ବେଆଇନ ପାର୍କିଂ ରୋକିବ ‘ମୋ ପାର୍କିଂ’ ଆପ୍‌

ଭୁବନେଶ୍ୱର,୨୧।୮(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରରେ ଆଉ ହେବନି ପାର୍କିଂ ସମସ୍ୟା। ବେଆଇନ ପାର୍କିଂ ଓ ଫି ବାଟମାରଣା ରୋକିବା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ପ୍ରସ୍ତୁତ ହେଉଛି ସ୍ମାର୍ଟ ଆପ୍‌ ‘ମୋ ପାର୍କିଂ’। ଲୋକମାନେ ଘରୁ ବାହାରିବା ପୂର୍ବରୁ ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡ଼ି ପାର୍କିଂ ପାଇଁ ଆପ୍‌ ଦ୍ୱାରା ବୁକିଂ କରିପାରିବେ। ଫଳରେ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବା ବେଳକୁ ପାର୍କିଂ ପାଇଁ ସ୍ଥାନ ସୁରକ୍ଷିତ ରହିଥିବ। ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହି ‘ପାର୍କିଂ ସେନ୍ସର’ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଶିଶୁଭବନ ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାରେ ୧ହଜାର ସେନ୍ସର ଲାଗିବାକୁ ଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଶୁ ଭବନ ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ୧୬୦ଟି ସେନ୍ସର ଲଗାଯାଇଛି। ପ୍ରତି ଗାଡି ପାଇଁ ଗୋଟିଏ ସେନ୍ସର କାମ କରିବ। ଅନ୍‌ଲାଇନ୍‌ରେ ବୁକିଂ ଓ ପେମେଣ୍ଟ ହେବ। ପାର୍କିଂସ୍ଥଳରେ କେତେ ଗାଡି କେତେ ସମୟ ଧରି ରହୁଛି ଓ ବାହାରୁଛି ସେସବୁର ତଥ୍ୟ ଅନ୍‌ଲାଇନ୍‌ରେ ରହିବ। ଫଳରେ ପୂର୍ବରୁ ହେଉଥିବା ବାଟମାରଣା ଆଉ ହୋଇପାରିବ ନାହିଁ। ଭୁବନେଶ୍ୱର ଡଟ୍‌ ମି ସହିତ ସମନ୍ବିତ ହୋଇ ଏହି ଆପ୍‌ କାମ କରିବ। ପାର୍କିଂ ସ୍ଥଳରେ ଗାଡି ଆସି ରହିବା କ୍ଷଣି ଏକ ବିପ୍‌ ସାଉଣ୍ଡ ହେବ, ଯାହାକି ବିଏମ୍‌ସି, ସ୍ମାର୍ଟସିଟି ଅଫିସ୍‌ ଏବଂ ଏଜେଣ୍ଟ ପାଖରେ ଥିବା ଟିକେଟ୍‌ ମେଶିନ୍‌କୁ ଆସିବ। ସେହିପରି ପାର୍କିଂରୁ ଗାଡି ବାହାରିବା ସମୟରେ ମଧ୍ୟ ସମାନ ଧରଣର ବିପ୍‌ ହେବ। ଘଣ୍ଟାଏ ପାଇଁ ପାର୍କିଂ ରହିବ। ବେଆଇନ୍‌ ପାର୍କିଂ ହେଲେ ସେନ୍ସର ଜରିଆରେ ପାର୍କିଂ ଫି’ ଆଦାୟ କରୁଥିବା କର୍ମଚାରୀଙ୍କ ପାଖକୁ ସୂଚନା ଯିବ। ସୂଚନାଯୋଗ୍ୟ, ବିଏସ୍‌ସିଏଲ୍‌ର ସିଇଓ ସଞ୍ଜୟ କୁମାର ସିଂହ ଦାୟିତ୍ୱ ନେବା ପରେ ପ୍ରଥମ ପରୀକ୍ଷାମୂଳକ ଭାବେ ଏହା ଲାଗୁ କରିବା ପାଇଁ ୬୦ ଦିନ ଅର୍ଥାତ୍‌ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମୟ ରଖିଥିଲେ। ଭୁବନେଶ୍ୱର ଅପରେଶନ ସେଣ୍ଟର (ବିଓସି) ସହିତ ସ୍ମାର୍ଟ ସିଟି ମିଳିତ ଭାବେ ଏହି ବ୍ୟବସ୍ଥା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ରୁ ହାଇକୋର୍ଟରେ ସିଧାସଳଖ ଶୁଣାଣି

କଟକ ଅଫିସ,୧୨।୨: ଆସନ୍ତା ୧୫ ତାରିଖରୁ ହାଇକୋର୍ଟ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। କରୋନା ମହାମାରୀ ଯୋଗୁ ହାଇକୋର୍ଟରେ ବିଭିନ୍ନ ମାମଲାର ଶୁଣାଣି ଭର୍ଚୁଆଲ ମାଧ୍ୟମରେ...

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭକୁ ସଫଳ କରିବାକୁ ପ୍ରୟାସ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଚଳିତ ବର୍ଷ ଶେଷଭାଗରେ ମେକ୍‌ ଇନ୍‌ ଓଡ଼ିଶା-୨୦୨୦ କନ୍‌କ୍ଲେଭ ଅନୁଷ୍ଠିତ ହେବ। ଏହାକୁ ସଫଳତାର ସହ ଆୟୋଜନ କରିବା ପାଇଁ ଗୁରୁବାର ଏକ ଉଚ୍ଚସ୍ତରୀୟ...

ମରାମତି ବେଳେ ଚାର୍ଜ ହେଲା ୧୧ କେଭି, ପୋଡ଼ିଗଲେ କର୍ମଚାରୀ

ବଡ଼ବିଲ,୨୫ା୬(ସ୍ବ.ପ୍ର.): ଟାଟା ପାଓ୍ବରର ଖାମଖିଆଲି କାର୍ଯ୍ୟ ଯୋଗୁ କେନ୍ଦୁଝର ଜିଲା ବଡ଼ବିଲରେ କାର୍ଯ୍ୟରତ ଜଣେ କର୍ମଚାରୀ ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ...

ଜନତା କର୍ଫ୍ୟୁ: ଘରୁ ନ ବାହାରିବା ପାଇଁ ପରାମର୍ଶ, କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ

ଭୁବନେଶ୍ୱର,୨୨।୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସଚେତନତା ଓ କଟକଣାକୁ ଆହୁରି ବ୍ୟାପକ କରିବାକୁ ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଛି।...

ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ଢେଙ୍କାନାଳ ଅଫିସ/ରାସୋଳ (ଡି.ଏନ୍‌.ଏ.),୧୪।୧ ଢେଙ୍କାନାଳ ଜିଲା ରାସୋଳସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଗୁରୁବାର ଆରମ୍ଭ ହୋଇଛି ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ। ଥାନାଧିକାରୀ ବିଜୟ...

ଅଭୟକାନ୍ତଙ୍କ ହଜାରେ କୋଟିର ଜାଲିଆତି ଗନ୍ଧ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗରେ ଗିରଫ ହୋଇ ରିମାଣ୍ଡରେ ଆସିଥିବା ପାଠକ ବାପପୁଅଙ୍କୁ ଶୁକ୍ରବାର ଭିଜିଲାନ୍ସ ମାରାଥନ ଜେରା କରିଛି। ଜେରାବେଳେ...

ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୯ ସହରର ତାପମାତ୍ରା

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ସାରା ରାଜ୍ୟରେ ଏବେ ଶୀତର ଲହରି। ଶନିବାର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। କେନ୍ଦୁଝରରେ ୫.୬, ଝାରସୁଗୁଡ଼ାରେ ୫.୮, ଟିଟଲାଗଡ଼...

ଓଡ଼ିଶା କେତେ ପ୍ରସ୍ତୁତ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚତ୍ପାରେ ବୋଲି ଡାଇରେକ୍ଟର ଅଫ୍‌ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମ୍‌ଇଟି) ସିବିକେ ମହାନ୍ତି...

Advertisement
Archives

Model This Week