Posted inଖେଳ

ମୋ ଦ୍ୱିତୀୟ ଘର ଏବେ ଜଳମଗ୍ନ, ଚେନ୍ନାଇ ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ଶ୍ରୀଲଙ୍କା କ୍ରିକେଟର୍‌

ଚେନ୍ନାଇ,୫।୧୨: ଚେନ୍ନାଇରେ ବାତ୍ୟ ‘ମିଗ୍‌ଜୋମ’ ବିପର୍ଯ୍ୟୟ ଘଟାଇଛି। ଏହି ବାତ୍ୟା ଯୋଗୁ ସହରରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଜଳମଗ୍ନ ହୋଇଛି। କେତେକ ସ୍ଥାନରେ ଯାନବାହନ ମଧ୍ୟ ପାଣିରେ ବୁଡିଯାଇଛି। ଏହି ଘୂର୍ଣ୍ଣିବଳୟର ପ୍ରଭାବର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ଚେନ୍ନାଇ ସୁପର କିଙ୍ଗ୍ସର ଶ୍ରୀଲଙ୍କା ସ୍ପିନର ମହିଷ ତୀକ୍ଷଣା ମଧ୍ୟ ଏକ ଭିଡିଓ ଶେୟାର କରିଛନ୍ତି। ଚେନ୍ନାଇର ପରିସ୍ଥିତିକୁ ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଏହି ସହରକୁ ତାଙ୍କର ଦ୍ୱିତୀୟ ଘର ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି।
ମହିଷ ଏକ୍ସରେ କହିଛନ୍ତି, ମୁଁ ମୋର ଦ୍ୱିତୀୟ ଘର ଚେନ୍ନାଇ ସହ ଜଡିତ କିଛି ଫୁଟେଜ ଦେଖିଛି। ଏହି ବାତ୍ୟା ଦ୍ୱାରା ପ୍ରଭାବିତ ସମସ୍ତଙ୍କୁ ମୁଁ ମୋର ଭଲପାଇବା ଏବଂ ପ୍ରାର୍ଥନା ପଠାଉଛି। ସୁରକ୍ଷିତ ଏବଂ ଦୃଢ ରୁହନ୍ତୁ। ଏହି ପରିସ୍ଥିତିରେ ଆମେ ସମସ୍ତେ ଏକାଠି ଅଛୁ।
ଆଇପିଏଲ ୨୦୨୪ ରେ ମଧ୍ୟ ମହିଷ ଚେନ୍ନାଇ ସୁପର କିଙ୍ଗ୍ସର ଜର୍ସିରେ ନଜର ଆସିବେ। ଫ୍ରାଞ୍ଚାଇଜ ତାଙ୍କୁ ବଜାୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ୍‌ ଖେଳୁଥିବା ସମୟରେ ହଠାତ୍‌ ଆସଲା ହାର୍ଟ ଆଟାକ୍‌, ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ

ବେଙ୍ଗାଲୁରୁ,୨୩।୨: ମ୍ୟାଚ ସମୟରେ ଘଟିଛି ହୃଦୟ ବିଦାରକ ଘଟଣା। ଖେଳିବାବେଳେ ହାର୍ଟଆଟାକ୍‌ରେ ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ । କର୍ନାଟକ କ୍ରିକେଟର ହୋୟଶାଳା ଓ୍ବାଇସିଙ୍କ ହାର୍ଟ...

IND-ENG ଚତୁର୍ଥ ଟେଷ୍ଟ: ରୁଟ୍‌ଙ୍କ ଶତକ, ଇଂଲଣ୍ଡ ସ୍କୋର୍‌ ୩୦୨/୭

ରାଞ୍ଚତ୍, ୨୩।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ଚତୁର୍ଥ କ୍ରିକେଟ ଟେଷ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଜୋ ରୁଟ୍‌ଙ୍କ ଅପରାଜିତ ଶତକ ସହାୟତାରେ...

ସ୍ବଦେଶ ଫେରିଗଲେ ଇଂଲଣ୍ଡ ଏହି ସ୍ପିନର

ରାଞ୍ଚି,୨୩।୨: ଇଂଲଣ୍ଡ ଯୁବ ସ୍ପିନର ରେହାନ ଅହମଦ ବ୍ୟକ୍ତିଗତ କାରଣରୁ ଘରବାହୁଡ଼ା କରିଛନ୍ତି। ସେ ଭାରତ ବିପକ୍ଷ ଚଳିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର...

ଟି୨୦ ସିରିଜ କବ୍‌ଜା କଲା ଅଷ୍ଟ୍ରେଲିଆ

ଅକ୍‌ଲାଣ୍ଡ(ନ୍ୟୁଜିଲାଣ୍ଡ),୨୩ା୨: ଆଡାମ ଜାମ୍ପାଙ୍କ ଚମତ୍କାର ବୋଲିଂ ଯୋଗୁ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୭୨ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥି ସହିତ...

ଯେଉଁ ବ୍ୟାଟରେ ଦ୍ରୁତତମ ଶତକ କରି ରେକର୍ଡ କରିଥିଲେ ତେନ୍ଦୁଲକର ତାହା ଆଜି ଅବହେଳିତ ଭାବେ ପଡିଛି ପାକିସ୍ତାନରେ

ନୂଆଦିଲ୍ଲୀ,୨୩।୨: ବିଶ୍ୱାସ କରନ୍ତୁ! ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଚମତ୍କାର ବ୍ୟାଟ ଯାହା ୧୯୯୬ରେ ନୈରାବି ପଡିଆରେ ଝଡ଼ ସୃଷ୍ଟି କରିଥିଲା। ଯେଉଁ ବ୍ୟାଟ ଚୌକା...

ବିରାଟ-ଅନୁଷ୍କାଙ୍କ ପୁଅ ଅକାୟଙ୍କ ଏଆଇ ଫଟୋ ଭାଇରାଲ, ପ୍ରଶଂସକ କହୁଛନ୍ତି ଜୁନିଅର କୋହଲି

ନୂଆଦିଲ୍ଲୀ,୨୩।୨: ଭାରତୀୟ ଖେଳାଳି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ସେମାନଙ୍କର ଦ୍ୱିତୀୟ ସନ୍ତାନ ଅକାୟଙ୍କୁ ସ୍ବାଗତ କରିଛନ୍ତି। ଏହି ଦମ୍ପତି ସେମାନଙ୍କ ସୋସିଆଲ ମିଡିଆ...

ସିରିଜ୍‌ ମଝିରେ ଅଚାନକ ଘରକୁ ପଳାଇଲେ ଏହି କ୍ରିକେଟର୍‌

ରାଞ୍ଚି,୨୩।୨: ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତିନୋଟି ମ୍ୟାଚ ପରେ ୨-୧ରେ ପଛରେ ପଡିଥିବା ଇଂରାଜୀ ଦଳକୁ ଏକ ବଡ଼ ଝଟକା ଦେଇଛି। ଦଳର...

‘ନିଶ୍ଚିତ ଭାବେ ଚାପରେ ରହିବେ ହାର୍ଦ୍ଦିକ’

ନୂଆଦିଲ୍ଲୀ,୨୩।୨: ଆସନ୍ତା ଆଇପିଏଲ୍‌ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏହାକୁ ନେଇ ରୋହିତ ଶର୍ମାଙ୍କ ପ୍ରଶଂସକ ଖପ୍ପା ଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri