ଆଇସ୍‌କ୍ରିମ କାଠିରେ ନାଗାର୍ଜୁନ ବେଶ

ପୁରୀ ଅଫିସ,୨୫।୧୧: ଦୀର୍ଘ ୨୫ବର୍ଷ ପରେ ପଡ଼ୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଆସନ୍ତା ୨୭ ତାରିଖରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ। ଏଥର କରୋନା ମହାମାରୀ ପାଇଁ ଏହି ବେଶକୁ ଭକ୍ତମାନେ ଦେଖିପାରିବେ ନାହିଁ। ତେବେ ମହାପ୍ରଭୁଙ୍କର ଏହି ମହାର୍ଘ ବେଶକୁ ନିଆରା ଢଙ୍ଗରେ ପ୍ରସ୍ତୁତ କରିଛନ୍ତି ଜଣେ ଡିପ୍ଲୋମା ଛାତ୍ର। ଏହି ଯୁବ ଶିଳ୍ପୀ ଜଣଙ୍କ ହେଲେ ପୁରୀ କୁମୁଟିପାଟଣାର ବିଶ୍ୱଜିତ ନାୟକ (୧୯)। ୩,୫୭୫ ଖଣ୍ଡ ଆଇସ୍‌କ୍ରିମ୍‌ କାଠିରେ ନାଗାର୍ଜୁନ ବେଶ ତିଆରି କରି ବିଶ୍ୱଜିତ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ଏ ସମ୍ପର୍କରେ ବିଶ୍ୱଜିତ୍‌ କହିଛନ୍ତି, ଏହି ବେଶ ତିଆରି କରିବାକୁ ତାଙ୍କୁ ୧୬ ଦିନ ସମୟ ଲାଗିଛି। ୩,୫୭୫ ଖଣ୍ଡ ଆଇସ୍‌କ୍ରିମ୍‌ କାଠିରେ ୪୦ ଇଞ୍ଚ ଉଚ୍ଚତା ଏବଂ ୨୨ ଇଞ୍ଚ ଚଉଡ଼ାର ବେଶ ତିଆରି କରିଛନ୍ତି। ପୂର୍ବରୁ ସେ ଆଇସ୍‌କ୍ରିମ୍‌ କାଠିରେ ନନ୍ଦିଘୋଷ ରଥ ଏବଂ କୁନି ଗଣେଶ ତିଆରି କରିଥିବାରୁ ନାଗାର୍ଜୁନ ବେଶ ପାଇଁ ତାଙ୍କୁ ବେଶି ସମସ୍ୟା ହୋଇ ନ ଥିଲା। ସୂଚନାଥାଉ କି, ସପ୍ତମ ଶ୍ରେଣୀରେ ପଢୁଥିବାବେଳେ ଆଇସ୍‌କ୍ରିମ୍‌ କାଠିରେ ସିଂହାସନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବସାଇଥିଲେ ବିଶ୍ୱଜିତ, ଯାହା ବେଶ୍‌ ଆକର୍ଷଣୀୟ ହୋଇଥିଲା। ପରିବାର, ସମ୍ପର୍କୀୟ ଏହାକୁ ଦେଖିବା ପରେ ତାଙ୍କୁ ପ୍ରେରଣା ଦେଇଥିଲେ। ଆଇସ୍‌କ୍ରିମ କାଠିକୁ ନେଇ ସେ ଆଗକୁ ବଢିବାକୁ ସ୍ବପ୍ନ ଦେଖିଥିବା ବିଶ୍ୱଜିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇ-ରିକ୍ସାରେ ବିଏମ୍‌ସି କମିଶନର

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଇ-ରିକ୍ସାରେ ବସି ବିଏମ୍‌ସି କମିଶନର ତଥା କ୍ରୁଟ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଏକାମ୍ର କ୍ଷେତ୍ର ପରିଭ୍ରମଣ କରିଛନ୍ତି। ହକି ବିଶ୍ୱକପ୍‌କୁ ଦୃଷ୍ଟିରେ...

ଝାରସୁଗୁଡ଼ା ଉପନିର୍ବାଚନ: ସବୁ ବୁଥ୍‌ରେ ହେବ ଓ୍ବେବ୍‌କାଷ୍ଟିଂ

ଭୁବନେଶ୍ୱର,୬ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଏକ ବିଶେଷ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ପ୍ରଥମଥର ପାଇଁ...

ଆମପାଣି ଘାଟି ତଳୁ ଦୁର୍ଘଟଣାଗ୍ରସ୍ତ ମକା ବୋଝେଇ ଟ୍ରକ୍‌ ଠାବ: ଡ୍ରାଇଭର ମୃତ, ଉଦ୍ଧାର କାର୍ଯ୍ୟ ଜାରି

କୋକସରା,୧୪।୧୨(ଡି.ଏନ୍‌.ଏ.): କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ତଳୁ ଦୁର୍ଘଟଣାଗ୍ରସ୍ତ ଏକ ମକା ବୋଝେଇ ଟ୍ରକ୍‌କୁ ଶନିବାର ଠାବ କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତ...

ରାସ୍ତାପାର୍ଶ୍ୱ ବୃକ୍ଷରୋପଣରେ ଲକ୍ଷଲକ୍ଷ ଖର୍ଚ୍ଚ: ରକ୍ଷଣାବେକ୍ଷଣ ଅଭାବରୁ ମରିଯାଉଛି ଗଛ

ଲେଫ୍ରିପଡ଼ା,୯।୧୧(ଡି.ଏନ.ଏ)-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏ) ରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ସୁନ୍ଦରଗଡ ଜିଲା ଉଜ୍ୱଲପୁର ରେଞ୍ଜରେ ପ୍ରହସନର ରୂପ ନେଇଛି।...

କ୍ଷତିପୂରଣ ଦାବିରେ ସୋର-କୁପାରୀ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଖଇରା,୨୬ା୮(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ବଣପାରିଆ ଗ୍ରାମର ରମେଶ ପଣ୍ଡାଙ୍କ ପୁଅ ଧନଞ୍ଜୟ(୧୦) ପାଣିନାଳରେ ପଡ଼ି ମୃତ୍ୟୁ ଘଟଣାରେ କଣ୍ଟାପଡା ଶାସନ, ବଟେଶ୍ବର...

ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌: ୧୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଅସୁସ୍ଥ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲ୍‌କନ କମ୍ପାନୀର ଚିଙ୍ଗୁଡ଼ିି ପ୍ରୋସେସିଂ ପ୍ଲାଣ୍ଟରେ ବୁଧବାର ରାତି ପ୍ରାୟ ୯ଟା ବେଳେ କ୍ଲୋରିନ ଗ୍ୟାସ୍‌...

ଆଉ ନୂଆ ୧୭ ଏନ୍‌ଏସି ଗଠନ ହେବ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ରାଜ୍ୟରେ ଆଉ ୧୭ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଗଠନ ହେବ। କେବଳ ଜନସଂଖ୍ୟା ନୁହେଁ, ସେଠାକାର ଭୌଗୋଳିକ ପରିସ୍ଥିତି, ରାଜସ୍ବ ଆୟ...

ଆଜି ପବିତ୍ର ରଥଯାତ୍ରା: ପହଣ୍ଡି ଆରମ୍ଭ

ପୁରୀ ଅଫିସ୍‌,୧୨।୭: ମହାପ୍ରଭୁଙ୍କ ଆଜି ରଥଯାତ୍ରା। ନବଦିନାତ୍ମକ ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ବାହାରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ଗତବର୍ଷ ପରି ଏବର୍ଷ ମଧ୍ୟ...

Advertisement
Archives

Model This Week