Posted inଜାତୀୟ

ମୋ ରାଜ୍ୟ ଜଳୁଛି: ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିଲେ ମେରିକୋମ…

ଇମ୍ଫାଲ,୪।୫ : ଖ୍ୟାତି ସମ୍ପନ୍ନ ବକ୍ସର ଏମସି ମେରିକୋମ ଗୁରୁବାର ମଣିପୁରରେ ଘଟିଥିବା ହିଂସାକୁ ଦୂର କରିବା ପାଇଁ କେନ୍ଦ୍ରର ସହାୟତା ଲୋଡିଛନ୍ତି। ବୁଧବାର ଏଠାରେ ଏକ ଆଦିବାସୀ ଆନ୍ଦୋଳନ ସମୟରେ ହିଂସା ଆରମ୍ଭ ହୋଇଥିଲା, ଯାହା ପରେ ରାଜ୍ୟର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନା ଏବଂ ଆସାମ ରାଇଫଲ୍ସ ପଠାଯାଇଥିଲା।

ପଦକ ବିଜେତା ବକ୍ସର ତାଙ୍କ ଟୁଇଟରରେ ରାଜ୍ୟରେ ଚାଲିଥିବା ହିଂସାର ଫଟୋ ଶେୟାର କରିଛନ୍ତି। ଏହି ପୋଷ୍ଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। କେନ୍ଦ୍ର ମନ୍ତ୍ରୀମାନଙ୍କୁ ଟ୍ୟାଗ କରି ମେରିକୋମ କହିଛନ୍ତି, ମୋ ରାଜ୍ୟ ଜଳୁଛି, ଦୟାକରି ସାହାଯ୍ୟ କରନ୍ତୁ।
ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି, ରାତି ସମୟରେ ରାଜ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସେନା ଏବଂ ଆସାମ ରାଇଫଲ୍ସ ରାଜ୍ୟ ପୋଲିସ ସହିତ ତତ୍ପର ହୋଇଥିଲେ। ସକାଳେ ଫୋର୍ସ ହିଂସାକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ।

ଭାରତର ମହିଳା ବକ୍ସର ମେରିକୋମ ରାଜ୍ୟସଭାର ଏମପି ଅଛନ୍ତି। ତାଙ୍କ ରାଜ୍ୟରେ ଆରମ୍ଭ ହୋଇଥିବା ଏହି ହିଂସା ସମ୍ପର୍କରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ଶାନ୍ତି ଏବଂ ନିରାପତ୍ତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ମଣିପୁରର ପରିସ୍ଥିତି ଭଲ ନୁହେଁ। ଗତକାଲି ରାତିରୁ ରାଜ୍ୟରେ ଅବସ୍ଥା ବିଗିଡି ଯାଇଛି। ଏହି ପ୍ରସଙ୍ଗରେ ମୁଁ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି, ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ରାଜ୍ୟରେ ଶାନ୍ତି ଓ ନିରାପତ୍ତା ଯୋଗାଇ ଦିଅନ୍ତୁ। ହିଂସାରେ ଅନେକ ଲୋକ ନିଜ ପରିବାରକୁ ହରାଇଛନ୍ତି। ରାଜ୍ୟରେ ପରିସ୍ଥିତି ଶୀଘ୍ର ସ୍ବାଭାବିକ ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ଅପିଲ୍‌ ପରେ ନିଜେ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି: ହ୍ରାସ କଲେ…

ନୂଆଦିଲ୍ଲୀ,୧୩।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ଅନୁଯାୟୀ, ତାଙ୍କ ସରକାରୀ କାରଗେଡ ଗାଡ଼ି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ପଶ୍ଚିମ ଏସିଆର ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି…

ଠାକୁରାଣୀ ଯାତ୍ରାରେ ଅଘଟଣ:ବିଦ୍ୟୁତ ଆଘାତରେ ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୧୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଉଦଯାପନୀ ଦିବସ ମଙ୍ଗଳବାର ବିଳମ୍ବିତ ରାତି…

ଛତିଶଗଡ଼ରୁ ଓଡିଶାକୁ ଧାନ ଚାଲାଣ: ୨ ଧାନ ବୋଝେଇ ଟ୍ରକ ଅଟକ ରଖିଲେ ଉପଜିଲାପାଳ

ପଦ୍ମପୁର,୧୩।୫(ପ୍ରଦୀପ୍ତ ଦାଶ):ବର୍ତ୍ତମାନ ପଦ୍ମପୁର ଉପଖଣ୍ଡରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଲାଣି। ଏହାକୁ ଦୃଷ୍ଟିରେ ରଖି କିଛି ଅସାଧୁ ବ୍ୟବସାୟୀ ଛତିଶଗଡ଼ରୁ ପଦ୍ମପୁର ଅଞ୍ଚଳକୁ ଚୋର…

ହାଇଜମ୍ପ ମାରିଲା ସୁନା ଦର: ଏକାଥରକେ ହଜାର ହଜାର ଟଙ୍କା ବଢ଼ିଲା, ଜାଣନ୍ତୁ କେତେ ହେଲା

ନୂଆଦିଲ୍ଲୀ,୧୩।୫: ଆମଦାନୀ ଶୁଳ୍କ ବୃଦ୍ଧି ପରେ ଦେଶରେ ହାଇଜମ୍ପ ମାରିଛି ସୁନା ଦର। ୨୪ କ୍ୟାରେଟ ସୁନାଦର ଏକାଥରକେ ୧୩,୯୧୦ ଟଙ୍କା ବୃଦ୍ଧି ପାଇଛି। ୨୪ କ୍ୟାରେଟ…

ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ

ଭୁବନେଶ୍ୱର,୧୩।୫: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦେହାନ୍ତ ଘଟିଛି। କଣ୍ଟାବାଞ୍ଜି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି। ଏନେଇ ତାଙ୍କ…

ପ୍ରଶ୍ନପତ୍ର ଲିକ୍‌ ପଛରେ ବଡ଼ ନେଟ୍‌ଓ୍ବର୍କ: ସାଂଘାତିକ ଖୁଲାସା, ୩ ରାଜ୍ୟରୁ…

ନୂଆଦିଲ୍ଲୀ,୧୩ା୫:ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଏକ ବଡ଼ ଅଗ୍ରଗତି ହୋଇଛି। ତଦନ୍ତକାରୀ ଅଧିକାରୀମାନେ ନାସିକ୍‌ରୁ ଡେରାଡୁନ୍‌ ଏବଂ ରାଜଗିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନେକଙ୍କୁ…

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

ସୁନା-ରୁପାକୁ ନେଇ କେନ୍ଦ୍ର ସରକାର କଲେ ବଡ଼ ଘୋଷଣା: ମୋଦିଙ୍କ ଅପିଲ ପରେ…

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନାଗରିକମାନଙ୍କୁ ଅତି କମରେ ଗୋଟିଏ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ନିବେଦନ କରିଛନ୍ତି। ଏହି ସମୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri