ନବଙ୍କ ହତ୍ୟା ନେଇ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର, ୭ା୨(ବ୍ୟୁରୋ):ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ରାଜନୀତି ଏପଟ ସେପଟ ହୋଇଯାଇଛି। ମୁଖ୍ୟତଃ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଆସିଥିବା ସ୍ଥାନୀୟ ଅଞ୍ଚଳର ଏଏସ୍‌ଆଇ ଗୁଳିକରି ହତ୍ୟା କରିବା କଥା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟର ପ୍ରାୟ ସବୁ ନେତା, ମନ୍ତ୍ରୀ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି। ନିଜ ନିଜର ସରକାରୀ ପିଏସ୍‌ଓଙ୍କୁ ଏବେ ନେତାମାନେ ବେଶି ମାତ୍ରାରେ ଡରିବାକୁ ଲାଗିଲେଣି। ତେବେ ଏହାରି ଭିତରେ ନବଙ୍କ ହତ୍ୟାକୁ ନେଇ ବିରୋଧୀ ପ୍ରତ୍ୟେକ ଦିନ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିବାରେ ଲାଗିଛନ୍ତି। ତେବେ ସୋମବାର ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ ଏକ ଗୁରୁତର ଅଭିଯୋଗ ଆଣିଥିବା ବେଳେ କଂଗ୍ରେସ ଘଟଣାର ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣି ପ୍ରଶ୍ନ ଉଠାଇବା ସଙ୍ଗେ ସଙ୍ଗେ ଏସ୍‌ଆଇଟି ଦାବି କରିଛି। ଅନ୍ୟପଟେ ଏହି ଘଟଣା ପଛରେ କେଉଁ କାରଣ ରହିଛି ତାକୁ ନେଇ ରାଜ୍ୟବାସୀଙ୍କ ଭିତରେ ନାନାପ୍ରକାର ଚର୍ଚ୍ଚା ହେଉଥିବା ବେଳେ ବିରୋଧୀ କଂଗ୍ରେସ ଏବଂ ଭାଜପା କହିଛନ୍ତି ବ୍ୟବସାୟିକ କାରଣରୁ ରାଜନୈତିକ ଷଡ଼ଯନ୍ତ୍ର କରି ନବଙ୍କୁ ହତ୍ୟା କରାଯାଇଛି।
ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନ ବର୍ଷେ ଅଛି। ତେଣୁ ବର୍ଷେ ଭିତରେ ସୁନିଶ୍ଚିତ ଭାବେ ନିର୍ବାଚନ ହେବ। ସେ ଜାଣିବାରେ ନିର୍ବାଚନକୁ ଦୁଇ ମାସ ଥାଇ ମଧ୍ୟ ନିର୍ବାଚନ ହୋଇଛି। ତେଣୁ ଏବେ ନିର୍ବାଚନ ହେବାରେ କୌଣସି ଅସୁବିଧା ନାହିଁ। ବିଜେଡିର ଗୋଟିଏ ଲକ୍ଷ୍ୟ ସେମାନେ କେମିତି ନିର୍ବାଚନ ଜିତିବେ। କିଏ ମରିଗଲା କିଏ ତରିଗଲା ସେଗୁଡ଼ାକ କିଛି ସେମାନେ ଦେଖୁନାହାନ୍ତି। ନବ ଦାସଙ୍କ ବହୁ ପ୍ରକାର ବ୍ୟବସାୟ ଥିଲା। ସେଇଟା ତାଙ୍କର ଗୋଟିଏ ସାମ୍ରାଜ୍ୟ। ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଦେଖିଲେ ଜଣାପଡୁଛି ଏଠି ଏକ ବଡ଼ ଷଡ଼ଯନ୍ତ୍ର ଅଛି, ଯେଉଁଥିରେ କି ରାଜନୈତିକ ଷଡ଼ଯନ୍ତ୍ର ମଧ୍ୟ ଅଛି। ଗୋଟିଏ ଗୋଟିଏ ଖଣିର ମାଲିକ ରାଜନୈତିକ ଲୋକ ଅଛନ୍ତି। ସେମାନେ ଖଣିରୁ ଟଙ୍କା ଆଣି ରାଜନୀତିରେ ଲଗାଉଛନ୍ତି। ପଶ୍ଚିମ ଓଡ଼ିଶାରେ ନବ ଜଣେ ଟାଣୁଆ ନେତା ଥିଲେ। ତାଙ୍କ ସାମ୍ରାଜ୍ୟକୁ ଶେଷ କରି ଆଉ ଜଣେ କେହି ସେଠାରେ ପହଞ୍ଚି ସେଠାରୁ ଟଙ୍କା ଆଦାୟ କରି ନବ ଦାସଙ୍କ ଭଳି ନେତା ହେଲା ଭଳି ଜଣାପଡୁଛି। ବିଜେଡିର ଜଣେ ଉପକୂଳ ଅଞ୍ଚଳର ପ୍ରଭାବଶାଳୀ ନେତାଙ୍କର ଏଥିରେ ଷଡ଼ଯନ୍ତ୍ର ଥିବା ସୁବାସ ଅଭିଯୋଗ କରିଛନ୍ତି।
କଂଗଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ସମସ୍ତଙ୍କ ସନ୍ଦେହ ଅଛି ନବ ଦାସଙ୍କ ହତ୍ୟାର ତଦନ୍ତ କାଗଜପତ୍ରରେ ହୋଇଯିବ କିନ୍ତୁ ତାଙ୍କ ପ୍ରକୃତ ହତ୍ୟାକାରୀକୁ ସରକାର ଧରିପାରିବେ ନାହିଁ। କାରଣ ଏଥିରେ ବଡ଼ ବଡ଼ ଲୋକମାନେ ସମ୍ପୃକ୍ତ ଅଛନ୍ତି। ଏଅଥିରେ ସରକାରୀ ଦଳଠାରୁ ଆରମ୍ଭ କରି ବ୍ୟବସାୟିକ ଲିଙ୍କ୍‌ ନେଇ ସମସ୍ତେ ସନ୍ଦେହ ଘେରରେ ଅଛନ୍ତି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ସବୁ ତଥ୍ୟ ପ୍ରମାଣ ହଟାଇବାକୁ ଚେଷ୍ଟା କରାଯିବାର ସନ୍ଦେହ ରହିଛି। ତେଣୁ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ କରାନ୍ତୁ ବୋଲି ସାଲୁଜା ଦାବି କରିଛନ୍ତି।
ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ନବ ଦାସଙ୍କୁ କେଉଁମାନେ କାହିଁକି ହତ୍ୟା କରିଛନ୍ତି ତାହାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯାଉଛି। ତେଣୁ ତଦନ୍ତ ସରିବା ପରେ କିଏ ଏବଂ କେଉଁଥିଲାଗି ନବଙ୍କୁ ହତ୍ୟା କରିଛନ୍ତି ସେସବୁ କଥା ରାଜ୍ୟବାସୀ ଜାଣିବେ ବୋଲି ବ୍ୟୋମକେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri