Posted inଜାତୀୟ

ମୁସଲିମ ଯୁବକଙ୍କୁ ପିଟି ପିଟି ହତ୍ୟା କରି ପୋତି ଦେଲେ

ପାଟଣା,୨୩।୨: ସୋସିଆଲ ମିଡିଆରୁ ଏକ ବିଚଳିତ କଲା ଭଳି ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ମୁସଲିମ ଯୁବକଙ୍କୁ ଗୋରକ୍ଷକ ଦର୍ଶାଉଥିବା ଏକ ଗୋଷ୍ଠୀ ନିର୍ଯାତନା ଦେଉଥିବା ଦେଖିବାକୁ ମିଳୁଛି। ଏଭଳି ଘଟଣା ଘଟିଛି ବିହାରରେ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ପୀଡ଼ିତଙ୍କୁ ପିଟି ପିଟି ହତ୍ୟା କରିବା ପରେ ନଦୀ କୂଳରେ ତାଙ୍କ ମୃତଦେହ ପୋତି ଦିଆଯାଇଥିଲା। ପ୍ରଥମେ ଆକ୍ରମଣକାରୀମାନେ ପେଟ୍ରୋଲ ପକାଇ ମୃତଦେହକୁ ଜାଳି ଦେବାକୁ ଉଦ୍ୟମ କରିଥିଲେ। ପରେ ସେମାନେ ମୃତଦେହରେ ଲୁଣ ଲଗାଇ ପୋତି ଦେଇଥିଲେ। ଯାହା ଫଳରେ ମୃତଦେହ ଶୀଘ୍ର ନଷ୍ଟ ହୋଇଯିବ।

ଭିଡିଓରେ ଜନତା ଦଳ (ୟୁନାଇଟେଡ୍‌) ଦଳୀୟ ନେତା ମହମ୍ମଦ ଖଲିଲ ଆଲାମ ହାତ ଯୋଡ଼ି ଆକ୍ରମଣକାରୀଙ୍କୁ ଛାଡ଼ି ଦେବା ପାଇଁ ନେହୁରା ହେଉଥିବା ଦେଖିବାକୁ ମିଳୁଛି। ଆକ୍ରମଣକାରୀଙ୍କ ଚେହେରା ଦେଖାଯାଉ ନାହିଁ। ତେବେ ଭାଇରାଲ ଭିଡିଓର ପ୍ରମାଣିକତା ଜଣା ପଡ଼ିନାହିଁ।

ବିହାରର ବିରୋଧୀ ଦଳ ନେତା ତେଜଶ୍ୱୀ ଯାଦବ ଉକ୍ତ ଘଟଣାର ଏକ ହିନ୍ଦୀ ନ୍ୟୁଜ କ୍ଲିପ୍‌କୁ ଶେୟାର କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି।

“ଏନ୍‌ଡିଏ ସରକାରଙ୍କ ଅମଳରେ ବିହାରରେ ଆଇନ ବ୍ୟବସ୍ଥା ଉଭେଇ ଯାଇଛି। ଜଣେ ମୁସଲିମ ଯୁବକ(ଜେଡିୟୁ ନେତା)ଙ୍କୁ ମାଡ଼ ମାରି ଜିବନ୍ତ ଜାଳି ଦିଆଯିବା ପରେ ପୋତି ଦିଆଯାଇଥିଲା। ନୀତିଶ କୁମାରଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ” ବୋଲି ତେଜଶ୍ୱୀ ହିନ୍ଦୀରେ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ବିଭାଗର ଟାଳଟୁଳ ନୀତି, ସେବାରୁ ବଞ୍ଚିତ ଗ୍ରାମବାସୀ

ଅତାବିରା,୫ା୬(ଯୁଧିଷ୍ଠିର ମହାପାତ୍ର):ଗ୍ରୀଷ୍ମ ସମୟରେ ବିଦ୍ୟୁତ କାଟ ହେବ ନାହିଁ ବୋଲି ସରକାର କହୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବରଗଡ ଜିଲା ସରଣ୍ଡା ଅଞ୍ଚଳରେ l…

ପୌରାଣିକ ନାଟକରେ ଆପତ୍ତିଜନକ ଅଭିନୟ; ଦୁଇ ଟ୍ରାନ୍ସଜେଣ୍ଡର ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ, ଥାନାରେ ମାମଲା

ଦିଗପହଣ୍ଡି,୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ମା ‘ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଗତ ମେ ୧୨ ତାରିଖରେ…

ଅବୈଧ ଧାନ ମହଜୁଦ ରଖିଥିଲେ ସୁରେଶ: ଜବତ କଲେ ଅଧିକାରୀ

ନୂଆପଡ଼ା,୫ା୬ (ମକାରୁ ବେମାଲ):ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶରେ ଧାନର ଅବୈଧ ମହଜୁଦ ଓ ଆନ୍ତଃ ରାଜ୍ୟ ଚୋରା ଚାଲାଣ ବିରୋଧରେ ଜିଲା ପ୍ରଶାସନ ପକ୍ଷରୁ ଯାଞ୍ଚ…

ଦୀର୍ଘକାଳୀନ ଶକ୍ତି ଭାଗୀଦାରି ନେଇ ଭାରତ, ଭେନେଜୁଏଲା ସଙ୍କଳ୍ପବଦ୍ଧ

ନୂଆଦିଲ୍ଲୀ,୫।୬(ପି.ଟି.): ଭାରତ ଓ ଭେନେଜୁଏଲା ନିଜର ଆବଶ୍ୟକତାକୁ ପୂରଣ କରିବା ଲାଗି ଏକ ଦୀର୍ଘକାଳୀନ ଶକ୍ତି ଭାଗୀଦାରି ଗଠନ କରିବାକୁ ଗୁରୁବାର ସଂକଳ୍ପବଦ୍ଧ ହୋଇଛନ୍ତି । ପ୍ରଧାନମନ୍ତ୍ରୀ…

ଲୋକ ସଭାରେ କଂଗ୍ରେସଠାରୁ ଅଲଗା ବସିବ ଡିଏମ୍‌କେ, ମିଳିଲା ସଂସଦୀୟ ସଚିବାଳୟର ମଞ୍ଜୁରୀ

ନୂଆଦିଲ୍ଲୀ,୫।୬(ପି.ଟି.):ଦୀର୍ଘ ଦିନର ସହଯୋଗୀ କଂଗ୍ରେସ ସହ ସମ୍ପର୍କ ଛିନ୍ନ ହେବା ପରେ ଲୋକ ସଭାରେ କଂଗ୍ରେସ ଏମ୍‌ପିମାନଙ୍କଠାରୁ ଅଲଗା ଆସନରେ ବସିବା ପାଇଁ ଡିଏମ୍‌କେକୁ ସଂସଦୀୟ ସଚିବାଳୟ…

ଛତ୍ରପୁର ମହୋତ୍ସବର ଚତୁର୍ଥ ସନ୍ଧ୍ୟା, ବଲିଉଡ କଣ୍ଠଶିଳ୍ପୀ ସଚେତ-ପରମ୍ପରା ଓ ଶୈଳେନ୍ଦ୍ରଙ୍କ ଡ୍ୟାନ୍ସରେ ଦର୍ଶକ ମନ୍ତ୍ରମୁଗ୍ଧ

ଛତ୍ରପୁର,୫।୬(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା; ଜୀବନ ହାରିଲେ ଛାତ୍ରୀ, ମୃତ୍ୟୁ ପୂର୍ବରୁ ଲେଖିଥିବା ଚିଠିକୁ ନେଇ ଚର୍ଚ୍ଚା

ନାଗପୁର, ୫।୬(ପି.ଟି.): ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ଗତ ମେ ୩ ତାରିଖରେ ଅନୁଷ୍ଠିତ ଏନ୍‌ଇଇଟି(ୟୁଜି) ପରୀକ୍ଷା ଦେଇଥିଲେ। ଆଶା ଥିଲା ଭଲ ର଼୍ୟାଙ୍କ…

ଏହିସବୁ ଜିଲା-ଉପଖଣ୍ଡର ବଦଳିବ ନାଁ: ଜାଣନ୍ତୁ ଲିଷ୍ଟ୍‌ରେ ଅଛି କେଉଁ ସ୍ଥାନ

ଭୁବନେଶ୍ୱର,୫।୬(ରବିନାରାୟଣ ଜେନା):ରାଜ୍ୟରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲା, ବ୍ଲକ୍‌, ତହସିଲ ଓ ପୌରାଞ୍ଚଳର ତ୍ରୁଟିପୂର୍ଣ୍ଣ ଇଂଲିଶ ବନାନର ସଂଶୋଧନ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri