ପ୍ରଭାବିତ ହେବ ଖରିଫ୍‌ ଧାନ ଚାଷ

ରସୁଲପୁର,୨୬।୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ଖରିଫ୍‌ ଧାନଚାଷ କରାଯିବାକୁ ପ୍ରସ୍ତୁତି ହେଉଛି। ତେବେ ଅସ୍ବାଭାବିକ ପାଣିପାଗ ଯୋଗୁ କ୍ଷେତ ପ୍ରସ୍ତୁତ ହୋଇପାରୁନାହିଁ। କ୍ଷେତରେ ବତର ନ ଥିବାରୁ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ। ଅକ୍ଷୟତୃତୀୟାକୁ ୨୨ଦିନ ବିତିଥିଲେ ମଧ୍ୟ ଏଯାଏ ଚାଷୀ ବିହନ କ୍ଷେତକୁ ନେଇନାହାନ୍ତି। ଅନ୍ୟପକ୍ଷରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଖରିଫ ଧାନ ବିହନ ଚାଷୀଙ୍କୁ ପ୍ରଦାନ କରିବା କ୍ଷେତ୍ରରେ ବ୍ଲକ ଅଞ୍ଚଳର ଅଧିକୃତ ଓ କ୍ଷମତାପ୍ରାପ୍ତ ସଂସ୍ଥା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। କ୍ଷେତକୁ ଜଳସେଚିତ କରିବା ସ୍ଥିତି ନୈରାଶ୍ୟଜନକ ହୋଇଥିବାରୁ ଚାଷୀଙ୍କ ପାଖରେ ବର୍ଷାର ବିକଳ୍ପ ନାହିଁ। ସରକାରୀ ସହାୟତା ଠିକ୍‌ ସମୟରେ ପହଞ୍ଚତ୍ ପାରୁ ନ ଥିବାରୁ ଚାଷୀ ନିଜ ଉଦ୍ୟମରେ ସଫଳତା ହାସଲ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହାଛଡ଼ା ଅମଳବେଳେ ମଣ୍ଡିର ବ୍ୟବସ୍ଥା ଚାଷୀଙ୍କ କାମରେ ନ ଆସିବା ଭଳି ସ୍ଥିତି ସେମାନଙ୍କ ପାଇଁ ଦୁର୍ଗତି ଆଣି ଦେଉଛି। କହିବାକୁ ଗଲେ ଅସ୍ବାଭାବିକ ପାଣିପାଗ ଓ ଶିଥିଳ ସରକାରୀ ବ୍ୟବସ୍ଥା ଯୋଗୁ ଚଳିତବର୍ଷ ଖରିଫ ଧାନଚାଷ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।

ଖରିଫ ଋତୁରେ ବ୍ଲକ ଅଞ୍ଚଳ ଚାଷୀ ଧାନକୁ ପ୍ରମୁଖ ଆୟକାରୀ ଫସଲ ଭାବେ ଚାଷ କରୁଛନ୍ତି। ଚଳିତବର୍ଷ ଏହି ଚାଷରେ ବର୍ଷା ବାଧକ ସାଜିଛି। ସ୍ବଳ୍ପ ବୃଷ୍ଟିପାତ ଓ କାଳବୈଶାଖୀ ବର୍ଷାର ଅଭାବରୁ ଧାନଚାଷ ପ୍ରସ୍ତୁତିରେ ମାନ୍ଦା ଦେଖାଦେଇଛି। ଚାଷ ପାଇଁ ଚାଷୀ ଅକ୍ଷୟ ତୃତୀୟାଠାରୁ ବେଉଷଣ ଆରମ୍ଭ କରିଛନ୍ତି। ହେଲେ ଧାନଚାଷ ପାଇଁ ବେଉଷଣ କାର୍ଯ୍ୟ ଆଗକୁ ବଢ଼ି ପାରୁନାହିଁ। ଦୁର୍ବଳ ଜଳସେଚନ ବ୍ୟବସ୍ଥା ଭିତରେ ଚାଷୀ ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା ନାହିଁ। ପ୍ରକୃତିର ଅନୁକୂଳ ସ୍ଥିତିକୁ ଚାଷୀ ଅପେକ୍ଷା କରିଛନ୍ତି। ତେଣୁ ଚାଷୀଙ୍କୁ କେବଳ ମୌସୁମୀ ବର୍ଷା ସାହା ବୋଲି ସାଧାରଣରେ ଆଲୋଚନା ହେଉଛି। ଚଳିତବର୍ଷ ମେ’ ମାସରେ ବାତ୍ୟା ଆସନି ପ୍ରଭାବରେ ଭଲ ବର୍ଷା ହୋଇଥିଲେ ଧାନଚାଷ ସଅଳ ହୋଇଥାନ୍ତା ବୋଲି ଚାଷୀ ଆଶା ବାନ୍ଧିଥିଲେ। ମାତ୍ର ବ୍ଲକରେ ବାତ୍ୟାର ପ୍ରଭାବ ଶୂନ୍ୟ ରହିଥିଲା। ବାତ୍ୟା ଚାଲିଯିବା ପରେ ମୁଣ୍ଡଫଟା ଖରା ପୁଣି ଲେଉଟି ଥିଲା। ଖରାରେ ମାଟିଫାଟି ଆଁ କରିଛି। ସ୍ବଳ୍ପ ବୃଷ୍ଟିପାତରେ ଧାନ ବୁଣିବାକୁ ଚାଷୀ ସାହସ ଜୁଟାଇ ପାରୁନାହାନ୍ତି। ଅଳପ ବତର ମାଟିରେ ଧାନ ବୁଣିଲେ ଗଜା ମରୁଡ଼ି ହେବା ସମ୍ଭାବନାକୁ ଚାଷୀ ଭୟ କରୁଛନ୍ତି। ପ୍ରଚଣ୍ଡ ଖରା ଓ କାଳବୈଶାଖି ପ୍ରଭାବରେ ବର୍ଷା ସମ୍ଭାବନା କମ୍‌ ରହୁଛି। ବର୍ଷା ଅଭାବରୁ ଅଧିକାଂଶ କ୍ଷେତ ବେଉଷଣ ହୋଇପାରି ନାହିଁ। ଏଭଳି ସ୍ଥିତିରେ ଚାଷୀ ବିଲରେ ଧାନ ବୁଣିବାକୁ ଅମଙ୍ଗ ହେଉଛନ୍ତି।

ଚଳିତବର୍ଷ ମୌସୁମୀ ସଅଳ ଆସିବ ବୋଲି ପାଣିପାଗ ପକ୍ଷରୁ ପୂର୍ବ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ବର୍ଷା ହେଲେ ଚାଷୀ କ୍ଷେତରେ ଧାନ ବୁଣିବା ଆରମ୍ଭ କରିବେ। ଏପରି ସ୍ଥିତିରେ ଖରିଫ ଚାଷରେ ବିଳମ୍ବ ହେବା ଏକ ପ୍ରକାର ଥୟ ବୋଲି ମନେ ହେଉଛି। ଅନ୍ୟପକ୍ଷରେ ଚାଷ ବିଳମ୍ବ ହେଲେ ଅମଳ ପ୍ରଭାବିତ ହେବ। ବର୍ଷକର ଭାତହାଣ୍ଡି ଉଜୁଡ଼ିଯିବ ବୋଲି ଚାଷୀ ମତ ରଖିଛନ୍ତି। ସେପଟେ ଏଯାଏ ସରକାରୀ ଧାନ ବିହନ ବ୍ଲକରେ ପହଞ୍ଚତ୍ ପାରିନାହିଁ। ସମବାୟ ସମିତି, ମାର୍ଫେଡ, ଲାଇସେନ୍ସପ୍ରାପ୍ତ ଡିଲରମାନେ ସରକାରୀ ବିହନ ଉଠାଇ ନ ଥିବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଉଛି। ଏବେ ବ୍ଲକରେ ଖଣ୍ଡଗିରି ଓ ଉଦୟଗିରି କିସମର ଧାନ ବିହନର ଚାହିଦା ରହୁଛି। ଏଥର ସେ ସବୁ କିସମ ଧାନ ବିହନ ସରକାରୀ ଭାବେ ଉପଲବ୍ଧ ହେବ ନାହିଁ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ପୂର୍ବ ବର୍ଷ ଭଳି ଚଳିତବର୍ଷ ଚାଷୀଙ୍କୁ ଘରୋଇ ବିହନକୁ ଭରଷା କରିବାକୁ ପଡ଼ିବ। ଏସବୁ କଷଣ ପରେ ବି ଅମଳ ବେଳେ ଚାଷୀଙ୍କୁ ହଟହଟା ହେବାକୁ ପଡୁଛି। ମଣ୍ଡିରେ ଧାନ ବିକ୍ରି କରିବାରେ ଅସୁବିଧା ହେଉଛି। ଏହି ବ୍ଲକ ଅଞ୍ଚଳରେ ଅଧିକାଂଶ କ୍ଷେତରେ ସ୍ବଳ୍ପ ମିଆଦୀ ଧାନ ଚାଷ କରାଯାଉଛି। ଅମଳ ବେଳେ ମଣ୍ଡିରେ ଅବ୍ୟବସ୍ଥା ଧାନ କାରବାରରେ ସମସ୍ୟା ସୃଷ୍ଟି କରୁଛି। ବିଶେଷକରି ବିଆଳି ଧାନକୁ ମଣ୍ଡିରେ ଅଣଦେଖା କରାଯାଉଛି। ଏଭଳି ପ୍ରାକୃତିକ ଓ କୃତ୍ରିମ ସମସ୍ୟାରେ ଚାଷୀ ପେଶି ହୋଇଯାଉଛନ୍ତି। ତେବେ ପାଣିପାଗର ଅନିୟମିତତା ସ୍ଥିତିକୁ ମୁକାବିଲା କରିବା ସହ ଚାଷ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ନିମନ୍ତେ ସରକାରୀସ୍ତରରେ ବ୍ୟବସ୍ଥା ପାଇଁ ଚାଷୀଙ୍କ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ବ୍ଲକ କୃଷି ଅଧିଦର୍ଶକ ପଦ୍ମଲୋଚନ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ଖରିଫ ଧାନ ବିହନ ପ୍ରଦାନ ପାଇଁ ସମବାୟ ସମିତି ଓ ଲାଇସେନ୍ସପ୍ରାପ୍ତ ଡିଲରଙ୍କୁ ଦାୟିତ୍ୱ ଦିଆଯାଇଛି। ମାତ୍ର ସେ ସବୁ ସଂସ୍ଥା ଏଯାଏ ବିହନ ଉଠାଇନାହାନ୍ତି। ତେଣୁ ଶୀଘ୍ର ବିହନ ଉଠାଇବା ପାଇଁ ସେମାନଙ୍କୁ କୁହାଯିବ ବୋଲି ପଣ୍ଡା ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ବର୍ଜନ ଶୋଭାଯାତ୍ରାର ଶୁଭାରମ୍ଭ କଲେ ଜିଲାପାଳ

