Posted inଜାତୀୟ

୧୬ ବର୍ଷରେ ବିବାହ କରିପାରିବେ ମୁସଲମାନ ଝିଅ

ଚଣ୍ଡୀଗଡ଼,୨।୧।୬: ମୁସ୍‌ଲିମ ଶରିଆ ଆଇନ ଅନୁସାରେ ମୁସଲମାନ ଝିଅ ୧୬ ବର୍ଷରେ ବିବାହ କରିବା ବୈଧ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସୋମବାର ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି। ଏଥିସହ ବିବାହ କରିଥିବା ଜଣେ ୧୬ ବର୍ଷୀୟା ବାଳିକା ଏବଂ ୨୧ ବର୍ଷୀୟ ଯୁବକଙ୍କୁ ସୁରକ୍ଷା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଜସ୍‌ଜିତ୍‌ ସିଂ ବେଦିଙ୍କ ଏକକ ଖଣ୍ଡପୀଠ ପଠାନ୍‌କୋଟର ଏକ ମୁସଲମାନ ଦମ୍ପତିଙ୍କ ଆବେଦନର ଶୁଣାଣି କରି କହିଛନ୍ତି, ପରିବାର ଇଚ୍ଛା ବିରୋଧରେ ବିବାହ କରିଥିବା ଏହି ଯୋଡ଼ିଙ୍କୁ ସମ୍ବିଧାନ ପ୍ରଦତ୍ତ ଅଧିକାରରୁ ବଞ୍ଚତ୍ତ କରାଯାଇପାରିବ ନାହିଁ। ଇସ୍‌ଲାମିକ ଶରିଆ ଆଇନ ଅନୁସାରେ ମୁସ୍‌ଲିମ୍‌ ପର୍ସନାଲ ଲ’ ଦ୍ୱାରା ମୁସଲମାନ ଯୁବତୀଙ୍କ ବିବାହ ପରିଚାଳିତ ହୋଇଥାଏ। ଦିନେଶ ଫାର୍ଦୁଞ୍ଜି ମୁଲ୍ଲାଙ୍କ ପୁସ୍ତକ ‘ପ୍ରିନ୍ସିପଲ୍ସ ଅଫ୍‌ ମହମ୍ମେଦାନ୍‌ ଲ’ର ଅନୁଚ୍ଛେଦ ୧୯୫ ଅନୁସାରେ ୧୬ ବର୍ଷରୁ ଊର୍ଦ୍ଧ୍ୱ ମୁସଲମାନ ଝିଅ ୨୧ ବର୍ଷରୁ ଊର୍ଦ୍ଧ୍ୱ ପୁଅଙ୍କୁ ବିବାହ କରିପାରିବେ, ଯାହା କି ମୁସ୍‌ଲିମ୍‌ ପର୍ସନାଲ ଲ’ ରେ ଧାର୍ଯ୍ୟ ହୋଇଥିବା ହାଇକୋର୍ଟ କହିଛନ୍ତି। ମାମଲା ଅନୁଯାୟୀ, ମୁସଲମାନ ରୀତିନୀତିରେ ଗତ ୮ ତାରିଖରେ ୧୬ ବର୍ଷୀୟା ବାଳିକା ଏବଂ ୨୧ ବର୍ଷୀୟ ଯୁବକ ବିବାହ କରିଥିଲେ। ତେବେ ପରିବାର ଲୋକ ଏହି ବିବାହକୁ ବିରୋଧ କରିଥିଲେ। ସେମାନଙ୍କ ବିନା ଅନୁମତିରେ ବାହାଘର ହୋଇଥିବାରୁ ଏହି ଦମ୍ପତିଙ୍କୁ ବାରମ୍ବାର ଧମକ ଦିଆଯାଉଥିଲା। ଫଳରେ ଉଭୟେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri