Posted inଜାତୀୟ

ପ୍ରାର୍ଥନା ଯୋଗୁ ମୋ ପୁଅକୁ ରାଜନୀତିରେ ଭଲ ସୁଯୋଗ ମିଳିଛି: ଆଣ୍ଟୋନୀଙ୍କ ସ୍ତ୍ରୀ…

ଥିରୁଭାନନ୍ତପୁରମ,୨୪।୯ : କଂଗ୍ରେସ ୱାର୍କିଂ କମିଟି ସଦସ୍ୟ ଏ.କେ ଆଣ୍ଟୋନିଙ୍କ ସ୍ତ୍ରୀ ଏଲିଜାବେଥ ଆଣ୍ଟୋନିଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ତାଙ୍କ ବଡ ପୁଅ ଭାଜପାରେ ଯୋଗଦେବାକୁ ଯଥାର୍ଥ ବୋଲି କହିଛନ୍ତି। ସେ କହିଛନ୍ତି ତାଙ୍କ ପୁଅ ତାଙ୍କର ପ୍ରାର୍ଥନା ଯୋଗୁଁ ରାଜନୀତିରେ ଏକ ନୂଆ ସୁଯୋଗ ପାଇଛନ୍ତି।
କେରଳର ଆଲାପୁଝା ସ୍ଥିତ ଖ୍ରୀଷ୍ଟିଆନ କେନ୍ଦ୍ର କ୍ରିପସାନାମ ମାରିଆନରେ ନିକଟରେ ଏକ କାର୍ଯ୍ୟକ୍ରମରେ ଏଲିଜାବେଥ ଏହା ପ୍ରକାଶ କରିଥିଲେ।

ଖ୍ରୀଷ୍ଟିଆନ ମେଡିଟେଶନ ସେଣ୍ଟରର ୟୁଟ୍ୟୁବ ଚ୍ୟାନେଲରେ ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ, ଏଲିଜାବେଥ ସ୍ବୀକାର କରିଛନ୍ତି ସେ ବହୁ ପୂର୍ବରୁ ଭାଜପାରୁ ଅନିଲ ଆଣ୍ଟୋନିଙ୍କ ପାଇଁ ଆମନ୍ତ୍ରଣ ବିଷୟରେ ଜାଣିଥିଲେ। ଏଲିଜାବେଥ କହିଛନ୍ତି ଅନିଲଙ୍କ ରାଜନୀତିରେ ପ୍ରବେଶ ତାଙ୍କ ପ୍ରାର୍ଥନା ଯୋଗୁ ହୋଇଥିଲା। ସେ କହିଛନ୍ତି ତାଙ୍କ ପୁଅ ଭାଜପାରେ ଯୋଗଦେବା ପରେ ଦଳ ପ୍ରତି ତାଙ୍କ ମନରେ ଅବମାନନା ଓ ଘୃଣା ଭାବ କମିଛି।

 

ସେଣ୍ଟ ମେରିଙ୍କ ଆଶୀର୍ବାଦ ଯୋଗୁ ଆଣ୍ଟୋନି ଶାନ୍ତ ଓ ସଂଯମତା ସହ ଭାଜପାରେ ଯୋଗଦେବାକୁ ତାଙ୍କ ପୁଅଙ୍କର ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଉଭୟ ପୁଅ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଥିଲେ, କିନ୍ତୁ କଂଗ୍ରେସ ଦଳର ସାମ୍ପ୍ରତିକ ଚିନ୍ତାଧାରା ଶିବିରରେ ବଂଶବାଦ ରାଜନୀତି ବିରୋଧରେ ପଦକ୍ଷେପ ନେଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିବା ସେ କହିଛନ୍ତି।

ସେ କହିଛନ୍ତି, ’ଯେତେବେଳେ ମୁଁ ମୋ ପୁଅକୁ ରାଜନୀତିରେ ପ୍ରବେଶ କରିବା ପାଇଁ ପ୍ରାର୍ଥନା କଲି, ସେତେବେଳେ କଂଗ୍ରେସ ଚିନ୍ତନ ଶିବିରରେ ପରିବାରବାଦ ରାଜନୀତି ବିରୋଧରେ ଏକ ସଂକଳ୍ପ ପାରିତ ହୋଇଥିଲା। ମୁଁ ଅନୁଭବ କଲି ମୋ ପୁଅମାନେ ରାଜନୀତିରେ ପ୍ରବେଶ କରିପାରିବେ ନାହିଁ। ମୋ ସ୍ବାମୀ ପୁଅମାନଙ୍କୁ ରାଜନୀତିରେ ଆଣିବାକୁ ଚେଷ୍ଟା କଲେ ନାହିଁ।

ଏ.କେ ଆଣ୍ଟୋନିଙ୍କ ସ୍ତ୍ରୀ କହିଛନ୍ତି ସେ ତାଙ୍କ ପୁଅର ଭଲ ଭବିଷ୍ୟତ ପାଇଁ ବହୁତ ପ୍ରାର୍ଥନା କରିଥିଲେ ଏବଂ ପରେ ତାଙ୍କୁ ଅନିଲଙ୍କଠାରୁ କଲ ଆସିଥିଲା। ଭିଡିଓରେ କଲରେ ସେ ମୋତେ କହିଥିଲେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କଲ ଆସିଛି ଏବଂ ସେମାନେ ତାଙ୍କୁ ଭାଜପାରେ ଯୋଗଦେବାକୁ କହିଛନ୍ତି। ମୋ ପୁଅ ରାଜନୀତିରେ ପ୍ରବେଶ କରିବାର ସ୍ବପ୍ନ ଦେଖିଥିଲେ। ତାଙ୍କୁ ୩୯ ବର୍ଷ ବୟସ ହୋଇଛି।

ତେବେ ଏହା ମୋ ସ୍ବାମୀଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଭାଜପାରେ ଯୋଗଦେବା ପରେ ଅନିଲ ଘରକୁ ଆସିବା ପରେ କ’ଣ ହେବ ବୋଲି ମୁଁ ଚିନ୍ତିତ ଥିଲି। ଘରେ ସବୁକିଛି ଠିକ ରଖିବା ପାଇଁ ମୁଁ ମରିୟମଙ୍କୁ ପ୍ରାର୍ଥନା କଲି ଏବଂ ସେ ମୋ କଥା ଶୁଣିଲେ। ଆଣ୍ଟୋନି ଏହାକୁ ଶାନ୍ତ ଭାବରେ ଗ୍ରହଣ କଲେ। ସେ କହିଛନ୍ତି ପରେ ଆଣ୍ଟୋନି ତାଙ୍କ ପୁଅର ନିଷ୍ପତ୍ତିକୁ ଗ୍ରହଣ କରିଥିଲେ ଏବଂ ତାଙ୍କୁ କହିଥିଲେ ସେ ଯେତେବେଳେ ଚାହିଁବେ ଘରକୁ ଆସିପାରିବେ, କିନ୍ତୁ ଘରେ ରାଜନୀତି ଉପରେ ଆଲୋଚନା ହେବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?