କେନ୍ଦୁଝର,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟରେ ପ୍ଲାଷ୍ଟିକ ବର୍ଜନ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦୁଝର ଶାଖା ପକ୍ଷରୁ ଏହି ଶୋଭାଯାତ୍ରା...

ଭିଡ଼ିଓ କନଫେରେନ୍ସିଂରେ ବରଗଡ଼ କୋଭିଡ୍‌-୧୯ ହସ୍‌ପିଟାଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ୍‌,୨୦।୪: ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ହୋଇଥିବା କୋଭିଡ୍‌-୧୯ ହସପିଟାଲକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ...

ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌

ଯାଜପୁର ଅଫିସ, ୧ା୬: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍‌ ସୋମବାର ଅପରାହ୍ନ ପ୍ରାୟ...

ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ରସୁଲପୁର,୨୫।୯(ଡି.ଏନ.ଏ.): ରସୁଲପୁର ତହସିଲ ଅଧୀନ ଭୋଟକା ପଞ୍ଚାୟତ ସେରପୁର ଗ୍ରାମର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଉକ୍ତ ପଞ୍ଚାୟତ ସାନରମ୍ପେଇ ଗ୍ରାମର ସୁଧାକର ଦାସ...

ରାଜସ୍ଥାନରୁ ବସ୍‌ରେ ଫେରୁଛନ୍ତି ଛାତ୍ରୀଛାତ୍ର

ବରଗଡ଼ ଅଫିସ୍‌,୧।୫: ରାଜସ୍ଥାନର କୋଟା ଅନ୍ତର୍ଗତ ଆଲେନ୍‌ ଇନଷ୍ଟିଚ୍ୟୁଟ୍‌ର ଛାତ୍ରୀଛାତ୍ର ଶୁକ୍ରବାର ସ୍ବତନ୍ତ୍ର ବସ୍‌ ଯୋଗେ ବରଗଡ଼ ଅଭିମୁଖେ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼...

ଶୌଚ ହେବାକୁ ଯାଇ ଆଉ ଫେରିଲେନି ଢାବା କର୍ମଚାରୀ

ପାଟଣା,୨୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ- କୋଲକାତା ଜାତୀୟ ରାଜପଥର ହାତିବାରୀ ନିକଟରେ ବୁଧବାର ଅଜଣା ଟ୍ରକ୍‌...

୪୯ନଂ. ଏନ୍‌ଏଚ୍‌ ବାଇପାସ୍‌ ଖୋଲିଲା

କେନ୍ଦୁଝର, ୨୫ ।୧(ସ୍ବ.ପ୍ର.) କେନ୍ଦୁଝର ସହର ମଧ୍ୟ ଦେଇ ଯାଇଥିବା ବ୍ୟସ୍ତବହୁଳ କଲିକତା-ମୁମ୍ବାଇ ଏନ୍‌ଏଚ୍‌ ୪୯ରେ ଲାଇନ ଟ୍ରକ, ଲୁହାପଥର ବୋଝେଇ ଟ୍ରକ, ଟ୍ରେଲର ଆଦି...

ସ୍ନେହ ଡୋରିରେ ବନ୍ଧା ବାଦୁଡ଼ି

ଖଇରା, ୧୪।୧୦(ଡି.ଏନ.ଏ.)-ଦିନେ ନୁହେଁ, ମାସେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୧୦ ବର୍ଷ ଧରି ଏକ ବାଦୁଡି ସ୍ନେହ ଡୋରିରେ ବାନ୍ଧି ହୋଇରହିଛି। ବାଲେଶ୍ୱର...

Advertisement
Archives

Model This Week