ନବଙ୍କ ହତ୍ୟା ନେଇ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର, ୭ା୨(ବ୍ୟୁରୋ):ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ରାଜନୀତି ଏପଟ ସେପଟ ହୋଇଯାଇଛି। ମୁଖ୍ୟତଃ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଆସିଥିବା ସ୍ଥାନୀୟ ଅଞ୍ଚଳର ଏଏସ୍‌ଆଇ ଗୁଳିକରି ହତ୍ୟା କରିବା କଥା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟର ପ୍ରାୟ ସବୁ ନେତା, ମନ୍ତ୍ରୀ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି। ନିଜ ନିଜର ସରକାରୀ ପିଏସ୍‌ଓଙ୍କୁ ଏବେ ନେତାମାନେ ବେଶି ମାତ୍ରାରେ ଡରିବାକୁ ଲାଗିଲେଣି। ତେବେ ଏହାରି ଭିତରେ ନବଙ୍କ ହତ୍ୟାକୁ ନେଇ ବିରୋଧୀ ପ୍ରତ୍ୟେକ ଦିନ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିବାରେ ଲାଗିଛନ୍ତି। ତେବେ ସୋମବାର ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ ଏକ ଗୁରୁତର ଅଭିଯୋଗ ଆଣିଥିବା ବେଳେ କଂଗ୍ରେସ ଘଟଣାର ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣି ପ୍ରଶ୍ନ ଉଠାଇବା ସଙ୍ଗେ ସଙ୍ଗେ ଏସ୍‌ଆଇଟି ଦାବି କରିଛି। ଅନ୍ୟପଟେ ଏହି ଘଟଣା ପଛରେ କେଉଁ କାରଣ ରହିଛି ତାକୁ ନେଇ ରାଜ୍ୟବାସୀଙ୍କ ଭିତରେ ନାନାପ୍ରକାର ଚର୍ଚ୍ଚା ହେଉଥିବା ବେଳେ ବିରୋଧୀ କଂଗ୍ରେସ ଏବଂ ଭାଜପା କହିଛନ୍ତି ବ୍ୟବସାୟିକ କାରଣରୁ ରାଜନୈତିକ ଷଡ଼ଯନ୍ତ୍ର କରି ନବଙ୍କୁ ହତ୍ୟା କରାଯାଇଛି।
ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନ ବର୍ଷେ ଅଛି। ତେଣୁ ବର୍ଷେ ଭିତରେ ସୁନିଶ୍ଚିତ ଭାବେ ନିର୍ବାଚନ ହେବ। ସେ ଜାଣିବାରେ ନିର୍ବାଚନକୁ ଦୁଇ ମାସ ଥାଇ ମଧ୍ୟ ନିର୍ବାଚନ ହୋଇଛି। ତେଣୁ ଏବେ ନିର୍ବାଚନ ହେବାରେ କୌଣସି ଅସୁବିଧା ନାହିଁ। ବିଜେଡିର ଗୋଟିଏ ଲକ୍ଷ୍ୟ ସେମାନେ କେମିତି ନିର୍ବାଚନ ଜିତିବେ। କିଏ ମରିଗଲା କିଏ ତରିଗଲା ସେଗୁଡ଼ାକ କିଛି ସେମାନେ ଦେଖୁନାହାନ୍ତି। ନବ ଦାସଙ୍କ ବହୁ ପ୍ରକାର ବ୍ୟବସାୟ ଥିଲା। ସେଇଟା ତାଙ୍କର ଗୋଟିଏ ସାମ୍ରାଜ୍ୟ। ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଦେଖିଲେ ଜଣାପଡୁଛି ଏଠି ଏକ ବଡ଼ ଷଡ଼ଯନ୍ତ୍ର ଅଛି, ଯେଉଁଥିରେ କି ରାଜନୈତିକ ଷଡ଼ଯନ୍ତ୍ର ମଧ୍ୟ ଅଛି। ଗୋଟିଏ ଗୋଟିଏ ଖଣିର ମାଲିକ ରାଜନୈତିକ ଲୋକ ଅଛନ୍ତି। ସେମାନେ ଖଣିରୁ ଟଙ୍କା ଆଣି ରାଜନୀତିରେ ଲଗାଉଛନ୍ତି। ପଶ୍ଚିମ ଓଡ଼ିଶାରେ ନବ ଜଣେ ଟାଣୁଆ ନେତା ଥିଲେ। ତାଙ୍କ ସାମ୍ରାଜ୍ୟକୁ ଶେଷ କରି ଆଉ ଜଣେ କେହି ସେଠାରେ ପହଞ୍ଚି ସେଠାରୁ ଟଙ୍କା ଆଦାୟ କରି ନବ ଦାସଙ୍କ ଭଳି ନେତା ହେଲା ଭଳି ଜଣାପଡୁଛି। ବିଜେଡିର ଜଣେ ଉପକୂଳ ଅଞ୍ଚଳର ପ୍ରଭାବଶାଳୀ ନେତାଙ୍କର ଏଥିରେ ଷଡ଼ଯନ୍ତ୍ର ଥିବା ସୁବାସ ଅଭିଯୋଗ କରିଛନ୍ତି।
କଂଗଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ସମସ୍ତଙ୍କ ସନ୍ଦେହ ଅଛି ନବ ଦାସଙ୍କ ହତ୍ୟାର ତଦନ୍ତ କାଗଜପତ୍ରରେ ହୋଇଯିବ କିନ୍ତୁ ତାଙ୍କ ପ୍ରକୃତ ହତ୍ୟାକାରୀକୁ ସରକାର ଧରିପାରିବେ ନାହିଁ। କାରଣ ଏଥିରେ ବଡ଼ ବଡ଼ ଲୋକମାନେ ସମ୍ପୃକ୍ତ ଅଛନ୍ତି। ଏଅଥିରେ ସରକାରୀ ଦଳଠାରୁ ଆରମ୍ଭ କରି ବ୍ୟବସାୟିକ ଲିଙ୍କ୍‌ ନେଇ ସମସ୍ତେ ସନ୍ଦେହ ଘେରରେ ଅଛନ୍ତି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ସବୁ ତଥ୍ୟ ପ୍ରମାଣ ହଟାଇବାକୁ ଚେଷ୍ଟା କରାଯିବାର ସନ୍ଦେହ ରହିଛି। ତେଣୁ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ କରାନ୍ତୁ ବୋଲି ସାଲୁଜା ଦାବି କରିଛନ୍ତି।
ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ନବ ଦାସଙ୍କୁ କେଉଁମାନେ କାହିଁକି ହତ୍ୟା କରିଛନ୍ତି ତାହାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯାଉଛି। ତେଣୁ ତଦନ୍ତ ସରିବା ପରେ କିଏ ଏବଂ କେଉଁଥିଲାଗି ନବଙ୍କୁ ହତ୍ୟା କରିଛନ୍ତି ସେସବୁ କଥା ରାଜ୍ୟବାସୀ ଜାଣିବେ ବୋଲି ବ୍ୟୋମକେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?