ସିସିଟିଭି ଫୁଟେଜରେ ରହସ୍ୟଜନକ ୧ ଘଣ୍ଟା

ଭୁବନେଶ୍ୱର,୨୭ା୮(ବ୍ୟୁରୋ):: ରସୁଲଗଡ଼ ଭାଗବତ ସନ୍ଧାନ କଲୋନୀରେ ରାତିରେ ପଡୋଶୀଙ୍କ ଘରେ ଭୋଜିଭାତ ପରେ ସକାଳେ ନିଜ ଘରେ ପ୍ରଜ୍ଞା ପାରମିତା ଧଳଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ରହସ୍ୟ ବଢ଼ୁଛି। ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ପ୍ରଜ୍ଞାଙ୍କ ମୋବାଇଲ ଜବତ କରିବା ସହ ଏକ ଅମମୃତ୍ୟୁ ମାମଲା (ନଂ. ୮୧/୨୨) ରୁଜୁ କରି ତଦନ୍ତ ଚଳାଇଛି। ତେବେ ଏହା ଭିତରେ ସାମ୍ନାକୁ ଆସିଛି କିଛି ସିସିଟିଭି ଫୁଟେଜ। ଭୋଜି ପରେ ପଡୋଶୀଙ୍କ ଘରେ ହିଁ ପ୍ରଜ୍ଞା ସ୍ବାମୀ ସତ୍ୟନାରାୟଣ କର ଓ ଶିଶୁପୁତ୍ରଙ୍କ ସହ ଶୋଇପଡିଥିଲେ। ହେଲେ ମୃତ୍ୟୁର କେଇ ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ଗୁରୁବାର ସକାଳ ୬ଟା ୩୮ରେ ପ୍ରଜ୍ଞା ପଡୋଶୀ ଘରୁ ବାହାରି ନିଜ ଘରକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହାର କିଛି ସମୟ ପରେ ୭ଟା ୧୫ରେ ପଡୋଶୀ ମହିଳା ଜଣକ ପ୍ରଜ୍ଞାଙ୍କ ଘରକୁ ଯାଇ ୭ଟା ୩୫ରେ ଫେରିଥିଲେ। ଏହାର ୨୭ ମିନିଟ୍‌ ପରେ ୭ଟା ୪୨ରେ ସେ ପୁଣି ପ୍ରଜ୍ଞାଙ୍କ ଘରକୁ ଯାଇ ପେରୁଛନ୍ତି। ୮ଟା ୧୨ରେ ସ୍ବାମୀ ସତ୍ୟନାରାୟଣ ନିଜ ଘରକୁ ଯାଇ ୮ଟା ୨୫ରେ ପୁଣି ପଡୋଶୀ ମହିଳାଙ୍କ ଘରକୁ ଯାଉଛନ୍ତି। ୮ଟା ୩୪ରେ ସତ୍ୟନାରାୟଣ ପୁଅ ସହ ନିଜ ଘରକୁ ଯାଉଥିବା ଦୃଶ୍ୟ ସିସିଟିଭିରେ ରହିଛି। ଏହାପରେ ୮ଟା ୪୭ରେ ସତ୍ୟନାରୟଣଙ୍କ ଭାଇ ଓ ଭାଉଜ ସେଠାରେ ପହଞ୍ଚତ୍ଛନ୍ତି। ପୂରା ଦୃଶ୍ୟକୁ ତର୍ଜମା କଲେ ପଡୋଶୀଙ୍କ ଘରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟ କିଛି ଘଟଣା ଘଟିଥିବା ଓ ସକାଳେ ପ୍ରଜ୍ଞା ନିଜ ଘରକୁ ଯିବା ପରେ ମହିଳା ଜଣକ ବୁଝାଇବାକୁ ତାଙ୍କ ଘରକୁ ବାରମ୍ବାର ଯାଇଥିବା ଅନୁମାନ କରାଯାଉଛି। ଏହି ସମୟରେ ଅର୍ଥାତ୍‌ ୭ଟା ୩୫ରୁ ୮ଟା ୨୫ ମଧ୍ୟରେ ପ୍ରଜ୍ଞାଙ୍କ ମୃତ୍ୟୁ ଘଟିଥିବା ଜଣାପଡୁଛି। ତେବେ ଏହି ୧ ଘଣ୍ଟା ହିଁ ପୋଲିସ ପାଇଁ ରହସ୍ୟଜନକ ହୋଇପଡିଛି। ସିସିଟିଭି ଫୁଟେଜକୁ ପୋଲିସ ଭଲଭାବେ ଯାଞ୍ଚ କରୁ। ଏଥିଓହ ପଡୋଶୀ ମହିଳା ଓ ସ୍ବାମୀ ସତ୍ୟନାରାୟଣଙ୍କୁ ଠିକ୍‌ ଭାବେ ଜେରା କରି ଘଟଣାର ରହସ୍ୟ ଉନ୍ମୋଚନ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି କଲୋନୀବାସୀ ଦାବି କରିଛନ୍ତି। ସେପଟେ ପ୍ରଜ୍ଞାଙ୍କ ମୃତ୍ୟୁରେ ପରିବାର ଲୋକ କାହାକୁ ଦାୟୀ କରି ନ ଥିବା ଏତଲାରୁ ଜଣାପଡିଛି।
ସୂଚନାନୁସାରେ, ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳର ପ୍ରଜ୍ଞା ୭ ବର୍ଷ ତଳେ ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବେଲଗାଡ଼ିଆ ଅଞ୍ଚଳର ସତ୍ୟନାରାୟଣ କରଙ୍କୁ ବିବାହ କରିଥିଲେ। ସ୍ବାମୀ ଓ ଶିଶୁପୁତ୍ର ସହ ପ୍ରଜ୍ଞା ଭାଗବତ ସନ୍ଧାନ କଲୋନୀରେ ଘର ଭଡ଼ା ନେଇ ରହୁଥିଲେ। ଉକ୍ତ କୋଠାର ଉପରମହଲାରେ ପ୍ରଜ୍ଞାଙ୍କ ଭାଇ ରହୁଥିଲେ। ବୁଧବାର ଉଭୟ ସ୍ବାମୀ, ସ୍ତ୍ରୀ ପୁଅକୁ ଧରି ସାମ୍ନା ପଡୋଶୀଙ୍କ ଘରେ ଭୋଜି କରି ରାତିରେ ଶୋଇଥିଲେ। ସତ୍ୟନାରାୟଣଙ୍କ କହିବାନୁସାରେ, ଭୋର୍‌ ସମୟରେ ପ୍ରଜ୍ଞା ଫ୍ରେସ୍‌ ହୋଇ ଆସିବାକୁ କହି ଘରକୁ ଯାଇଥିଲେ। ଆସିବା ବିଳମ୍ବ ହେବାରୁ ପଡୋଶୀ ଘରର ମହିଳା ଜଣକ ତାଙ୍କୁ ଡାକିବାକୁ ତାଙ୍କ ଘରକୁ ଯାଇଥିଲେ। ହେଲେ କବାଟ ବନ୍ଦ ଥିବାବେଳେ କିଛି ଜବାବ ଆସି ନ ଥିଲା। ତେଣୁ ସେ ଝରକା ପଟେ ଡାକିବାକୁ ଯିବାବେଳେ ପ୍ରଜ୍ଞା ଲୁଗା ସାହାଯ୍ୟରେ ଫ୍ୟାନରେ ଝୁଲି ପଡିଥିବା ଦେଖି ମହିଳା ଜଣକ ଚିତ୍କାର କରିଥିଲେ। ପରେ ପ୍ରଜ୍ଞାଙ୍କ ସ୍ବାମୀ ପହଞ୍ଚତ୍ କବାଟ ଭାଙ୍ଗି ତାଙ୍କୁ ତଳକୁ ଓହ୍ଲାଇବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ବାବେଳକୁ ତାଙ୍କର ମୃତ ହୋଇସାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri