ଏମ୍‌ଭି-୬୭ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ

କାଲିମେଳା, ୧୪ା୧୨(ଜୀବନକୃଷ୍ଣ ଦାସ)ମାଲକାନଗିରି ଜିଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଏମ୍‌ଭି-୬୭ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଗ୍ରାମର ଗୋଟିଏ ରାତିରେ ୨ଜଣଙ୍କ ଚାଷୀଙ୍କ ୪୦ରୁ ଊର୍ଦ୍ଧ୍ୱ ଛେଳି ଓ ମେଣ୍ଢାକୁ ଏହି ଜଙ୍ଗଲୀ ଅଜଣା ଜନ୍ତୁ ମାରି ଖାଇଛି। କେତେକ ଛେଳିମେଣ୍ଢାଙ୍କ ଅଧାଖିଆ ମୃତଦେହ ଛାଡ଼ି ଚାଲିଯାଇଛି। ଏପରି ଘଟଣା ଉକ୍ତ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।
ଖବରରୁ ଜଣାପଡିଛି, ମଙ୍ଗଳବାର ରାତିରେ ଅଜଣା ଜନ୍ତୁଟି ଏମ୍‌ଭି-୭୬ ଗ୍ରାମର ସୁନୀଲ ହାଲ୍‌ଦାର ଓ ଅସିତ ବାରିକଙ୍କ ଗୁହାଳରେ ପଶି ଉପରୋକ୍ତ ଛେଳିମେଣ୍ଢା ମାରି ଖାଇଥିବା ଜଣାପଡ଼ିଛି। ସୁନୀଲଙ୍କ ୪୦ରୁ ଊର୍ଦ୍ଧ୍ୱ ଛେଳି ମେଣ୍ଢା ଏବଂ ଅସିତଙ୍କ ଗୋଟିଏ ଛେଳି ଅଜଣା ଜନ୍ତୁ ଖାଇଥିବା ସେମାନେ ପ୍ରକାଶ କରିଛନ୍ତି। ସୁନୀଲ ଧାରକରଜ କରି ୧୦୦ରୁ ଅଧିକ ଛେଳି ପାଳନ କରି ଆସୁଥିଲେ। ମଙ୍ଗଳବାର ରାତିରେ ଛେଳିଗୁଡିକ ନିଜ ଗୁହାଳ ଘରେ ରଖିଥିଲେ। ବୁଧବାର ସକାଳେ ଗୁହାଳରେ ଅନେକ ଛେଳି ନ ଥିବା ସେ ଦେଖିବାକୁ ପାଇଥିଲେ। ଛେଳିଗୁଡିକୁ ଖୋଜାଖୋଜି କରିବା ପରେ ତାଙ୍କ ଘରଠାରୁ ୫୦ ମିଟର ଦୂର ଏକ ଚାଷଜମିରେ କେତେକ ଛେଳିର ମୃତଦେହ ପଡିଥିବା ସୁନୀଲ ଦେଖିବାକୁ ପାଇଥିଲେ। ଏଥିସହ ମୃତଦେହଗୁଡିକ ନିକଟରେ ଅଜଣା ଜନ୍ତୁର ନଖ ଓ ରାମ୍ପୁଡା ଚିହ୍ନ ମଧ୍ୟ ରହିଥିବା ଦେଖିବାକୁ ମିଳିଛି। ସେଠାରେ ଛେଳି ମେଣ୍ଢାଙ୍କ ମାଂସ, ହାଡ, ମୁଣ୍ଡ, କଲିଜା ଓ ଚମଡ଼ା ଆଦି ଏଣେତେଣେ ପଡିରହିଥିଲା।
ଖବର ପାଇ କୋଇମେଟଲା ସରପଞ୍ଚ ମୁନା ପଡିଆମି ଏବଂ କାଲିମେଳା ପ୍ରାଣୀଚିକିତ୍ସା କେନ୍ଦ୍ରର ଏକ ଡାକ୍ତରୀ ଟିମ୍‌ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ବିଜନ ମଲ୍ଲିକ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଯଶବନ୍ତ କୁମୁଟି ଛେଳିଗୁଡିକୁ କେଉଁ ପ୍ରାଣୀ ଆକ୍ରମଣ କରିଛି ସେନେଇ ସେମାନେ ବିଭିନ୍ନ ନମୁନା ସଂଗ୍ରହକରି ତାହାର ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଚାଷୀ ସୁନୀଲ କହିଛନ୍ତି, ସେ ଏତେ ବର୍ଷ ଧରି ଛେଳି ପାଳନ କରି ଆସୁଛନ୍ତି। ଅଥଚ ଏଭଳି ଘଟଣା କେବେ ହୋଇନାହିଁ। ତାଙ୍କର ୪୦ରୁ ଊର୍ଦ୍ଧ୍ୱ ଛେଳି ମେଣ୍ଢା ଚାଲିଯିବାରୁ ସେ ବହୁତ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ମଲ୍ଲିକଙ୍କୁ ପଚାରିବାରୁ ସେ ଅଜଣା ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ଛେଳିଗୁଡିକର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ଜନ୍ତୁର ପାଦ, ନଖ ଚିହ୍ନ ଏବଂ ଅନ୍ୟାନ୍ୟ ଦିଗ ପ୍ରତି ଅନୁଧ୍ୟାନକରି ଏହାର ତଦନ୍ତ କରାଯାଉଛି। ଏପରି ବିପଦ କ୍ଷେତ୍ରରେ ଯାହା କିଛି ସରକାରୀ ସୁବିଧା ରହିଛି ତାହା ସମ୍ପୃକ୍ତ ଛେଳିଚାଷୀଙ୍କୁ ଦେବା ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଛନ୍ତି। ଏହି ଜନ୍ତୁ ଆକ୍ରମଣ ପରେ ଗ୍ରାମବାସୀ ଏବେ ନିଜ ନିଜ ପଶୁପକ୍ଷୀଙ୍କ ସୁରକ୍ଷାରେ ଚିନ୍ତାରେ ରହିଥବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri