ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏଭଳି କହିଲେ ନାଗାର୍ଜୁନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ଅଭିନୀତ ଫିଲ୍ମ‘ବ୍ରହ୍ମାସ୍ତ୍ର’କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଏ ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ବଲିଉଡ୍‌ ଫିଲ୍ମ ବୋଲି କୁହାଯାଉଛି। ଆୟାନ ମୁଖାର୍ଜୀ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି । ନିକଟରେ ଫିଲ୍ମର ଫାର୍ଷ୍ଟ ଲୁକ୍‌ ସାମ୍ନାକୁ ଆସିଥିଲା। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଫିଲ୍ମର ଷ୍ଟାର କାଷ୍ଟ ସାଉଥ୍‌ ମେଗାଷ୍ଟାର ନାଗାର୍ଜୁନ ଏକ ସାକ୍ଷାତକାରରେ ସମସ୍ତଙ୍କୁ ଫିଲ୍ମର କାହାଣୀ ବର୍ଣ୍ଣନା କରିଛନ୍ତି। ନାଗାର୍ଜୁନ କହିଛନ୍ତି, ‘ଫିଲ୍ମଟି ବହୁତ ବଡ଼ ଆକାରରେ ନିର୍ମିତ ହୋଇଛି। ଆଜିର ସମୟ ଏବଂ ବୈଦିକ ସମୟ ଏହାର ସ୍କ୍ରିପ୍ଟରେ ସୁନ୍ଦର ଭାବରେ ମିଶ୍ରିତ ହୋଇଛି। ମୁଁ ବ୍ରହ୍ମାସ୍ତ୍ର ବିଷୟରେ ଅଧିକ କିଛି କହିପାରିବି ନାହିଁ, କିନ୍ତୁ ମୁଁ ନିଶ୍ଚିତ ଭାବରେ କହିପାରିବି ଯେ ଏହା ପ୍ରାୟ ୫୦୦୦ ବର୍ଷ ପୁରୁଣା ଅସ୍ତ୍ର ବିଷୟରେ।’ ଫାର୍ଷ୍ଟ ଲୁକରେ ରଣବୀର କପୁର ରକ୍ତରେ ଜୁଡୁବୁଡ ହୋଇଥିବା ନଜର ଆସିଥିଲେ ଏବଂ ତାଙ୍କ ହାତରେ ଏକ ତ୍ରିଶୁଳ ଥିବା ଦେଖିବାକୁ ମିଳିଥିଲା। ଆଶା କରାଯାଉଛି ଏହି ଫିଲ୍ମରେ ଜବରଦସ୍ତ କାହାଣୀ ଥିବ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ବିଶ୍ୱରେ କରୋନା ପ୍ରକୋପ: ଭାଇରାଲ ହେଉଛି ଶର୍ଟ ଫିଲ୍ମ

ମୁମ୍ବାଇ: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ଏଥିରେ ସଂକ୍ରମିତ ହୋଇ ହଜାର ହଜାର ଲୋକଙ୍କ ଜୀବନ ଗଲାଣି। ଏଥିରୁ ରକ୍ଷା...

ଅମିତାଭ ବଚ୍ଚନଙ୍କ ବର୍ଷା ଟିପ୍ସ: ଏହି ମନ୍ତ୍ର ଜପନ୍ତୁ, ମିଳିବ ଭଲ ଭଲ ଖାଦ୍ୟ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥାନ୍ତି। ବେଳେବେଳେ ମଜା ମଜା କଥା କହି ଦର୍ଶକଙ୍କ ମନୋରଞ୍ଜନ ମଧ୍ୟ କରିଥାନ୍ତି। ନିକଟରେ...

ବୋଲ୍ଡସିନ୍‌ ଦେଇଥିବା ସତ୍ତ୍ୱେ ମଲ୍ଲିକାଙ୍କୁ ସବୁଠୁ ଖରାପ କିସର୍‌ ବୋଲି କହିଥିଲେ ଅଭିନେତା: ଜବାବରେ…

ବମ୍ବେ: ଅଭିନେତା ଭାବେ କମ୍‌ ବରଂ ସିରିୟଲ କିସର୍‌ ଭାବେ ଅଧିକ ଲୋକପ୍ରିୟ ଇମରାନ୍‌ ହାସମୀ। ତାଙ୍କ ଅଭିନୀତ ପ୍ରତିଟି ଫିଲ୍ମ ଥାଏ ବେଶ୍‌ ରୋମାଣ୍ଟିକ୍‌।...

ଏବେ ବିବାହ କରିବେ ନାହିଁ ଆଲିଆ!

ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ବେଶ କିଛିଦିନ ହେବ ଚର୍ଚ୍ଚା ଚାଲିଛି । ହେଲେ ବିବାହ...

ପାକିସ୍ତାନରେ ଶୋ’ କରି ଅଡୁଆରେ ମିକା ସିଂ

ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ ପାକିସ୍ତାନରେ ଏକ ସଙ୍ଗୀତ ଶୋ’ କରି ଅଡୁଆରେ ପଡିଯାଇଛନ୍ତି। ଉଭୟ ଭାରତ ଏବଂ ପାକିସ୍ତାନର ଦର୍ଶକ ତାଙ୍କୁ ସୋସିଆଲ...

‘ଦ କଶ୍ମୀର ଫାଇଲ୍ସ’ ପରେ ଏବେ ‘ଦ ଦିଲ୍ଲୀ ଫାଇଲ୍ସ’

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ୨୫୦ କୋଟି ଟଙ୍କାରୁ...

ଅଜିତ୍‌ ଡୋଭାଲ୍‌ ଭୂମିକାରେ ଅକ୍ଷୟ କୁମାର

ବଲିଉଡର ସଫଳ କଳାକାରଙ୍କ ମଧ୍ୟରେ ରହିଛନ୍ତି ଅଭିନେତା ଅକ୍ଷୟ କୁମାର। ସମାଜରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଫିଲ୍ମ କରିବା ସହ ବର୍ଷରେ ଏକାଧିକ ଫିଲ୍ମରେ...

‘ନାଗିନ୍‌-୪’ରେ ରଶ୍ମୀ

ବମ୍ବେ: ଦୀର୍ଘଦିନ ପରେ ଟେଲି ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ରଶ୍ମୀ ଦେଶାଇ। ଏକତା କପୁରଙ୍କ ଶୋ’ ‘ନାଗିନ୍‌-୪’ରେ ନଜର ଆସିବେ ସେ। ଶୋ’ରୁ କିଛି ଫଟୋ...

Advertisement
Archives

Model This Week