ପ୍ରଭାବିତ ହେବ ଖରିଫ୍‌ ଧାନ ଚାଷ

ରସୁଲପୁର,୨୬।୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ଖରିଫ୍‌ ଧାନଚାଷ କରାଯିବାକୁ ପ୍ରସ୍ତୁତି ହେଉଛି। ତେବେ ଅସ୍ବାଭାବିକ ପାଣିପାଗ ଯୋଗୁ କ୍ଷେତ ପ୍ରସ୍ତୁତ ହୋଇପାରୁନାହିଁ। କ୍ଷେତରେ ବତର ନ ଥିବାରୁ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ। ଅକ୍ଷୟତୃତୀୟାକୁ ୨୨ଦିନ ବିତିଥିଲେ ମଧ୍ୟ ଏଯାଏ ଚାଷୀ ବିହନ କ୍ଷେତକୁ ନେଇନାହାନ୍ତି। ଅନ୍ୟପକ୍ଷରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଖରିଫ ଧାନ ବିହନ ଚାଷୀଙ୍କୁ ପ୍ରଦାନ କରିବା କ୍ଷେତ୍ରରେ ବ୍ଲକ ଅଞ୍ଚଳର ଅଧିକୃତ ଓ କ୍ଷମତାପ୍ରାପ୍ତ ସଂସ୍ଥା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। କ୍ଷେତକୁ ଜଳସେଚିତ କରିବା ସ୍ଥିତି ନୈରାଶ୍ୟଜନକ ହୋଇଥିବାରୁ ଚାଷୀଙ୍କ ପାଖରେ ବର୍ଷାର ବିକଳ୍ପ ନାହିଁ। ସରକାରୀ ସହାୟତା ଠିକ୍‌ ସମୟରେ ପହଞ୍ଚତ୍ ପାରୁ ନ ଥିବାରୁ ଚାଷୀ ନିଜ ଉଦ୍ୟମରେ ସଫଳତା ହାସଲ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହାଛଡ଼ା ଅମଳବେଳେ ମଣ୍ଡିର ବ୍ୟବସ୍ଥା ଚାଷୀଙ୍କ କାମରେ ନ ଆସିବା ଭଳି ସ୍ଥିତି ସେମାନଙ୍କ ପାଇଁ ଦୁର୍ଗତି ଆଣି ଦେଉଛି। କହିବାକୁ ଗଲେ ଅସ୍ବାଭାବିକ ପାଣିପାଗ ଓ ଶିଥିଳ ସରକାରୀ ବ୍ୟବସ୍ଥା ଯୋଗୁ ଚଳିତବର୍ଷ ଖରିଫ ଧାନଚାଷ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।

ଖରିଫ ଋତୁରେ ବ୍ଲକ ଅଞ୍ଚଳ ଚାଷୀ ଧାନକୁ ପ୍ରମୁଖ ଆୟକାରୀ ଫସଲ ଭାବେ ଚାଷ କରୁଛନ୍ତି। ଚଳିତବର୍ଷ ଏହି ଚାଷରେ ବର୍ଷା ବାଧକ ସାଜିଛି। ସ୍ବଳ୍ପ ବୃଷ୍ଟିପାତ ଓ କାଳବୈଶାଖୀ ବର୍ଷାର ଅଭାବରୁ ଧାନଚାଷ ପ୍ରସ୍ତୁତିରେ ମାନ୍ଦା ଦେଖାଦେଇଛି। ଚାଷ ପାଇଁ ଚାଷୀ ଅକ୍ଷୟ ତୃତୀୟାଠାରୁ ବେଉଷଣ ଆରମ୍ଭ କରିଛନ୍ତି। ହେଲେ ଧାନଚାଷ ପାଇଁ ବେଉଷଣ କାର୍ଯ୍ୟ ଆଗକୁ ବଢ଼ି ପାରୁନାହିଁ। ଦୁର୍ବଳ ଜଳସେଚନ ବ୍ୟବସ୍ଥା ଭିତରେ ଚାଷୀ ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା ନାହିଁ। ପ୍ରକୃତିର ଅନୁକୂଳ ସ୍ଥିତିକୁ ଚାଷୀ ଅପେକ୍ଷା କରିଛନ୍ତି। ତେଣୁ ଚାଷୀଙ୍କୁ କେବଳ ମୌସୁମୀ ବର୍ଷା ସାହା ବୋଲି ସାଧାରଣରେ ଆଲୋଚନା ହେଉଛି। ଚଳିତବର୍ଷ ମେ’ ମାସରେ ବାତ୍ୟା ଆସନି ପ୍ରଭାବରେ ଭଲ ବର୍ଷା ହୋଇଥିଲେ ଧାନଚାଷ ସଅଳ ହୋଇଥାନ୍ତା ବୋଲି ଚାଷୀ ଆଶା ବାନ୍ଧିଥିଲେ। ମାତ୍ର ବ୍ଲକରେ ବାତ୍ୟାର ପ୍ରଭାବ ଶୂନ୍ୟ ରହିଥିଲା। ବାତ୍ୟା ଚାଲିଯିବା ପରେ ମୁଣ୍ଡଫଟା ଖରା ପୁଣି ଲେଉଟି ଥିଲା। ଖରାରେ ମାଟିଫାଟି ଆଁ କରିଛି। ସ୍ବଳ୍ପ ବୃଷ୍ଟିପାତରେ ଧାନ ବୁଣିବାକୁ ଚାଷୀ ସାହସ ଜୁଟାଇ ପାରୁନାହାନ୍ତି। ଅଳପ ବତର ମାଟିରେ ଧାନ ବୁଣିଲେ ଗଜା ମରୁଡ଼ି ହେବା ସମ୍ଭାବନାକୁ ଚାଷୀ ଭୟ କରୁଛନ୍ତି। ପ୍ରଚଣ୍ଡ ଖରା ଓ କାଳବୈଶାଖି ପ୍ରଭାବରେ ବର୍ଷା ସମ୍ଭାବନା କମ୍‌ ରହୁଛି। ବର୍ଷା ଅଭାବରୁ ଅଧିକାଂଶ କ୍ଷେତ ବେଉଷଣ ହୋଇପାରି ନାହିଁ। ଏଭଳି ସ୍ଥିତିରେ ଚାଷୀ ବିଲରେ ଧାନ ବୁଣିବାକୁ ଅମଙ୍ଗ ହେଉଛନ୍ତି।

