
ନୟାଗଡ଼,୧୨।୩(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ଧାନଚେଙ୍ଗେଡ଼ା ଗଁଁାରେ ୨ ନାବାଳକ ଭାଇଙ୍କୁ ବାପା ଓ ଜେଜେମା ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ବାପା ହତ୍ୟା କରିଥିବାବେଳେ ଜେଜେମା ଏଥିରେ ସହଯୋଗ କରିଥିଲେ। ହତ୍ୟା ଘଟଣାକୁ ଆମତ୍ହତ୍ୟା ରୂପ ଦେବା ପାଇଁ ବାପା ଓ ଜେଜେମାଙ୍କ ଉଦ୍ୟମ ବିଫଳ ହୋଇଛି । ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି ।
ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମୃତକଙ୍କ ବାପା, ଜେଜେମା ଓ ୨ ପଡୋଶୀ ଦମ୍ପତିଙ୍କ ସହ ୭ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ତଦନ୍ତରୁ ବାପା ଓ ଜେଜେମା ହତ୍ୟାକାରୀ ବୋଲି ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିବା ପୋଲିସ କହିଛି। ଗତ ସୋମବାର ସକାଳେ ୨ ମୃତଦେହ ଧାନଚେଙ୍ଗେଡା ଗଁା ପ୍ରକାଶ ମହାନ୍ତିଙ୍କ ଘରର ଶିଡି ରେଲିଂରେ ଝୁଲୁଥିଲା । ପଡୋଶୀ ଦମ୍ପତି ଉକ୍ତ ନାବାଳକ ଆକାଶ ମହାନ୍ତି(୧୪) ଓ ତାଙ୍କସାନ ଭାଇ ଆଦିତ୍ୟ(୯)ଙ୍କ ମୃତଦେହକୁ ଶିଡି ରେଲିଂରୁ ଉଦ୍ଧାର କରି ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ ା ୨ ପୁଅଙ୍କୁ ହତ୍ୟା କରାଯିବା ନେଇ ଅଜା ଘର ପକ୍ଷରୁ ଅଭିଯୋଗ ପରେ ପୋଲିସ ଏକ ମାମଲା(ନଂ.୬୧/୨୫) ରୁଜୁ କରି ତଦନ୍ତ ଜାରି ରଖିଛି ।