Posted inଜାତୀୟ

ମନ୍ଦିର ପାଇଁ ଅଢେଇ କୋଟିର ଜମି ଦାନ କଲେ ମୁସଲମାନ ପରିବାର

ପାଟନା,୨୨ ।୩: ବିହାରର ଏକ ମୁସଲମାନ ପରିବାର ଭାଇଚାରାର ଏକ ଅନନ୍ୟ ଉଦାହରଣ ପାଲଟିଛନ୍ତି । ରାଜ୍ୟର ପୂର୍ବ ଚମ୍ପାରନ ଜିଲାର କୈଥବଲିୟା ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଥିବା ଏକ ମନ୍ଦିର ପାଇଁ ଉକ୍ତ ମୁସଲମାନ ପରିବାର ୨.୫ କୋଟି ଟଙ୍କାର ଜମି ଦାନ କରିଥିବା ଜଣାପଡିଛି । ଏହା ବିଶ୍ୱର ସବୁଠାରୁ ବଡ ରାମାୟଣ ମନ୍ଦିର ହେବ ବୋଲି କୁହାଯାଉଛି ।

ଏହି ସୂଚନା ମହାବୀର ମନ୍ଦିର ଟ୍ରଷ୍ଟର ମୁଖ୍ୟ ଆଚାର୍ଯ୍ୟ କିଶୋର ଦେଇଛନ୍ତି । ସେ କହିଛନ୍ତି ମନ୍ଦିରର ଭବ୍ୟ ନିର୍ମାଣ ପାଇଁ ଇସ୍ତିୟାକ ଅହମ୍ମଦ ଖାଁ ୨.୫କୋଟି ଟଙ୍କାର ଜମି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଇସ୍ତିୟାକ ପୂର୍ବ ଚମ୍ପାରନ ବାସିନ୍ଦା ହୋଇଥିବା ବେଳେ ଏବେ ସେ ଗୁଆହାଟୀରେ ବ୍ୟବସାୟ କରୁଛନ୍ତି । ସୂଚନାଯୋଗ୍ୟ, ଅଯୋଧ୍ୟାର ରାମ ମନ୍ଦିର ପରେ ଏବେ ବିହାରରେ ସବୁଠାରୁ ବଡ ରାମାୟଣ ମନ୍ଦିର ନିର୍ମାଣ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ମହାରାଜ ସାଗର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର: କେମିତି ହେଲା ମୃତ୍ୟୁ ଛାନ୍‌ଭିନ ଚଳାଇଛି ପୋଲିସ

ବଲାଙ୍ଗୀର,୨୫।୫ (ସୁନୀଲ କୁମାର ମହାନ୍ତି ): ଟିଟିଲାଗଡ଼ ମହାରାଜ ସାଗର ପରିସର ମଧ୍ୟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛି । ମହାରାଜ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

ପ୍ରେମିକଙ୍କ ସହ ଅସଂଜତ ଅବସ୍ଥାରେ ସ୍ତ୍ରୀଙ୍କୁ ଦେଖିଦେଲେ ସ୍ବାମୀ, ତା’ପରେ ଯାହା ଘଟିଲା…

ଦିଗପହଣ୍ଡି,୨୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଘଟିଯାଇଛି ଏକ ଚର୍ଚ୍ଚିତ ଘଟଣା। ଘରେ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri