ଭୀମଟାଙ୍ଗିରେ ମହିଳାଙ୍କ ତଣ୍ଟିକାଟି ହତ୍ୟା ଘଟଣା: ହତ୍ୟାର ୪ଦିନ ପୂର୍ବରୁ କରିଥିଲେ ଯୋଜନା

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀ ଫେଜ୍‌-୧ ପ୍ଲଟ୍‌ ନଂ. ଏ/ଏଲ୍‌-୧ରେ ଭଡ଼ାରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ଘଟଣାର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ କମିଶନରେଟ୍‌ ପୋଲିସ ବୁଧବାର କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଯାଇଛି। ଗତ ୫ତାରିଖରେ ଅଭିଯୁକ୍ତ ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୨ସପ୍ତାହ ମେଡିକାଲରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ। କମିଶନରେଟ୍‌ ପୋଲିସ ମଙ୍ଗଳବାର ରାତିରେ ତାଙ୍କୁ ଥାନାକୁ ଆଣି ଜେରା କରିଥିଲା। ୨ଜଣ ଏସିପି ଓ ଜଣେ ଥାନା ଅଧିକାରୀଙ୍କୁ ନେଇ ଗଠିତ ଏକ ୩ଜଣିଆ ଟିମ୍‌ ତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲେ। ଜେରା ସମୟରେ ଜଗନ୍ନାଥ ଘଟଣା ବିଷୟରେ ସମସ୍ତ କଥା କହିବା ସହ ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ନେଇ ସ୍ବୀକାର କରିଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଗନ୍ନାଥ ହତ୍ୟା ଘଟଣାର ୪ଦିନ ପୂର୍ବରୁ ଯୋଜନା ପ୍ରସ୍ତୁତ କରିବା ସହ ଏକ ଆତ୍ମହତ୍ୟା ଚିଠି ଲେଖି ପକେଟରେ ରଖି ବୁଲୁଥିଲେ। ଏପରି କି ଯୋଜନା ମୁତାବକ ସେ ପ୍ରିୟଙ୍କାଙ୍କ ନିକଟକୁ ଚକ୍‌ଲେଟ, ମୃଦ୍ୟୁ ପାନୀୟ, ସିନ୍ଦୂର ଓ ଛୁରି ଓ ବିଷ ଧରି ଆସିଥିଲେ । ଏହା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ବୋଲି ଡିସିପି ଦାସ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରିୟଙ୍କା ଓ ଅଭିଯୁକ୍ତ ଜଗନ୍ନାଥଙ୍କ ଘର ଯାଜପୁର ଜିଲାରେ ହୋଇଥିବାବେଳେ ଉଭୟେ ପରସ୍ପରକୁ ପୂର୍ବରୁ ଜାଣିଥିଲେ। ପ୍ରିୟଙ୍କାଙ୍କ ବାହାଘର ପରେ ସେ ସ୍ବାମୀଙ୍କ ସହ ଭୁବନେଶ୍ୱର ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀରେ ଭଡ଼ା ନେଇ ରହୁଥିଲେ। ଘଟଣା ଦିନ ଜଗନ୍ନାଥ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାବେଳେ ପ୍ରିୟଙ୍କା ରହୁଥିବା ଘରେ ପଶି ତାଙ୍କ ବେକ କାଟି ହତ୍ୟା କରିଥିଲେ। ହତ୍ୟା ପରେ ପ୍ରିୟଙ୍କାଙ୍କ ସ୍ବାମୀଙ୍କ ନିକଟକୁ ଭିଡିଓ କଲ୍‌ କରିଥିଲେ। ତେବେ ସେ କଲ୍‌ ନ ଉଠାଇବାରୁ ତାଙ୍କୁ ପ୍ରିୟଙ୍କାଙ୍କ ରକ୍ତାକ୍ତ ମୃତଦେହ ଫଟୋ ପଠାଇଥିଲେ। ଏହାପରେ ନିଜେ ବିଷ ପିଇବା ସହ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରିୟଙ୍କାଙ୍କ ମୃତଦେହ ଜବତ କରିବା ସହ ଜଗନ୍ନାଥଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ ପଠାଇଥିଲା। ପ୍ରିୟଙ୍କାଙ୍କୁ ସେ ଭଲ ପାଉଥିଲେ ଓ କିଛିଦିନ ହେବ ତାଙ୍କ ସହ ତିକ୍ତତା କାରଣରୁ ଈର୍ଷାପରାୟଣ ହୋଇ ହତ୍ୟା କରିଥିବା ଜଗନ୍ନାଥ ସେତେବେଳେ ପୋଲିସକୁ କହିଥିଲେ। ଏଥିସହିତ ଘଟଣା ସ୍ଥଳରୁ ଜଗନ୍ନାଥଙ୍କ ହାତ ଲେଖା ଏକ ଚିଠି ମଧ୍ୟ ପୋଲିସକୁ ମିଳିଥିଲା। ଯେଉଁଥିରୁ ସେ ପ୍ରିୟଙ୍କା ଓ ତାଙ୍କ ୩ବର୍ଷର ଶିଶୁ ପୁତ୍ରଙ୍କୁ ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା କରିବେ ବୋଲି ଲେଖିଥିବା ଜଣାପଡ଼ିଥିଲା।
ଅଫିସ ଯିବା ବାଟକୁ ଚାହିଁ ବସିଥିଲେ
ହତ୍ୟା ଘଟଣା ଦିନ ସକାଳ ପ୍ରାୟ ୯ଟା ବେଳେ ଅଭିଯୁକ୍ତ ଜଗନ୍ନାଥ ମୃତା ପ୍ରିୟଙ୍କାଙ୍କ ଘର ନିକଟରେ ପହଞ୍ଚତ୍ଥିଲେ। ପୂର୍ବରୁ ସେ ପ୍ରିୟଙ୍କାଙ୍କ ସ୍ବାମୀଙ୍କ ଅଫିସ ଯିବା ସମୟ ଜାଣିଥିଲେ। ତେଣୁ ଘର ନିକଟରେ ଥିବା ଏକ ଦୋକାନ ପାଖରେ ଅପେକ୍ଷା କରି ବସିଥିଲେ। ସ୍ବାମୀ ଅଫିସ ବାହାରିବା ସମୟରେ ପ୍ରିୟଙ୍କା ତାଙ୍କୁ ବାଟେଇବାକୁ ଗେଟ୍‌ ପାଖକୁ ଆସିଥିଲେ। ଏସମସ୍ତ ଦୃଶ୍ୟ ଜଗନ୍ନାଥ ଦୂରରେ ଥାଇ ଲକ୍ଷ୍ୟ କରିଥିଲେ। ପ୍ରିୟଙ୍କାଙ୍କ ସ୍ବାମୀ ଅଫିସ ଚାଲିଯିବା ପରେ ଜଗନ୍ନାଥ ଘର ଭିତରକୁ ଯାଇଥିଲେ।

ସାଙ୍ଗରେ ନ ଯିବାରୁ ହତ୍ୟା
ପ୍ରିୟଙ୍କାଙ୍କ ବାହାଘର ପରେ ଜଗନ୍ନାଥଙ୍କ ସହ ସମ୍ପର୍କ କଟି ଯାଇଥିଲା। ତେବେ କିଛି ମାସ ହେବ ସେ ପ୍ରିୟଙ୍କାଙ୍କ ସହ ପୁଣିଥରେ ସମ୍ପର୍କରେ ଆସି କଥାବାର୍ତ୍ତା ହୋଇଥିଲେ। ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ସହ ତିକ୍ତତା ସୃଷ୍ଟିି ହୋଇଥିଲା। ହତ୍ୟା ଘଟଣାର କିଛିଦିନ ପୂର୍ବରୁ ସେ ପ୍ରିୟଙ୍କାଙ୍କୁ ନିଜର କରିବା ପାଇଁ ବିଚଳିତ ହୋଇ ଉଠିଥିଲେ। ଘଟଣାର ୪ଦିନ ପୂର୍ବରୁ ସେ ଏକ ଚିଠିରେ ପ୍ରିୟଙ୍କାଙ୍କ ସହ ତାଙ୍କ ପୁଅକୁ ହତ୍ୟା କରିବେ ବୋଲି ଉଲ୍ଲେଖ କରିଥିଲେ। ଘଟଣା ଦିନ ପ୍ରିୟଙ୍କାଙ୍କ ଘରେ ପହଞ୍ଚତ୍ ତାଙ୍କୁ ସାଙ୍ଗରେ ଯିବାକୁ କହିଥିଲେ। ଉଭୟ ବାହା ହୋଇ କେଉଁ ଆଡେ ପଳାଇବାକୁ ଜଗନ୍ନାଥ ପ୍ରସ୍ତାବ ଦେଇଥିଲେ। ପ୍ରିୟଙ୍କା ତାଙ୍କ କଥାରେ ରାଜି ନ ହେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଯୋଜନା ମୁତାବକ ଜଗନ୍ନାଥ ଜୋର ଜବରଦସ୍ତ ତାଙ୍କ ମଥାରେ ସିନ୍ଦୁର ପିନ୍ଧାଇବା ସହ ସାଥିରେ ଆଣିଥିବା ଏକ ଛୁରିରେ ତାଙ୍କ ବେକକୁ କାଟି ହତ୍ୟା କରିଥିଲେ।
ଘରମାଲିକ ଆସିବାରୁ ବାଥ୍‌ରୁମ୍‌ରେ ଲୁଚିଥିଲେ
ଘଟଣା ଦିନ ଜଗନ୍ନାଥ ପ୍ରିୟଙ୍କାଙ୍କ ଘରେ ପହଞ୍ଚତ୍ବା ପରେ ତାଙ୍କ ପାଖରେ ତାଙ୍କ ୩ବର୍ଷର ପୁଅ ମଧ୍ୟ ଥିଲେ। ଜଗନ୍ନାଥଙ୍କ ମନରେ ଉଭୟଙ୍କୁ ହତ୍ୟା କରିବା ଯୋଜନା ଚାଲିଥିବା ବେଳେ ଉପରେ ରହୁଥିବା ଘର ମାଲିକ ଦହିବରା ଦେବାକୁ ସେଠାକୁ ଆସିଥିଲେ। ତେବେ ଘର ମାଲିକଙ୍କୁ ଦେଖି ଅଭିଯୁକ୍ତ ଜଗନ୍ନାଥ ବାଥରୁମ୍‌ରେ ଲୁଚି ପଡ଼ିଥିଲେ। ଏହି ସମୟରେ ମାଲିକ ଦହିବରା ଦେଇ ଶିଶୁ ପୁତ୍ରକୁ ଖେଳାଇବା ପାଇଁ ନିଜ ସାଥିରେ ଉପର ମହଲାକୁ ନେଇ ଯାଇଥିଲେ। ଫଳରେ ଛୁଆଟିର ଜୀବନ ବଞ୍ଚତ୍ ଯାଇଥି୍‌ଲା।
ହତ୍ୟା ପୂର୍ବରୁ ପ୍ରିୟଙ୍କା, ତାଙ୍କ ପୁଅ ସହ ସେଲ୍ଫି
ପ୍ରିୟଙ୍କାଙ୍କ ପୁଅ ପାଇଁ ଜଗନ୍ନାଥ ସାଥିରେ ଚକ୍‌ଲେଟ୍‌ ଆଣିଥିଲେ। ଏପରି କି ପ୍ରିୟଙ୍କାଙ୍କ ସହ କିଛି ସମୟ ଖୁସି ଗପ କରିଥିଲେ। ଜଗନ୍ନାଥ ପ୍ରିୟଙ୍କାଙ୍କ ପୁଅଙ୍କୁ ଚକ୍‌ଲେଟ୍‌ ଦେଇ କଥା ହୋଇଥିଲେ। ଏହାପରେ ପ୍ରିୟଙ୍କା ଓ ତାଙ୍କ ପୁଅଙ୍କ ସହ ଜଗନ୍ନାଥ ସେଲ୍ଫି ଉଠାଇଥିଲେ। ପ୍ରିୟଙ୍କାଙ୍କ ସହ ଝଗଡ଼ା ହେବା ପୂର୍ବରୁ ଘରମାଲିକ ଆସି ପୁଅକୁ ତାଙ୍କ ସହ ନେଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri