Posted inଜାତୀୟ

‘ହେଲମେଟ୍‌ କାହିଁ ପିନ୍ଧିନ’ ପଚାରିବାରୁ ଜର୍ନାଲିଷ୍ଟଙ୍କୁ କ୍ୟାମେରା ଆଗରେ ନିର୍ଯାତନା

ଗୁଆହାଟୀ,୮।୨: ‘ କାହିଁକି ହେଲମେଟ୍‌ ପିନ୍ଧି ନାହଁ ’। ଏଭଳି ପ୍ରଶ୍ନ ପଚାରିବାରୁ ଆସାମର ଜଣେ ଜର୍ନାଲିଷ୍ଟଙ୍କୁ ନିର୍ଯାତନା ଦେଇଛନ୍ତି ଦୁଇ ପୋଲିସ କନଷ୍ଟେବଳ। ଆସାମର ଚିରାଙ୍ଗ ଜିଲାରେ ରବିବାର ଘଟିଥିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ପୀଡ଼ିତ ଖବରଦାତାଙ୍କ ନାମ ଜୟନ୍ତ ଦେବନାଥ। ଭାଇରାଲ ଭିଡିଓରେ ଜୟନ୍ତଙ୍କୁ ଦୁଇ ପୋଲିସ କନଷ୍ଟେବଳ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ତା’ପରେ ଦେବନାଥଙ୍କୁ ପୋଲିସ ଜିପ୍‌ରେ ବସାଇବା ପାଇଁ ଅଧିକ ପୋଲିସ ଡକାଇଥିଲେ।

“ଦୁଇ ପୋଲିସ କର୍ମୀ ବିନା ହେଲମେଟରେ ବାଇକ୍‌ ଚଳାଉଥିଲେ। ମୋର ଭୁଲ ଏତିକି ଯେ, ସାଧାରଣ ଜନତାଙ୍କୁ ଆପଣ କ’ଣ ମେସେଜ ଦେବାକୁ ଚାହୁଁଛନ୍ତି ବୋଲି ମୁଁ ସେମାନଙ୍କୁ ପ୍ରଶ୍ନ କରିଥିଲି। ସେମାନେ ଗାଳି ଗୁଲଜ କରିବା ସହ ଦିବାଲୋକରେ ମୋତେ ନିର୍ଯାତନା ଦେଇଥିଲେ। ମୁଁ ଜଣେ ଜର୍ନାଲିଷ୍ଟ କହିବା ପରେ ସେମାନେ ଆହୁରି ଉତ୍ୟକ୍ତ ହୋଇ ମାଡ଼ ମାରିଥିଲେ ” ବୋଲି ଦେବନାଥ କହିଛନ୍ତି।

ଏବେ ଜୟନ୍ତ ଦେବନାଥଙ୍କ ଅଭିଯୋଗକୁ ଆଧାର କରି ଆସାମ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁଇ ଅଭିଯୁକ୍ତ ପୋଲିସ କର୍ମୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଚିରାଙ୍ଗ ଡିଏସ୍‌ପି ଲବ ଦେକା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ହୋଇଛି କରୋନା ଗୋଷ୍ଠୀ ସଂକ୍ରମଣ…

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ମହାମାରୀ ଥମୁନି। ଦେଶରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଯେ, କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ...

ହୋଟେଲ ରୁମରୁ ମିଳିଲା ସ୍ବାଧୀନ ଏମ୍‌ପିଙ୍କ ମୃତଦେହ

ମୁମ୍ବାଇ, ୨୨ା୨- ଦାଦର ଓ ନଗର ହାଭେଳିର ୭ ଥର ଏମ୍‌ପି ମୋହନ ଡେଲକରଙ୍କ ମୃତଦେହ ସୋମବାର ମୁମ୍ବାଇର ଏକ ହୋଟେଲ ରୁମରୁ ଉଦ୍ଧାର କରାଯାଇଛି।...

୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ଦେଶରେ ପରିଣତ ହେବ: ରାଜନାଥ ସିଂ

ନୂଆଦିଲ୍ଲୀ,୧୫।୫: ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ମହାରାଷ୍ଟ୍ରର ପୁଣେ ଜିଲାରେ ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜିର ସମାରୋହରେ ପ୍ରତିରକ୍ଷା...

ଏକକାଳୀନ ୧୫ ମହାପୁରୁଷଙ୍କ ଚିତ୍ର ଆଙ୍କିଲେ ଯୁବତୀ

ଲକ୍ଷ୍ନୌ, ୨୯।୧୦: କଳା ଈଶ୍ୱରଙ୍କ ପ୍ରଦତ୍ତ ଏଭଳି ଏକ ଉପହାର, ଯାହାର କୌଣସି ତୁଳନା ନାହିଁ। କେତେଜଣ ବ୍ୟକ୍ତି ନିଜ ଅନନ୍ୟ ପ୍ରତିଭା ମାଧ୍ୟମରେ ଲୋକଙ୍କ...

ବିଧାନସଭାର ସିଏଲ୍‌ପି ପଦରୁ ଇସ୍ତଫା ଦେଲେ ବାଲାସାହେବ ଥୋରାଟ

ନୂଆଦିଲ୍ଲୀ,୭।୨: କଂଗ୍ରେସର ବରିଷ୍ଠ ନେତା ବାଲାସାହେବ ଥୋରାଟ ବିଧାନସଭା ସିଏଲ୍‌ପି ପଦରୁ ଇସ୍ତଫା ଦେଇଛନ୍ତି। ନାସିିକ ବିଧାନ ପରିଷଦ ନିର୍ବାଚନ ପରେ ବାଲାସାହେବ ଥୋରାଟ ଏବଂ...

ରାଷ୍ଟ୍ରପତି ସଂସଦର ଅବିଚ୍ଛେଦ୍ୟ ଅଙ୍ଗ, ତାଙ୍କ ପ୍ରତି ଅପମାନ ଗଣତନ୍ତ୍ର ଉପରେ ପ୍ରତ୍ୟକ୍ଷ ଆକ୍ରମଣ: ବିରୋଧୀ…

ନୂଆଦିଲ୍ଲୀ,୨୪।୫ : ଦେଶର ନୂତନ ସଂସଦ ଭବନକୁ ଚଳିତ ମାସ ୨୮ ତାରିଖ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। କିନ୍ତୁ ଏହାପୂର୍ବରୁ ରାଜନୈତିକ...

ଗର୍ଭବତୀ ସ୍ତ୍ରୀଙ୍କୁ କରୋନା ହେବାରୁ ସ୍ବାମୀ କଲେ ଏପରି…

ଲକ୍ଷ୍ନୌ, ୨୦।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ଲୋକଙ୍କ ମନରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ଆସିଛି। ଏହା...

ଦେଢ଼ ଲକ୍ଷ ମୁହାଁ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୩।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week