୍‌ସି କମ୍ୟୁନିଟି ହଲ ପରିସରରେ ଅନୁଷ୍ଠିତ ଏହି ବୈଠକରେ ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରିଥିଲେ। ଏଥିରେ ନାଗେଶ୍ୱର ଟାଙ୍ଗୀ, ଗୌତମ ନଗର, ଗୋସାଗରେଶ୍ୱର ଅଞ୍ଚଳ, ଆକରପୁରୀ କଲୋନୀ ଓ ବିନ୍ଦୁସାଗର ପଶ୍ଚିମ ପାର୍ଶ୍ୱ ଆଦି ଅଞ୍ଚଳର ବରିଷ୍ଠ ନାଗରିକ, ସ୍ବେଚ୍ଛାସେବୀ, ବିଭିନ୍ନ ସାମାଜିକ ସଂଗଠନ, ଏସ୍‌ଏଚ୍‌ଜିର କର୍ମକର୍ତ୍ତା ଯୋଗଦେଇ ସେମାନଙ୍କ ଅଞ୍ଚଳର ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ। ୨୦୧୯-୨୦ରେ ନିର୍ମାଣାଧୀନ ଡ୍ରେନର ଶେଷ ସୀମା ନିର୍ଦ୍ଧାରିତ ହୋଇ ନ ଥିବାବେଳେ, ଡ୍ରେନ ଅଧା ହୋଇପଡି ରହିଛି। ଫଳରେ ମୁଖ୍ୟ ଡ୍ରେନ୍‌କୁ ପାଣି ଯାଇ ନ ପାରି ରାସ୍ତାରେ ଭାସୁଛି। ପରିମଳ ଠିକାଦାର ନିୟମିତ କାମ କରୁ ନ ଥିବା ଓ୍ବାର୍ଡବାସୀ ଅଭିଯୋଗ କରିଥିଲେ। ସେହିଭଳି ୨୦୧୦ରେ ନାଗେଶ୍ୱର ହାଟର ଶୁଭ ଦିଆଯାଇଥିଲେ ବି ଏଯାଏ କାମ ହୋଇପାରି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ହାଟ ଭିତରେ କେତେକ ଲୋକ ଜବରଦଖଲ କରିଥିବାରୁ ସେଠାରେ ପାର୍କିଂ ସମସ୍ୟା ସୃଷ୍ଟି ହେଉଛି, ନାଗେଶ୍ୱର ଟାଙ୍ଗୀ ଓ ଗୌତମ ନଗରରେ ଗୋଟିଏ ଲେଖାଏ ପୋଲିସ ବୁଥ୍‌ କରି ଅପରାଧ ନିୟନ୍ତ୍ରଣ କରିବା, ୱାର୍ଡରେ ଥିବା ସରକାରୀ ଜମିରେ ବ୍ୟାଡମିଣ୍ଟନ କୋର୍ଟ ପ୍ରତିଷ୍ଠା କରିବା, ନାଗେଶ୍ୱର ଟାଙ୍ଗି ପାର୍କର ଉନ୍ନତିକରଣ କରିବା, ଗୌତମ ନଗର ପାର୍କ ପାଖରୁ ଜବରଦଖଲ ଉଚ୍ଛେଦ କରିବା, ନାଗେଶ୍ୱର ଟାଙ୍ଗୀର ଏଚ୍‌ବି-୬୪ ରୁ ୭୫ ପର୍ଯ୍ୟନ୍ତ ସ୍ବେରେଜ ବ୍ୟବସ୍ଥାରେ ସୁଧାର ଆଣିବା, ସ୍ବେରେଜରୁ ବାହାରୁଥିବା ବର୍ଜ୍ୟକୁ ରାସ୍ତାରୁ ତୁରନ୍ତ ଉଠାଇବା, ଶିଶୁ ଉଦ୍ୟାନ ଏବଂ ଏକ କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା କରିବା, ହରିହର ବିଦ୍ୟାପୀଠ ଖେଳପଡିଆର ଉନ୍ନତୀକରଣ କରିବା, ୱାର୍ଡରେ କଣ୍ଟ୍ରୋଲ ଦୋକାନ ନ ଥିବାରୁ ରାଶନ ସାମଗ୍ରୀ ପାଇଁ ୫୬ ନମ୍ବର ୱାର୍ଡରୁ ଯିବାକୁ ପଡୁଛି। ତେଣୁ ୱାର୍ଡରେ ଡିଲର ନିଯୁକ୍ତି ଦିଆଯିବା, ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରେ ଭେଣ୍ଡିଂ ଜୋନ୍‌ ପ୍ରତିଷ୍ଠା କରିବା, ଅଞ୍ଚଳରେ ଥିବା ଜଳାଶୟଗୁଡିକର ପୁନରୁଦ୍ଧାର କରିବା ଆଦି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। ସେହିପରି ବର୍ଷକ ମଧ୍ୟରେ ୫୫ ନମ୍ବର ୱାର୍ଡରେ ଉନ୍ନୟନମୂଳକ କାମର ତାଲିକା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ମେୟର, କର୍ପୋରେଟର ନୃପେଶ କୁମାର ନାୟକ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସହିତ ଟିମ୍‌ ବିଏମ୍‌ସି ନାଗେଶ୍ୱର ଟାଙ୍ଗୀ ହାଟ ଓ ଡ୍ରେନ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଖୁବଶୀଘ୍ର ହାଟର ଉନ୍ନତିକରଣ କାମ ଆରମ୍ଭ ହେବ ବୋଲି ମେୟର ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଜୋନାଲ ଡେପୁଟି କମିଶନର ପ୍ରିୟବ୍ରତ ପାଢୀ, ଡେପୁଟି କମିଶନର ସ୍ନେହଲତା ଆଚାର୍ଯ୍ୟ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମେଶ୍ୱରୀ ଦାସ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri