Posted inଜାତୀୟ

‘ମୁସଲମାନ ବୋଲି ଟାର୍ଗେଟ କରାଯାଉଛି’

ନୂଆଦିଲ୍ଲୀ, ୨୯ା୬: ଧର୍ମୀୟ ଭାବାବେଗକୁ ଆଘାତ ଦେବା ଅଭିଯୋଗରେ ଗିରଫ ହୋଇଥିବା ଅଲ୍ଟ ନ୍ୟୁଜ୍‌ ଓ୍ବେବସାଇଟ ଖବରଦାତା ମହମ୍ମଦ ଜୁବୈରଙ୍କୁ ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ପୋଲିସକୁ ଅନୁମତି ଦେଇଛନ୍ତି। ୨୦୧୮ରେ ସେ ହିନ୍ଦୁ ଠାକୁରଙ୍କ ଉପରେ କରିଥିବା ଏକ ଆପତ୍ତିଜନକ ଟୁଇଟ୍‌କୁ ନେଇ ସୋମବାର ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ନାଁ ଏବଂ ଧର୍ମ (ମୁସଲମାନ)କୁ ନେଇ ତାଙ୍କୁ ଟାର୍ଗେଟ କରାଯାଇଥିବା ଜୁବୈର ଓ ତାଙ୍କ ଓକିଲ ବ୍ରିନ୍ଦା ଗ୍ରୋଭର କୋର୍ଟରେ କହିଛନ୍ତି।
ଜାମିନ ପାଇଁ କୋର୍ଟରେ ଯୁକ୍ତି ଉପସ୍ଥାପନବେଳେ ଗ୍ରୋଭର କହିଥିଲେ, ଜୁବୈର ୨୦୧୮ ମାର୍ଚ୍ଚରେ ହୃଷୀକେଶ ମୁଖାର୍ଜୀଙ୍କ ‘କିସି ସେ ନା କେହନା’ ଫିଲ୍ମର ଏକ ଫଟୋ ଟୁଇଟ୍‌ କରିଥିଲେ। ଏଥିରେ ଏକ ହୋଟେଲର ସାଇନ୍‌ବୋର୍ଡ ରହିଥିଲା, ଯେଉଁଥିରେ ‘ହନୁମାନ ହୋଟେଲ’ ଲେଖାଯାଇଥିଲା। କିନ୍ତୁ ପେଣ୍ଟ୍‌ମାର୍କ ଅନୁସାରେ ତାହାର ନାଁ ପୂର୍ବରୁ ‘ହନିମୁନ୍‌ ହୋଟେଲ’ ଥିଲା। ଜୁବୈର ପୋଷ୍ଟ କରିଥିବା ଫଟୋରେ କ୍ୟାପସନ୍‌ ଲେଖିଥିଲେ, ‘୨୦୧୪ ପୂର୍ବରୁ: ହନିମୁନ ହୋଟେଲ, ୨୦୧୪ ପରେ ହନୁମାନ ହୋଟେଲ’। ୨୦୧୪ରେ ଭାଜପା କେନ୍ଦ୍ରରେ ଶାସନକୁ ଆସିବାକୁ ନେଇ ଏହା ଏକ କଟାକ୍ଷ ବୋଲି କୁହାଯାଉଛି। ତେବେ ଜୁବୈର ଉକ୍ତ ଫଟୋକୁ ନିଜେ ଏଡିଟ୍‌ କରିଥିବା ପୋଲିସ କହୁଥିବାବେଳେ ତାଙ୍କ ଓକିଲ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି। ଏହି ପୋଷ୍ଟରେ ଜୁବୈର କାହାରି ଧର୍ମୀୟ ଭାବନାକୁ ଆଘାତ ଦେବା ଭଳି କଥା କହି ନ ଥିବା ଗ୍ରୋଭର ପ୍ରକାଶ କରିଛନ୍ତି। ଏହା କେବଳ ଏକ ପ୍ରକାର କମେଡି। କୌଣସି ଧାର୍ମିକ ସ୍ଥଳ କିମ୍ବା ଭାବନା ଉପରେ ତାହା ଆଧାରିତ ନୁହେଁ। ପୋଲିସ ନିଜ କ୍ଷମତାର ଦୁରୁପଯୋଗ କରିଥିବା ଗ୍ରୋଭର ଅଭିଯୋଗ କରିଛନ୍ତି। ୨୦୧୮ର ଏକ ଟୁଇଟ ୪ ବର୍ଷ ପରେ କିପରି ସମସ୍ୟା ସୃଷ୍ଟି କଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଘୃଣା ମନ୍ତବ୍ୟ ସମ୍ପର୍କରେ ରିପୋର୍ଟ କରୁଥିବାରୁ ତାଙ୍କ ଉପରେ ଏପରି ଅତ୍ୟାଚାର କରାଯାଉଛି ବୋଲି ଗ୍ରୋଭର କହିଛନ୍ତି।
ଦିଲ୍ଲୀ ପୋଲିସ କୋର୍ଟରେ ଜୁବୈରଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରି କହିଥିଲା, ଜୁବୈର କ୍ରମାଗତ ଭାବେ ଧର୍ମୀୟ ଭାବନାକୁ ଆଘାତ ଦେବା ଭଳି ଟୁଇଟ୍‌ କରିଆସୁଛନ୍ତି। ଆଉ ଏକ ଟୁଇଟ୍‌ରେ ଜୁବୈର ଲେଖିଥିଲେ, ‘ହନୁମାନଙ୍କୁ ପ୍ରାର୍ଥନା କଲେ ମାଙ୍କଡ଼ମାନେ ଆଉ ହଇରାଣ କରିବେ ନାହିଁ’। ଅନ୍ୟପକ୍ଷରେ ଜୁବୈରଙ୍କ ଆକାଉଣ୍ଟକୁ ଗତ କିଛି ଦିନ ମଧ୍ୟରେ ୫୦ ଲକ୍ଷ ଟଙ୍କା ଟ୍ରାଞ୍ଜାକଶନ୍‌ ହୋଇଥିବା ଡେପୁଟି ପୋଲିସ କମିଶନର କେପିଏସ୍‌ ମାଲହୋତ୍ରା କହିଛନ୍ତି। ଏହାକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ମାସକ ତଳେ ଉତ୍ତରପ୍ରଦେଶର ସୀତାପୁର ଜିଲାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁଭାବ ସୃଷ୍ଟି କରିବା ଅଭିଯୋଗରେ ଜୁବୈରଙ୍କ ବିରୋଧରେ ମାମଲା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା,୯।୭: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ନିର୍ଦ୍ଦୋଷ ଶିଶୁ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ, ପୂର୍ବ ବର୍ଦ୍ଧମାନ ଜିଲାରୁ ଗଣବଳାତ୍କାରର ଏକ ଘଟଣା ସାମ୍ନାକୁ ଆସିଛି। ଦିୱାନ-ଦିଘି…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ବିଜେଡି ନେତା, ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ପୂର୍ବତନ ବିଧାୟକ କହିଲେ…

ଗଞ୍ଜାମ ,୯।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ

ପାରଳାଖେମୁଣ୍ଡି,୯ା୭(ଗିରିଧାରୀ ପରିଚ୍ଛା):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ…

ବାଇକରେ ଯାଉଥିବାବେଳେ ଧକ୍କା ଦେଲା କାର୍‌, ଘଟଣାସ୍ଥଳରେ ଚାଲିଗଲା ତ୍ରିଲୋଚନଙ୍କ ଜୀବନ

ବଲାଙ୍ଗୀର, ୯।୭( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ବ୍ରିଜ ନିକଟରେ ବୁଧବାର ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଏକ କାର୍‌…

ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପକ୍କା! ଚତୁର୍ଥ ଟି-୨୦ରେ ଏହି ୩ ଖେଳାଳିଙ୍କ ସ୍ଥାନ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୯।୭ : ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ…

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri