ରାଜ୍ୟ ସ୍ବାର୍ଥ ପ୍ରସଙ୍ଗକୁ ଜୋରଦାର କରିବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଆସନ୍ତା ୩୧ ତାରିଖରେ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ରାଜ୍ୟର ସ୍ବାର୍ଥ ସମ୍ବଳିତ ଦାବିକୁ ଦଳ ଦିଲ୍ଲୀରେ ଜୋରଦାର କରିବ। ଶନିବାର ନବୀନ ନିବାସଠାରେ ବିଜେଡି ସଂସଦୀୟ ଦଳ ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍‌ପିମାନଙ୍କୁ ଏ ନେଇ ଗୁରୁମନ୍ତ୍ର ଦେଇଛନ୍ତି। ପାର୍ଲାମେଣ୍ଟର ଉଭୟ ଗୃହରେ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବଳକା ଉଷୁନା ଚାଉଳକୁ ଭାରତୀୟ ଖାଦ୍ୟ ନିଗମ ନେଉନାହିଁ। ଓଡ଼ିଶା ଏ ନେଇ ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଏହି ପ୍ରସଙ୍ଗଠାରୁ ଆରମ୍ଭ କରି ପାର୍ଲାମେଣ୍ଟରେ ମହିଳା ସଂରକ୍ଷଣ ବିଲ୍‌କୁ ପାସ୍‌ କରିବା ପାଇଁ ବିଜେଡି ଏମ୍‌ପିମାନେ ସ୍ବରକୁ ଆହୁରି ଶାଣିତ କରିବେ। ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବା ପାଇଁ ନବୀନ ବିଭିନ୍ନ ସମୟରେ ଦାବି କରି ଆସୁଛନ୍ତି। ଏହି ପ୍ରସଙ୍ଗକୁ ମଧ୍ୟ ଆସନ୍ତା ଅଧିବେଶନରେ ଉତ୍‌ଥାପନ କରାଯିବ। ସେହିପରି ୧୬୯ ଜନଜାତିଙ୍କୁ ଜନଜାତି ତାଲିକାଭୁକ୍ତ କରିବା ଦାବି ଜୋରଦାର କରାଯିବ। ରେଲଓ୍ବେରେ ଓଡ଼ିଶାକୁ ନ୍ୟାୟ ମିଳୁ ନ ଥିବାରୁ ପାର୍ଲାମେଣ୍ଟର ଉଭୟ ଗୃହରେ ବିଜେଡି ଏମ୍‌ପିମାନେ ଏହାର ପ୍ରତିବାଦ କରିବେ ବୋଲି ସୂଚନା ମିଳିଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ୟାୟ ଭାବେ ୪ ଲକ୍ଷ ହିତାଧିକାରୀଙ୍କ ନାମ ତାଲିକାରୁ କାଟି ଦେଇଛନ୍ତିି। ଓଡ଼ିଶାର ଆହୁରି ୧୫ ଲକ୍ଷ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ସାମିଲ ହେବାକୁ ରହିଛନ୍ତିି। ପାର୍ଲାମେଣ୍ଟରେ ବିଜେଡି ଏମ୍‌ପିମାନେ ଏନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ। ଜାତୀୟ ରାଜପଥ ଓ ଟେଲିକମ୍‌ ନେଟ୍‌ୱର୍କ କ୍ଷେତ୍ରରେ ଓଡ଼ିଶା ଅବହେଳିତ ହୋଇ ଆସୁଛି। ଏହାଛଡ଼ା ଦୀର୍ଘ ବର୍ଷ ଧରି ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବିକୁ କେନ୍ଦ୍ର ସରକାର ଅଣଦେଖା କରି ଆସୁଛନ୍ତି। ରାଜ୍ୟକୁ ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅନୁଦାନ ମିଳୁନାହିଁ। ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ପାଉ ନ ଥିବା ଭୂମିଜ ଭାଷାକୁ ସାମିଲ କରିବା ପାଇଁ ହେଉଥିବା ଦାବିକୁ ମଧ୍ୟ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ। ବିପର୍ଯ୍ୟୟ ପ୍ରତିରୋଧ ପାଇଁ ସ୍ଥାୟୀ ପ୍ରତିକାର ସକାଶେ ସ୍ବତନ୍ତ୍ର ବ୍ୟୟ ଅନୁଦାନ ଯୋଗାଇଦେବା ଦାବିକୁ ଆସନ୍ତା ଅଧିବେଶନରେ ବିଜେଡି ଏମ୍‌ପିମାନେ ଜୋରସୋରରେ ଉଠାଇବେ ବୋଲି ଜଣାପଡ଼ିଛି।
ବିଭିନ୍ନ ସମୟରେ ଭାଜପା ନେତାମାନେ କରୁଥିବା ଅପପ୍ରଚାରକୁ କିପରି ରୋକାଯିବ ତା’ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଭାଜପାର ଅପପ୍ରଚାର ଯୋଗୁ ରାଜ୍ୟବାସୀଙ୍କ ସ୍ବାର୍ଥ ହାସଲ ହୋଇପାରୁନି। ଗରିବଗୁରୁବା ଲୋକ ପ୍ରଭାବିତ ହେଉଛନ୍ତି। ଏହାକୁ ପ୍ରତିହତ କରିବାକୁ ଦଳୀୟ ଏମ୍‌ପିମାନଙ୍କୁ ନବୀନ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?