Posted inଜାତୀୟ

ଦେଶବାସୀଙ୍କୁ ଚିଠି ଲେଖିଲେ ନଡା

ନୂଆଦିଲ୍ଲୀ,୧୮।୪: ରାଜସ୍ଥାନର କରୌଲି ହିଂସା ତଥା ଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ଘଟଣା ମଧ୍ୟରେ ଭାଜପା ସଭାପତି ଜେପି ନଡା ଦେଶବାସୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,ଆଜି ଦେଶରେ ଦୁଇ ପ୍ରକାର ରାଜନୀତି ଦେଖାଯାଉଛି। ଗୋଟିଏ ପଟେ ଏନଡିଏର ପ୍ରୟାସ ଏହାର କାର୍ଯ୍ୟକଳାପ ମାଧ୍ୟମରେ ଦେଖାଯାଉଛି ଏବଂ ଅନ୍ୟ ପଟେ ଏପରି ଏକ ଦଳ ଅଛନ୍ତି ଯେଉଁମାନେ ନିଜର ରାଜନୈତିକ ଲାଭ ପାଇଁ ଏପରି ରାଜନୀତି କରୁଛନ୍ତି, ଯାହା ଜାତିର ଭାବନାକୁ ଆଘାତ କରୁଛି।
କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି, ଭୋଟ ବ୍ୟାଙ୍କ ରାଜନୀତି ବିଷୟରେ କଥାବାର୍ତ୍ତା କରୁଥିବାବେଳେ ରାଜସ୍ଥାନର କରୌଲି ଘଟଣାକୁ ନେଇ ଆପଣ କାହିଁକି ଭୁଲିଯାଉଛନ୍ତି? ତୁମର ଏଥିରେ କ’ଣ ଫାଇଦା ଅଛି, ଯେଉଁଥିପାଇଁ ତୁମେ ନୀରବତା ଅବଲମ୍ବନ କରିଛ। ସେହିଭଳି ୧୯୬୬ ମସିହାରେ ହିନ୍ଦୁ ସାଧୁମାନେ ସଂସଦ ବାହାରେ ଏକ ଧାରଣାରେ ବସି ଗୋ-ହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ, ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଜରାଟ (୧୯୬୯), ମୋରାଦାବାଦ (୧୯୮୦), ଭିୱାଣ୍ଡି (୧୯୮୪), ମେରୁଟ (୧୯୮୭), ଭାଗଲପୁର (୧୯୮୯) ଏବଂ ହୁବଲି (୧୯୯୪) ରେ ସାମ୍ପ୍ରଦାୟିକ ଦଙ୍ଗା କାହା ଶାସନ କାଳରେ ଘଟିଥିଲା। କାହା ଶାସନ ସମୟରେ କଶ୍ମୀର ଉପତ୍ୟକାରୁ ହିନ୍ଦୁମାନଙ୍କର ପଳାୟନ ହୋଇଥିଲା? କଂଗ୍ରେସ ଶାସନରେ ସାମ୍ପ୍ରଦାୟିକ ଦଙ୍ଗାର ଏକ ଲମ୍ବା ତାଲିକା ଅଛି। ୨୦୧୨ ରେ ଆସାମ ଦଙ୍ଗା ଏବଂ ୨୦୧୩ରେ ମୁଜାଫରନଗର ଦଙ୍ଗା କାହାର ଶାସନ କାଳରେ ହୋଇଥିବା ବୋଲି ନଡା କଂଗ୍ରେସକୁ ପ୍ରଶ୍ନ କରିଛନ୍ତି।
ଏହା ସହିତ ନଡା କହିଛନ୍ତି ଯେ, ମୁଁ ଏହା ମଧ୍ୟ କହିବାକୁ ଚାହେଁ ଯେ ୟୁପିଏ ଶାସନ ସମୟରେ ସାମ୍ପ୍ରଦାୟିକ ହିଂସା ବିଲ ଅଣାଯାଇଥିଲା। ଏହା କ୍ଷୁଦ୍ର ଭୋଟ ବ୍ୟାଙ୍କ ରାଜନୀତିର ଏକ ଉଦାହରଣ ଥିଲା। ସେହିଭଳି କଂଗ୍ରେସ ଶାସନ ଅଧୀନରେ ଦଳିତ ଏବଂ ଆଦିବାସୀଙ୍କ ବିରୋଧରେ ଭୟଙ୍କର ହତ୍ୟାକାଣ୍ଡ ଘଟିଥିଲା।
ସ୍ବାଧୀନତାର ୧୦୦ ତମ ବାର୍ଷିକୀ ଅବସରରେ ଅର୍ଥାତ୍‌ ୨୦୨୭ରେ କେଉଁ ପ୍ରକାର ଭାରତ ଚାହୁଁଛନ୍ତି ତାହା ବିଚାର କରିବାକୁ ନଡା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଦେଶର ଯୁବକମାନେ ବାଧାବିଘ୍ନ ନୁହେଁ ସୁଯୋଗ ଚାହୁଁଛନ୍ତି। ଏହା ସହିତ ସେ ବିକାଶର ରାଜନୀତି କରିବାକୁ ବିରୋଧୀଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri