Posted inଖେଳ

ନାଗାଲ ୨୫ ବର୍ଷରେ ପ୍ରଥମ ଭାରତୀୟ

ଟୋକିଓ, ୨୫ା୭ (ପି.ଟି.)-ଅଲିମ୍ପିକ ଗେମ୍ସରେ ଏକ ପୁରୁଷ ସିଙ୍ଗଲ୍ସ ଟେନିସ ମ୍ୟାଚ ଜିତିବାରେ ସୁମିତ ନାଗାଲ ୨୫ବର୍ଷରେ ପ୍ରଥମ ଏବଂ ମୋଟ ଉପରେ ତୃତୀୟ ଭାରତୀୟ ବିବେଚିତ ହୋଇଛନ୍ତି। ସେ ଶନିବାର ଏକ ୩ ସେଟ୍‌ ବିଶିଷ୍ଟ ମ୍ୟାଚରେ ଉଜବେକିସ୍ତାନର ଡେନିସ ଇସ୍ତୋମିନଙ୍କୁ ୬-୪, ୬-୭ (୬), ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ଆରିଏକ୍‌ ଟେନିସ ସେଣ୍ଟରର ୧୦ମ କୋର୍ଟରେ ଏହି ମ୍ୟାଚ ୨ ଘଣ୍ଟା ୩୪ ମିନିଟରେ ଶେଷ ହୋଇଥିଲା। ଦ୍ୱିତୀୟ ରାଉଣ୍ଡରେ ସେ ବିଶ୍ୱର ୨ ନମ୍ବର ଡାନିଲ ମେଡ୍‌ଭେଡେଭଙ୍କୁ ଭେଟିବେ। ଜିଶାନ ଅଲି ପ୍ରଥମ ଭାରତୀୟ ଭାବେ ୧୯୮୮ ସିଓଲ ଗେମ୍ସରେ ଏକ ସିଙ୍ଗଲ୍ସ ମ୍ୟାଚ ଜିତିଥିଲେ। ସେ ପାରାଗୁଏର ଭିକ୍ଟୋ କାବାଲେରୋଙ୍କୁ ପରାସ୍ତ କରିଥିଲେ। ପରେ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ୧୯୯୬ ଆଟଲାଣ୍ଟା ଗେମ୍ସରେ ବ୍ରାଜିଲର ଫର୍ନାଣ୍ଡୋ ମେଲିଜେନିଙ୍କୁ ପରାସ୍ତ କରି ପୁରୁଷ ସିଙ୍ଗଲ୍ସରେ ଐତିହାସିକ ବ୍ରୋଞ୍ଜ ସଫଳତା ହାସଲ କରିଥିଲେ। ତାଙ୍କ ପରେ କୌଣସି ଭାରତୀୟ ଗୋଟିଏ ହେଲେ ସିଙ୍ଗଲ୍ସ ମ୍ୟାଚ ଜିତିପାରି ନାହାନ୍ତି। ଲଣ୍ଡନରେ ୨୦୧୨ ଗେମ୍ସ ବେଳେ ସୋମ ଦେବବର୍ମନ ଓ ବିଷ୍ଣୁ ବର୍ଦ୍ଧନ ପ୍ରଥମ ରାଉଣ୍ଡ ଅତିକ୍ରମ କରିବାରେ ବିଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହିର୍‌ଓ୍ବାନୀ ମହିଳା ଦଳର ସ୍ପିନ ବୋଲିଂ ପରାମର୍ଶଦାତା

ନୂଆଦିଲ୍ଲୀ, ୧୮।୭ (ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର ତଥା ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ) ସ୍ପିନ କୋଚ୍‌ ନରେନ୍ଦ୍ର ହିରଓ୍ବାନୀଙ୍କୁ ଗୁରୁବାର ନୂଆ ଦାୟିତ୍ୱ ମିଳିଛି।...

ଆଜିର ଦିନରେ ଇତିହାସ ରଚିଥିଲେ ଯୁବରାଜ

ନୂଆଦିଲ୍ଲୀ,୧୯।୯: ସେପ୍ଟେମ୍ବର ୧୯, ୨୦୦୭, ସ୍ଥାନ- ଦକ୍ଷିଣ ଆଫ୍ରିକାର ଡର୍ବାନ ଗ୍ରାଉଣ୍ଡରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଇତିହାସ ରଚିଥିଲେ। ୧୪ ବର୍ଷ ପୂର୍ବେ...

ଇଣ୍ଡିଆନ ସୁପର ଲିଗ୍‌: ଇଞ୍ଜୁରି ଟାଇମ୍‌ରେ ଜିତିଲା କେରଳ

ବାମ୍ବୋଲିମ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ...

କଳିଙ୍ଗରେ ୬ ଗ୍ରୁପ୍‌, ୨ ନକ୍‌ଆଉଟ ମ୍ୟାଚ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)- ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ୭ମ ସଂସ୍କରଣ ଭାରତର ୫ଟି ସହରରେ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ...

ବାଦ୍‌ ପଡ଼ିଲେ ଚହର, ଏହି ବୋଲରଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୮।୧୦: ଭାରତୀୟ ଦ୍ରୁତ ବୋଲର୍‌ ଦୀପକ ଚହର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାରି ରହିଥିବା ଦିନିକିଆ ସିରିଜର ବାକି ଦୁଇ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ଇନ୍ଦୋରରେ...

ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌: ଜୁନିୟର ବର୍ଗରେ ଝିଲିଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୩।୧୦(କ୍ରୀଡ଼ା ପ୍ରତିନିଧି)-ରାଜ୍ୟର ଭାରୋତ୍ତୋଳନ ପ୍ରତିଭା ଝିଲ୍ଲୀ ଦଳବେହେରା କ୍ୟାରିୟରରେ ଆଉ ଏକ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି। ଦକ୍ଷିଣ କୋରିଆରେ ଚାଲିଥିବା ଏସିଆନ ଭାରୋତ୍ତୋଳନ...

ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଲାଗିଲା ଝଟ୍‌କା: ବାଦ୍‌ ପଡ଼ିଲେ ଏହିସବୁ ଖେଳାଳି

ନୂଆଦିଲ୍ଲୀ,୩୧।୩: ପୁଣି ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ବିସିସିଆଇ ୧୪ତମ ଆଇପିଏଲ ଆୟୋଜନ କରୁଛି । ଏହି ଟୁର୍ନାମେଣ୍ଟ ଏପ୍ରିଲ ୯ରୁ ମେ ୩୦...

ଲାଞ୍ଚ ନେବା କଥା ସ୍ବୀକାର କଲେ ଜାମ୍‌ସେଦ

ଲଣ୍ଡନ,୧୧।୧୨(ଏଏଫ୍‌ପି)- ପାକିସ୍ତାନ ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ନାସିର ଜାମସେଦ ଫିକ୍ସିଂ କରିବା ପାଇଁ ଷଡଯନ୍ତ୍ରରେ ସାମିଲ ହୋଇଥିବା ସ୍ବିକାର କରିଛନ୍ତି। ସେ ଏଥିପାଇଁ ଲାଞ୍ଚ ମଧ୍ୟ...

Advertisement
Archives

Model This Week