ଚଳିତବର୍ଷ ମୌସୁମୀ ସଅଳ ଆସିବ ବୋଲି ପାଣିପାଗ ପକ୍ଷରୁ ପୂର୍ବ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ବର୍ଷା ହେଲେ ଚାଷୀ କ୍ଷେତରେ ଧାନ ବୁଣିବା ଆରମ୍ଭ କରିବେ। ଏପରି ସ୍ଥିତିରେ ଖରିଫ ଚାଷରେ ବିଳମ୍ବ ହେବା ଏକ ପ୍ରକାର ଥୟ ବୋଲି ମନେ ହେଉଛି। ଅନ୍ୟପକ୍ଷରେ ଚାଷ ବିଳମ୍ବ ହେଲେ ଅମଳ ପ୍ରଭାବିତ ହେବ। ବର୍ଷକର ଭାତହାଣ୍ଡି ଉଜୁଡ଼ିଯିବ ବୋଲି ଚାଷୀ ମତ ରଖିଛନ୍ତି। ସେପଟେ ଏଯାଏ ସରକାରୀ ଧାନ ବିହନ ବ୍ଲକରେ ପହଞ୍ଚତ୍ ପାରିନାହିଁ। ସମବାୟ ସମିତି, ମାର୍ଫେଡ, ଲାଇସେନ୍ସପ୍ରାପ୍ତ ଡିଲରମାନେ ସରକାରୀ ବିହନ ଉଠାଇ ନ ଥିବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଉଛି। ଏବେ ବ୍ଲକରେ ଖଣ୍ଡଗିରି ଓ ଉଦୟଗିରି କିସମର ଧାନ ବିହନର ଚାହିଦା ରହୁଛି। ଏଥର ସେ ସବୁ କିସମ ଧାନ ବିହନ ସରକାରୀ ଭାବେ ଉପଲବ୍ଧ ହେବ ନାହିଁ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ପୂର୍ବ ବର୍ଷ ଭଳି ଚଳିତବର୍ଷ ଚାଷୀଙ୍କୁ ଘରୋଇ ବିହନକୁ ଭରଷା କରିବାକୁ ପଡ଼ିବ। ଏସବୁ କଷଣ ପରେ ବି ଅମଳ ବେଳେ ଚାଷୀଙ୍କୁ ହଟହଟା ହେବାକୁ ପଡୁଛି। ମଣ୍ଡିରେ ଧାନ ବିକ୍ରି କରିବାରେ ଅସୁବିଧା ହେଉଛି। ଏହି ବ୍ଲକ ଅଞ୍ଚଳରେ ଅଧିକାଂଶ କ୍ଷେତରେ ସ୍ବଳ୍ପ ମିଆଦୀ ଧାନ ଚାଷ କରାଯାଉଛି। ଅମଳ ବେଳେ ମଣ୍ଡିରେ ଅବ୍ୟବସ୍ଥା ଧାନ କାରବାରରେ ସମସ୍ୟା ସୃଷ୍ଟି କରୁଛି। ବିଶେଷକରି ବିଆଳି ଧାନକୁ ମଣ୍ଡିରେ ଅଣଦେଖା କରାଯାଉଛି। ଏଭଳି ପ୍ରାକୃତିକ ଓ କୃତ୍ରିମ ସମସ୍ୟାରେ ଚାଷୀ ପେଶି ହୋଇଯାଉଛନ୍ତି। ତେବେ ପାଣିପାଗର ଅନିୟମିତତା ସ୍ଥିତିକୁ ମୁକାବିଲା କରିବା ସହ ଚାଷ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ନିମନ୍ତେ ସରକାରୀସ୍ତରରେ ବ୍ୟବସ୍ଥା ପାଇଁ ଚାଷୀଙ୍କ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ବ୍ଲକ କୃଷି ଅଧିଦର୍ଶକ ପଦ୍ମଲୋଚନ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ଖରିଫ ଧାନ ବିହନ ପ୍ରଦାନ ପାଇଁ ସମବାୟ ସମିତି ଓ ଲାଇସେନ୍ସପ୍ରାପ୍ତ ଡିଲରଙ୍କୁ ଦାୟିତ୍ୱ ଦିଆଯାଇଛି। ମାତ୍ର ସେ ସବୁ ସଂସ୍ଥା ଏଯାଏ ବିହନ ଉଠାଇନାହାନ୍ତି। ତେଣୁ ଶୀଘ୍ର ବିହନ ଉଠାଇବା ପାଇଁ ସେମାନଙ୍କୁ କୁହାଯିବ ବୋଲି ପଣ୍ଡା ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?