‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୧୫ କୋଟିର ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ‘ମୋ ସ୍କୁଲ ଅଭିଯାନ’ର ୨୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ ଅନୁଷ୍ଠିତ ହୋଇଛି। ରାଜ୍ୟର ୨୪ ଜିଲାରୁ ମୋଟ ୧,୧୪୬ ବିଦ୍ୟାଳୟ ପାଇଁ ୧୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ମାସକ ମଧ୍ୟରେ ୧୪ ହଜାର ପୁରାତନ ଛାତ୍ରୀଛାତ୍ର ଅଭିଯାନ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୬୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଏହାର ଦୁଇଗୁଣା ଆର୍ଥିକ ଅନୁଦାନ ଦେଇଥିବାବେଳେ ନୂଆ ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମାଦନ କରିଛି। ବାଲେଶ୍ୱରରେ ସର୍ବାଧିକ ୧ କୋଟି ୧୪ ଲକ୍ଷ, ସୋନପୁରରେ ୫୫ ଲକ୍ଷ ୯୮ ହଜାର, କଟକରେ ୩୨ ଲକ୍ଷ ୧୬ ହଜାର, ଯାଜପୁରରେ ୩୦ ଲକ୍ଷ ୪୧ ହଜାର ଏବଂ ମୟୂରଭଞ୍ଜରେ ୨୦ ଲକ୍ଷ ୪୭ ହଜାର ଟଙ୍କା ପୁରାତନ ଛାତ୍ରୀଛାତ୍ରମାନେ ପ୍ରଦାନ କରିଛନ୍ତି। ଏବେ ସୁଦ୍ଧା ମୋଟ୍‌ ୬,୦୬,୯୦୮ ଜଣ ପୁରାତନ ଛାତ୍ରୀଛାତ୍ର ‘ମୋ ସ୍କୁଲ’ ମାଧ୍ୟମରେ ନିଜ ନିଜ ବିଦ୍ୟାଳୟ ସହ ଯୋଡ଼ି ହୋଇଛନ୍ତି। ସେହିଭଳି ବିଭିନ୍ନ ସିଏସ୍‌ଆର୍‌ ପାଣ୍ଠିରୁ ବିଦ୍ୟାଳୟର ଉନ୍ନତିକରଣ ପାଇଁ ମୋଟ୍‌ ୩୩୩.୪ କୋଟି ଟଙ୍କାର ଅନୁଦାନ ମିଳିଛି।
ନିର୍ଦ୍ଧାରିତ ସମୟରେ ମୋ ସ୍କୁଲ ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକ ଶେଷ ହେବ। କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରଖିବାକୁ ଫିଲ୍ଡ ମନିଟରିଂ ଏବଂ ସୋସିଆଲ୍‌ ଅଡିଟ୍‌କୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରିବାକୁ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲସ୍ତରରେ ‘ମୋ ସ୍କୁଲ’ ପ୍ରକଳ୍ପର ଅଡିଟ୍‌ କାର୍ଯ୍ୟକୁ ଜୋରଦାର କରିବାକୁ ସ୍ବତନ୍ତ୍ର ଅଡିଟ୍‌ ଟିମ୍‌ ପଠାଇବାକୁ ସ୍ଥିର ହୋଇଛି। ବୈଠକରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଟିଇ, ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଅତିରିକ୍ତ ସଚିବ ତଥା ବିଭାଗୀୟ ବିତ୍ତ ପରାମର୍ଶଦାତା, ‘ମୋ ସ୍କୁଲ’ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରି ଆତ୍ମପ୍ରଚାର କରୁଛି ବିଜେଡି: ଭାଜପା

ଭୁବନେଶ୍ୱର,୧୭-୯(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ଭୁଆଁ ବୁଲାଇ ଚାଲିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ‘ବିଜୁ ପକ୍କା...

ଅଧା ଓଡ଼ିଶାରୁ ଫେରିଗଲାଣି ମୌସୁମୀ

ଭୁବନେଶ୍ୱର,୧୨।୧୦: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ପ୍ରତ୍ୟାପର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୨ ତାରିଖ ସୁଦ୍ଧା ଓଡ଼ିଶାର ଅଧିକାଂଶ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି।...

ରାଜଧାନୀରୁ ଆଦିବାସୀ ଯୁବକ ନିଖୋଜ

ଭୁବନେଶ୍ୱର, ୧୪।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଜଣେ ଆଦିବାସୀ ଯୁବକ ମଙ୍ଗଳବାରଠାରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ କେନ୍ଦୁଝର ଜିଲା କାଞ୍ଜିପାଣି ଗ୍ରାମର ଗଙ୍ଗା...

ବଢ଼ୁଛି ସାଇବର ଠକଙ୍କ ଦୌରାତ୍ମ୍ୟ

ଭୁବନେଶ୍ୱର,୬।୪ (ବ୍ୟୁରୋ): ବାରମ୍ବାର ସଚେତନତା ସତ୍ତ୍ୱେ ସାଇବର ଠକଙ୍କ ଜାଲରେ ପଡ଼ୁଛନ୍ତି ଲୋକେ। ଫଳରେ ଲକ୍ଷ ଲକ୍ଷ ଟଙ୍କା ଆଖି ପିଛୁଳାକେ ହରାଇ ବସୁଛନ୍ତି। ଗତ...

ଶ୍ରୀମନ୍ଦିରର ଡ୍ରୋନ୍‌ ଭିଡିଓ ଭାଇରାଲ

ପୁରୀ ଅଫିସ,୪।୧୨: ଶ୍ରୀମନ୍ଦିରର ଭିଡିଓ ପୁଣିଥରେ ଭାଇରାଲ ହୋଇଛି। ଏଥର କିନ୍ତୁ ଭିଡିଓଟି ମନ୍ଦିର ଭିତରର ହୋଇ ନ ଥିବାବେଳେ ସମ୍ପୂର୍ଣ୍ଣ ମନ୍ଦିରର ଚିତ୍ର ଆକାଶରୁ...

ମଦବିକ୍ରି ବନ୍ଦ କରିବାରୁ ଗାଳି, ଅସଦାଚରଣ ଅଭିଯୋଗ

ଢେଙ୍କାନାଳ ଅଫିସ,୨୪।୫ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ବରଦା, କୁଶିଦା, ସୋଗରଦିଆଣୀ ଗ୍ରାମର ମା’ ଦୁର୍ଗତିନାଶିନୀ ନିଶା ନିବାରଣ ମହିଳା ସଂଘ ନ୍ୟାୟ ପାଇଁ ସୋମବାର...

ବେଆଇନ ପଥର ଖଣି ମାମଲା:ମହମ୍ମଦ ତାବ୍ରେଜ କଲିକତା ବିମାନବନ୍ଦରରୁ ଗିରଫ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ଖୋର୍ଦ୍ଧା ବେଆଇନ ପଥର ଖଣି ଓ ଚୋରା ଚାଲାଣ ଘଟଣାର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ତଥା ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍‌ ଥିବା ମହମ୍ମଦ ତାବ୍ରେଜଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌...

ଲାଞ୍ଚ ନେଇ କ୍ୟାସିୟର ଗିରଫ

ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ଗ୍ରାମ୍ୟ ଉନ୍ନୟନ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କ୍ୟାସିୟର ଅଜୟ କୁମାର ସେଜପଡା ବୁଧବାର ଲାଞ୍ଚ ନେଉଥିବା...

Advertisement
Archives

Model This Week