ବିଜ୍ଞାନ ଶିକ୍ଷାର ପ୍ରସାର କରିବ ‘ମୋ ସ୍କୁଲ୍‌’

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ଗଣିତ, ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନରେ ସରକାରୀ ସ୍କୁଲ୍‌ର ପିଲାଙ୍କୁ ଅଧିକ ଦକ୍ଷ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ ପୁରାତନ ଛାତ୍ର ଓ ବିଭିନ୍ନ ସଙ୍ଗଠନ ମାଧ୍ୟମରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛି। ଶିକ୍ଷକଙ୍କ ଦକ୍ଷତା ବିକାଶ ଲାଗି ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ଜୁନ୍‌ ୩ୟ ସପ୍ତାହରୁ ଆରମ୍ଭ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ର ୩୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ବୁଧବାର ଅନୁଷ୍ଠିତ ଏହି ଭର୍ଚୁଆଲ ବୈଠକରେ ଅଧ୍ୟକ୍ଷତା କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପ୍ରତିଷ୍ଠିତ ତଥା ସଫଳ ବ୍ୟକ୍ତି ବିଶେଷଙ୍କୁ ନେଇ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଟକ୍‌ ସେସନ୍‌ର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବୈଠକରେ ଓଡ଼ିଶାର ୨୬ଟି ଜିଲାର ମୋଟ ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ୨ ହଜାରରୁ ଊର୍ଦ୍ଧ୍ୱ ଉଚ୍ଚ ବିଦ୍ୟାଳୟକୁ ୩ୟ ପର୍ଯ୍ୟାୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ପ୍ରାକ୍ଟିକାଲ ସାଇନ୍ସ କ୍ଲାସ୍‌ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୧୦୭୬ଟି ଉଚ୍ଚ ବିଦ୍ୟାଳୟରେ କୋଡିଂ ଶିକ୍ଷାର ପ୍ରସାର ପାଇଁ ୨ଟି ପର୍ଯ୍ୟାୟରେ ‘କୋଡ୍‌ କ୍ଲବ୍‌’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଆସନ୍ତା ଜୁନ୍‌ରେ ୪୪୧ଜଣ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ କୋଡିଂ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସେହିପରି ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ ସହ ମୋ ସ୍କୁଲ୍‌ ଅଭିଯାନ ମିଳିତ ଭାବରେ କାର୍ଯ୍ୟ କରିବ। ସ୍କୁଲଗୁଡ଼ିକରେ ପାଳନ ହେଉଥିବା ପ୍ରମୁଖ ଦିବସଗୁଡ଼ିକରେ ବୈଜ୍ଞାନିକ ଏବଂ ବିଶିଷ୍ଟ ବିଜ୍ଞାନ ଶିକ୍ଷାବିତ୍‌ମାନଙ୍କୁ ନିମନ୍ତ୍ରଣ କରିବା ସହ ବିଜ୍ଞାନଭିତ୍ତିକ ପ୍ରଦର୍ଶନୀର ଆୟୋଜନ କରିବାକୁ ଓଡ଼ିଶା ବିଜ୍ଞାନ ଏକାଡେମୀ ପ୍ରସ୍ତାବ ଦେଇଛି। ସେହିଭଳି ବିଜ୍ଞାନ ଶିକ୍ଷକଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଆୟୋଜନ ପାଇଁ ପ୍ରସ୍ତାବ ରହିଛି।

ଅନ୍ୟପକ୍ଷରେ ଓଡ଼ିଶା ଓ ରାଜ୍ୟ ବାହାରେ ଥିବା ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ‘ମୋ ସ୍କୁଲ୍‌ ଅଭିଯାନ’ରେ ଇଣ୍ଟର୍ନସିପ୍‌ କରିବାର ସୁଯୋଗ ପାଇପାରିବେ। ରୁରାଲ୍‌ ମ୍ୟାନେଜମେଣ୍ଟ୍‌, ରୁରାଲ୍‌ ଡେଭଲପ୍‌ମେଣ୍ଟ୍‌, ଏଜୁକେଶନ୍‌, ପବ୍ଲିକ୍‌ ପଲିସି ଏବଂ ସୋସିଆଲ୍‌ ୱାର୍କ ଛାତ୍ରୀଛାତ୍ରମାନେ ‘ଷ୍ଟୁଡେଣ୍ଟ୍‌ ଇଣ୍ଟର୍ନସିପ୍‌ ପ୍ରୋଗ୍ରାମ’ ମାଧ୍ୟମରେ ଏହି ସୁବିଧା ପାଇପାରିବେ ବୋଲି କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ‘ମୋ ସ୍କୁଲ୍‌’ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର କଂଗ୍ରେସ- ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର,୪।୭(ବ୍ୟୁରୋ): ବିଧାନସଭା ଅଧିବେଶନ ଚାଲିଥିବା ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ସୋମବାର ଧସ୍ତାଧସ୍ତି ହୋଇଛି। ବିଜେପି କଲେଜ ଛାତ୍ରୀ ମୃତ୍ୟୁ ଘଟଣା ପ୍ରତିବାଦରେ ଛାତ୍ର କଂଗ୍ରେସ...

ସବୁ ଜିଲାପାଳଙ୍କୁ ହାଇଆଲର୍ଟ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୩।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ନେଇ ସରକାର ପୁରା ପ୍ରସ୍ତୁତ ଥିବା ବୁଧବାର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ଲଗାତାର ଭାବେ ମେ...

ତିର୍ତ୍ତୋଲ, ବାଲେଶ୍ୱର ଉପନିର୍ବାଚନ ଲାଗି ଭାଜପାର ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର, ୧ା୧୦(ବ୍ୟୁରୋ):ରାଜ୍ୟରେ ଖାଲି ହୋଇଥିବା ଦୁଇଟି ବିଧାନସଭା ଆସନ ତିର୍ତ୍ତୋଲ ଏବଂ ବାଲେଶ୍ୱର ଆସନରେ ଉପନିର୍ବାଚନ ନେଇ ନିର୍ବାଚନ ତାରିଖ ଘୋଷଣା ସରିଛି। ଆସନ୍ତା ନଭେମ୍ବର...

ଦୁଇଦିନ ଧରି ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୮।୧୦ (ବ୍ୟୁରୋ): ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ପଶ୍ଚିମବଙ୍ଗ ତତସଂଲଗ୍ନ ଉତ୍ତର ଓଡ଼ିଶାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି...

ସ୍ଥାନାନ୍ତର ହେଲା ରାଜଧାନୀର ୧ ନଂ ପରିବା ହାଟ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧ନଂ ପରିବା ହାଟକୁ ସ୍ଥାନାନ୍ତର କରାଯାଇଛି। ବୁଧବାରଠାରୁ ଏହି ହାଟ ୟୁନିଟ-୧ ହାଇସ୍କୁଲ ପଡ଼ିଆରେ ବସିଛି। ପୂର୍ବ...

‘ଉମଙ୍ଗ’ରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମୋବାଇଲ୍‌ ଆପ୍‌ ମାଧ୍ୟମରେ ମିଳିବ ପାଣିପାଗର ଆଗୁଆ ସୂଚନା। ଏଣିକି ଘରେ ବସି ଜାଣିହେବ ପାଣିପାଗର ଟିକିନିଖି ସୂଚନା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ...

ଖଣି ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ

ଯୋଡ଼ା, ୮।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲାର ଖଣିଖାଦାନ ଭରା ଯୋଡା ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଗ୍ରାହକ ହଇରାଣ ହେଉଛନ୍ତି। ଯୋଡା ସହରରେ ଥିବା...

କସର୍ଦା ଫାଣ୍ଡିକୁ ବୋମା ମାଡ଼, ଅଭିଯୁକ୍ତ ଗିରଫ

ନିଆଳି,୧୪।୩(ଡି.ଏନ୍‌.ଏ.): ନିଆଳି ଥାନା ଅନ୍ତର୍ଗତ ଦେବୀ-କନ୍ଦଳ ଦ୍ୱୀପାଞ୍ଚଳର କସର୍ଦା ଫାଣ୍ଡି ଉପରକୁ ବୋମାମାଡ଼ କରିବା ଅଭିଯୋଗରେ ଶୁକ୍ରବାର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ...

Advertisement
Archives

Model This Week