ଅବୈଧ ସମ୍ପର୍କ ଲାଗି ବାଧ୍ୟ କରିବାରୁ ହତ୍ୟା

  • ବାହାନଗା, ୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ଓଷଙ୍ଗ ଗ୍ରାମର ଜୟନ୍ତ ମଳିକଙ୍କ ମୃତଦେହ ସମୁଦ୍ର କୂଳ ବାଲିରୁ ଉଦ୍ଧାର ହେବା ଘଟଣାର ୧୫ଦିନ ପରେ ଖନ୍ତାପଡା ଥାନା ଓ ଗୋପାଳପୁର ଫାଣ୍ଡି ପୋଲିସ୍‌ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିବାହିତା ମହିଳାଙ୍କ ସହିତ ଅବୈଧ ସମ୍ପର୍କ ସ୍ଥାପନ ଲାଗି ଉଦ୍ୟମ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୁକ୍ତମାନେ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ଖନ୍ତାପଡା ଥାନା ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି।
    ସୂଚନା ଅନୁଯାୟୀ, ଖନ୍ତାପଡା ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହିତ ମୃତ ଜୟନ୍ତ ଅନୈତିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ। ମହିଳା ଏହାକୁ ବିରୋଧ କରି ତାଙ୍କ ସ୍ବାମୀଙ୍କୁ କହିଥିଲେ। ସ୍ବାମୀ ଜୟନ୍ତଙ୍କୁ ହତ୍ୟା କରିବା ଲାଗି ଅନ୍ୟ ୩ ଯୁବକ ଜୟନ୍ତ ମଳିକ, ବିଜୟ ମଳିକ ଓ ମହେଶ୍ୱର ମଳିକଙ୍କ ସହ ଯୋଜନା କରିଥିଲେ। ଜାନୁୟାରୀ ୨୩ ସନ୍ଧ୍ୟାରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ, ଜୟନ୍ତ, ମହେଶ୍ୱର ଓ ବିଜୟ ମିଶି ମୃତ ଜୟନ୍ତଙ୍କୁ ଡାକି ମଦ୍ୟପାନ କରିଥିଲେ। ନିଶାସକ୍ତ ହୋଇ ସମସ୍ତେ ଘରକୁ ପଳାଇ ଯାଇଥିଲେ। ପରେ ଯୋଜନା ମୁତାବକ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ବାମୀ, ଜୟନ୍ତ, ମହେଶ୍ୱର, ବିଜୟ ମିଶି ଗ୍ରାମରେ ଥିବା ରେସୁଅଁା ପୋଖରୀ ଆଡି ନିକଟ ବିଲ ପାଖକୁ ଯାଇ ଲୁଚି ରହିଥିଲେ। ରାତି ପ୍ରାୟ ସାଢେ ୮ଟାରେ ସମ୍ପୃକ୍ତ ମହିଳା ଜଣକ ଫୋନ କରି ଜୟନ୍ତଙ୍କୁ ସେଠାକୁ ଡକାଇଥିଲେ। ଫୋନ ପାଇ ଜୟନ୍ତ ଘରୁ ଉକ୍ତ ପୋଖରୀ ନିକଟକୁ ଆସିଥିଲେ। ଆସିବାବେଳେ ସେ ସାଙ୍ଗରେ ଏକ ତେଲଙ୍ଗା କଟୁରି ଆଣିଥିଲେ। ସମ୍ପୃକ୍ତ ମହିଳାଙ୍କ ନିକଟରେ ସେ ପହଞ୍ଚିବା ପରେ ସେଠାରେ ଲୁଚି ରହିଥିବା ମହେଶ୍ୱର ପ୍ରଥମେ ଏକ ଲୁହା ହୋମଦସ୍ତାରେ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ସେ ସାଥିରେ ଆଣିଥିବା କଟୁରି ବାହାର କରିବାକୁ ଉଦ୍ୟମ କରିବା ବେଳେ ସେଠାରେ ଲୁଚି ରହିଥିବା ଅନ୍ୟମାନେ ତାଙ୍କୁ କାବୁ କରି ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଜୟନ୍ତଙ୍କର ମୃତ୍ୟୁ ଘଟିଥିଲା। ପରେ ସେମାନେ ତାଙ୍କ ମୃତଦେହକୁ ଏକ ଦଉଡିରେ ହାତ ଗୋଡ ସହ ବାନ୍ଧି ଭାରକରି ଚିଙ୍ଗୁଡିଝିଲ୍ଲି ବନ୍ଧ ଉପର ଦେଇ ସମୁଦ୍ର କୂଳକୁ ନେଇଯାଇଥିଲେ। ସମ୍ପୃକ୍ତ ମହିଳା ଜଣକ ରାତିରେ ବନ୍ଧ ପର୍ଯ୍ୟନ୍ତ ସେମାନଙ୍କ ସହିତ ଯାଇଥିଲେ। ସମୁଦ୍ର ବାଲିରେ ଭିତରକୁ ପ୍ରାୟ ଦୁଇ କି.ମି. ଯିବା ପରେ ଗାତ ଖୋଳି ମୋବାଇଲ ଫୋନ ସହିତ ତାଙ୍କୁ ପୋତି ଦେଇଥିଲେ। ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ରଗୁଡିକୁ ଏକ ବନିଗଛ ମୂଳେ ପୋତବା ସହ ରକ୍ତଛିଟା ଲାଗିଥିବା ଜ୍ୟାକେଟକୁ ଅନ୍ୟ ଏକ ବନିଗଛ ପାଖରେ ପୋତି ଦେଇଥିଲେ। ଏସବୁ କାମ ରାତି ପ୍ରାୟ ସାଢେ ୧୦ଟା ଭିତରେ ସରିବା ପରେ ସମସ୍ତେ ଘରକୁ ପଳାଇ ଯାଇଥିଲେ। ଘଟଣା ପରେ ପୋଲିସ୍‌ ମୋବାଇଲ ଫୋନ ଟ୍ରାକିଂ ଓ ଲୋକଙ୍କୁ ପଚରାଉଚରା କରି ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିଥିଲା। ସମସ୍ତ ତଥ୍ୟ ପ୍ରମାଣ ପାଇବା ପରେ ପୋଲିସ୍‌ ୫ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି।

Enter your email to get our daily news in your inbox.

All Right Reserved By Dharitri.Com

ବିବାହିତାଙ୍କୁ ପ୍ରେମ କରି ଠକି ଦେଲେ

ଶେରଗଡ଼,୫ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଜଣେ ଯୁବକଙ୍କୁ ଗିରଫ...

ଓଡ଼ିଆ ପାଇଲଟ୍‌ ମୃତ

କବିସୂର୍ଯ୍ୟନଗର/ଭୁବନେଶ୍ୱର,୧୩।୬(ବ୍ୟୁରୋ): ନିଖୋଜ ଭାରତୀୟ ବାୟୁସେନା (ଆଇଏଏଫ୍‌) ବିମାନ ଏଏନ୍‌-୩୨ର ସମସ୍ତ ଯାତ୍ରୀ ମୃତ। ଗୁରୁବାର ବିଧିବଦ୍ଧ ଭାବେ ଆଇଏଏଫ୍‌ ପକ୍ଷରୁ ଏହି ଘୋଷଣା କରାଯାଇଛି। ବିମାନର...

ଟ୍ରାଫିକ୍‌ ସଂଯୋଜକ ସମ୍ମାନିତ

ଅତାବିରା,୧୩।୭(ଡି.ଏନ୍‌.ଏ): ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳର ଜନସାଧାରଣଙ୍କୁ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ୨୦୧୪ରୁ ଟ୍ରାଫିକ୍‌ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ପଶ୍ଚିମ ଓଡିଶା ଟ୍ରାଫିକ୍‌...

କୁକୁର କାମୁଡ଼ାରେ କୁଟୁରାର ମୃତ୍ୟୁ

ରାୟଗଡ଼ା,୪।୧୦(ସ୍ବ.ପ୍ର): କୁକୁର କାମୁଡ଼ାରେ ଗୁରୁତର ଆହତ ହୋଇ ଉଦ୍ଧାର ହୋଇଥିବା କୁଟୁରାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ରାୟଗଡ଼ା ଜେଏସ୍‌କୋ ଜଙ୍ଗଲ...

ଘରୁ ମିଳିଲା ମା’ଝିଅଙ୍କ ମୃତଦେହ

ନାକଟିଦେଉଳ,୧ା୪: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦଖିବାକୁ ମିଳିଛି। ଘର ଭିତରୁ ମା’ଝିଅଙ୍କ ମୃତଦେହ କିସିଣ୍ଡା ପୋଲିସ...

ଦେବଗଡ଼ ବିଧାନସଭା: ଭାଜପା ଆଗୁଆ

ଦେବଗଡ଼,୨୩।୫: ଦେବଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଆଗରେ ରହିଛନ୍ତି। ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ୭୩୯୭ ଭୋଟ ପାଇଥିବା ବେଳେ...

ଉପାନ୍ତ ଅଞ୍ଚଳରେ ନୃତ୍ୟ, ସଂଗୀତ, ଚିତ୍ରକଳା ପାଇଁ ଖୋଲିଲା ସା ରେ ଗା ମା…

ଯୋଡ଼ା,୨୪।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ଲକ୍ଷ୍ମୀ ପଡିଆଠାରେ ଉପାନ୍ତ ଅଞ୍ଚଳର ନୃତ୍ୟ, କଳା, ଚିତ୍ରକଳା ଓ ସଂଗୀତର ଉତ୍‌ଥାନ ନିମନ୍ତେ ସା ରେ ଗା...

ଚାଷୀ ଆନ୍ଦୋଳନରେ ସାମିଲ ହେଲେ ବିଧାୟକ

ବଲାଙ୍ଗୀର ଅଫିସ, ୨୭ା୧୨- ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଶନିବାର ଦେଓଗାଁ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ଗସ୍ତ କରିଥିଲେ। ପ୍ରଥମେ ସେ ମୁଣ୍ଡପଲା ଛକଠାରେ...

Advertisement
Archives

Model This Week