ଜମି ଜାଲିଆତିରେ ଅର୍ଥ ହଡ଼ପ

ଯାଜପୁର, ୨୪।୯: (ହର୍ଷବର୍ଦ୍ଧନ ବେହେରା):ଚାଷୀଙ୍କ କଷ୍ଟୋପାର୍ଜିତ ଧାନକୁ କିଣି ସେମାନଙ୍କୁ ସହଜରେ ପ୍ରାପ୍ୟ ପ୍ରଦାନ କରିବାକୁ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ) ପ୍ରତିଷ୍ଠା କରାଯାଇଛି। ହେଲେ ଯାଜପୁର ଜିଲାର ପାକ୍ସଗୁଡ଼ିକରେ ଶତାଧିକ ଚାଷୀଙ୍କ ଋଣ, ବୀମା ଓ ଧାନ ବିକ୍ରି ଅର୍ଥ ହରିଲୁଟ୍‌ ହେବା ନେଇ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ହୋଇଛି। ଏପରିକି ନକଲି ଚାଷୀ ପଞ୍ଜୀକରଣ ଏବଂ କେତେଜଣ ଚାଷୀଙ୍କ ଜମିକୁ ପାକ୍ସ ସମ୍ପାଦକଙ୍କ ସହଯୋଗରେ ଜାଲିଆତି କରାଯାଇଛି। ସେହି ଜମି ବଳରେ ଧାନ ବିକ୍ରି କରି ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ମହାଦୁର୍ନୀତି ବଡ଼ଚଣା ପାକ୍ସରେ ହୋଇଥିବା ଅଭିଯୋଗ ହେବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହିକ୍ରମରେ ବିଭାଗୀୟ ତଦନ୍ତ ରିପୋର୍ଟ ଆଧାରରେ ଯାଜପୁର ଏଆରସିଏସ୍‌ଙ୍କ ପକ୍ଷରୁ ପାକ୍ସ ମ୍ୟାନେଜିଂ କମିଟିକୁ ସମ୍ପୃକ୍ତ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକାଧିକ ଥର ନିର୍ଦ୍ଦେଶ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ।
ଯାଜପୁର ଜିଲା ବଡ଼ଚଣା ପାକ୍ସ ଅନ୍ତର୍ଗତ ବାଘୁଆ ଗ୍ରାମର ଚାଷୀ ଧ୍ରୁବାନନ୍ଦ ରାଉତ, ଚିନ୍ତାମଣି ଜେନା, ଭ୍ରମରବର ରାଉତ ପ୍ରମୁଖଙ୍କ ଅଭିଯୋଗ ଅନୁସାରେ ୨୦୨୦-୨୧ ବର୍ଷରେ କେତେଜଣ ଗରିବ ଚାଷୀଙ୍କ ଜମିକୁ ନକଲି ଚାଷୀଙ୍କର ଦର୍ଶାଯାଇ ଟଙ୍କା ଆତ୍ମସାତ୍‌ କରାଯାଇଛି। ଚାଷୀ ଦେବେନ୍ଦ୍ର ସାମଲ ତାଙ୍କ ନାମରେ ଥିବା ଯୋରାବାଟି ମୌଜା ଖାତା ନମ୍ବର ୧୦୩/୪, ୫୮, ପ୍ଲଟ-୧୩୧, ୧୫୨, ୧୬୮ ଜମି କାଗଜପତ୍ର ଦାଖଲ କରି ନାମ ପଞ୍ଜୀକରଣ କରିଥିଲେ। ଏହାବାଦ୍‌ ବାଘୁଆ ମୌଜା ଖାତା ନମ୍ବର ୭୯ ପ୍ଲଟ ନମ୍ବର ୧୯୫, ୨୭୬, ୩୦୬ରେ ଥିବା ଫକୀର ସାମଲଙ୍କ ଜମିକୁ ଜାଲିଆତି କରାଯାଇ ଦେବେନ୍ଦ୍ରଙ୍କ ନାମରେ ଧାନ ବିକ୍ରି ହୋଇଛି। ଏଥିରେ ଫକୀର ସାମଲ ଦେବେନ୍ଦ୍ରଙ୍କ ନାତି ବୋଲି ଯାହା ଦର୍ଶାଯାଇଛି ତାହା ମିଥ୍ୟା ଏବଂ ତାଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ଅଭିଯୋଗ ହୋଇଥିଲା। ସେହିପରି ଚାଷୀ ରଞ୍ଜନ କୁମାର ରାଉତଙ୍କ ନାମରେ ବାଘୁଆ ମୌଜାର ଖାତା ନମ୍ବର ୭୧, ପ୍ଲଟ ନମ୍ବର ୨୯୫, ୩୧୫, ୩୭୫ରେ ଜମି ଦର୍ଶାଇ ନାମ ପଞ୍ଜୀକରଣ କରାଯାଇଛି। ପୁଣି ତାଙ୍କ ନାମରେ ଭ୍ରମରବର ରାଉତ ଓ ଧ୍ରୁବାନନ୍ଦ ରାଉତଙ୍କ ଜମି କାରସାଦି କରି ଧାନ ବିକ୍ରି କରାଯାଇଛି। ଏଥିରେ ଭ୍ରମରବର ଓ ଧ୍ରୁବାନନ୍ଦ ତାଙ୍କ ନାତି ଓ ପୁତୁରା ବୋଲି ଯାହା ଦର୍ଶାଯାଇଛି ତାହା ମିଥ୍ୟା ଏବଂ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଅନୁରୂପ ଭାବେ ରବୀନ୍ଦ୍ର ବେହେରାଙ୍କ ପଞ୍ଜୀକରଣ ପାଇଁ ହରିଚନ୍ଦନପୁର ମୌଜାର ଖାତା ନମ୍ବର ୩୦, ପ୍ଲଟ ନମ୍ବର ୧୦୬, ୦୯, ୭୭ ଜମି ଦାଖଲ ହୋଇଥିବାବେଳେ ପୁଣି ଚକ୍ରଧର ବେହେରା ଓ ଚନ୍ଦ୍ରମଣି ବେହେରାଙ୍କ ହରିଚନ୍ଦନପୁର ମୌଜାରେ ଥିବା ଜମି ଜାଲିଆତି କରାଯାଇଛି। ଏଥିରେ ମଧ୍ୟ ରବୀନ୍ଦ୍ରଙ୍କ ସମ୍ପର୍କୀୟ ବୋଲି ଦର୍ଶାଇଥିବାବେଳେ ସେମାନଙ୍କ କୌଣସି ସମ୍ପର୍କ ନାହିଁ। ଏହାସହ ବାଘୁଆ ଗ୍ରାମର ପଦ୍ମଲାଭ ରାଉତଙ୍କ ନାମ ପଞ୍ଜୀକରଣ ପାଇଁ ବାଘୁଆ ମୌଜାରେ ଥିବା ଖାତା ନମ୍ବର ୭୦ରେ ପ୍ଲଟ ନମ୍ବର ୨୯୪ ଜମି କାଗଜପତ୍ର ଦାଖଲ ହୋଇଛି। ଏହାବାଦ ଚାଷୀ ମଧୁ ରାଉତଙ୍କ ବାଘୁଆ ମୌଜାର ଖାତା ନମ୍ବର ୯୮ରେ ପ୍ଲଟ ନମ୍ବର ୨୩୯, ୨୯୮ ଏବଂ ୩୩୦/୪୪୦ରେ ଜମି କାରସାଦି ହୋଇଛି। ଏଥିରେ ମଧ୍ୟ ମଧୁ ରାଉତ ତାଙ୍କ ନାତି ବୋଲି ଦର୍ଶାଇ ମିଥ୍ୟା ସମ୍ପର୍କ ଯୋଡ଼ା ଯାଇଛି। ଏଭଳି ଏକାଧିକ ଚାଷୀଙ୍କ ଜମିକୁ କାରସାଦି କରି ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ନେଇ ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗରେ ଚାଷୀମାନେ ଅଭିଯୋଗ କରିଥିଲେ। ଦୁର୍ନୀତି ନିବାରଣ ବିଭାଗର ଏସ୍‌ପି ୧୫ା୫ା୨୦୨୨ରେ ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ରାଜ୍ୟ ସମବାୟ ସମିତିର ନିବନ୍ଧକଙ୍କୁ ପତ୍ର ଲେଖିଥିଲେ। ଏହାପରେ ବିଭାଗୀୟ ତଦନ୍ତ ହେବା ପରେ ଅଭିଯୋଗର ସତ୍ୟତା ମିଳିଥିଲା। ଏହା ପୂର୍ବରୁ ସମବାୟ ଏବଂ ଖାଉଟିକଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ନିକଟରେ ଚାଷୀମାନେ ଏନେଇ ଅଭିଯୋଗ କରିଥିଲେ।
ଯାଜପୁର ଏଆର୍‌ସିଏସ୍‌ ଶରତ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ବଡ଼ଚଣା ପାକ୍ସ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମ୍ୟାନେଜିଂ କମିଟିକୁ ଏକାଧିକ ଥର ନିର୍ଦ୍ଦେଶ ହୋଇଛି। ହେଲେ କମିଟି ଏନେଇ ନୀରବତା ଅବଲମ୍ବନ କରୁଛି। ତେଣୁ ଉକ୍ତ କମିଟିକୁ ଭାଙ୍ଗି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Read more

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?