ଅବୈଧ ସମ୍ପର୍କ ଲାଗି ବାଧ୍ୟ କରିବାରୁ ହତ୍ୟା

  • ବାହାନଗା, ୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ଓଷଙ୍ଗ ଗ୍ରାମର ଜୟନ୍ତ ମଳିକଙ୍କ ମୃତଦେହ ସମୁଦ୍ର କୂଳ ବାଲିରୁ ଉଦ୍ଧାର ହେବା ଘଟଣାର ୧୫ଦିନ ପରେ ଖନ୍ତାପଡା ଥାନା ଓ ଗୋପାଳପୁର ଫାଣ୍ଡି ପୋଲିସ୍‌ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିବାହିତା ମହିଳାଙ୍କ ସହିତ ଅବୈଧ ସମ୍ପର୍କ ସ୍ଥାପନ ଲାଗି ଉଦ୍ୟମ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୁକ୍ତମାନେ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ଖନ୍ତାପଡା ଥାନା ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି।
    ସୂଚନା ଅନୁଯାୟୀ, ଖନ୍ତାପଡା ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହିତ ମୃତ ଜୟନ୍ତ ଅନୈତିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ। ମହିଳା ଏହାକୁ ବିରୋଧ କରି ତାଙ୍କ ସ୍ବାମୀଙ୍କୁ କହିଥିଲେ। ସ୍ବାମୀ ଜୟନ୍ତଙ୍କୁ ହତ୍ୟା କରିବା ଲାଗି ଅନ୍ୟ ୩ ଯୁବକ ଜୟନ୍ତ ମଳିକ, ବିଜୟ ମଳିକ ଓ ମହେଶ୍ୱର ମଳିକଙ୍କ ସହ ଯୋଜନା କରିଥିଲେ। ଜାନୁୟାରୀ ୨୩ ସନ୍ଧ୍ୟାରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ, ଜୟନ୍ତ, ମହେଶ୍ୱର ଓ ବିଜୟ ମିଶି ମୃତ ଜୟନ୍ତଙ୍କୁ ଡାକି ମଦ୍ୟପାନ କରିଥିଲେ। ନିଶାସକ୍ତ ହୋଇ ସମସ୍ତେ ଘରକୁ ପଳାଇ ଯାଇଥିଲେ। ପରେ ଯୋଜନା ମୁତାବକ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ବାମୀ, ଜୟନ୍ତ, ମହେଶ୍ୱର, ବିଜୟ ମିଶି ଗ୍ରାମରେ ଥିବା ରେସୁଅଁା ପୋଖରୀ ଆଡି ନିକଟ ବିଲ ପାଖକୁ ଯାଇ ଲୁଚି ରହିଥିଲେ। ରାତି ପ୍ରାୟ ସାଢେ ୮ଟାରେ ସମ୍ପୃକ୍ତ ମହିଳା ଜଣକ ଫୋନ କରି ଜୟନ୍ତଙ୍କୁ ସେଠାକୁ ଡକାଇଥିଲେ। ଫୋନ ପାଇ ଜୟନ୍ତ ଘରୁ ଉକ୍ତ ପୋଖରୀ ନିକଟକୁ ଆସିଥିଲେ। ଆସିବାବେଳେ ସେ ସାଙ୍ଗରେ ଏକ ତେଲଙ୍ଗା କଟୁରି ଆଣିଥିଲେ। ସମ୍ପୃକ୍ତ ମହିଳାଙ୍କ ନିକଟରେ ସେ ପହଞ୍ଚିବା ପରେ ସେଠାରେ ଲୁଚି ରହିଥିବା ମହେଶ୍ୱର ପ୍ରଥମେ ଏକ ଲୁହା ହୋମଦସ୍ତାରେ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ସେ ସାଥିରେ ଆଣିଥିବା କଟୁରି ବାହାର କରିବାକୁ ଉଦ୍ୟମ କରିବା ବେଳେ ସେଠାରେ ଲୁଚି ରହିଥିବା ଅନ୍ୟମାନେ ତାଙ୍କୁ କାବୁ କରି ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଜୟନ୍ତଙ୍କର ମୃତ୍ୟୁ ଘଟିଥିଲା। ପରେ ସେମାନେ ତାଙ୍କ ମୃତଦେହକୁ ଏକ ଦଉଡିରେ ହାତ ଗୋଡ ସହ ବାନ୍ଧି ଭାରକରି ଚିଙ୍ଗୁଡିଝିଲ୍ଲି ବନ୍ଧ ଉପର ଦେଇ ସମୁଦ୍ର କୂଳକୁ ନେଇଯାଇଥିଲେ। ସମ୍ପୃକ୍ତ ମହିଳା ଜଣକ ରାତିରେ ବନ୍ଧ ପର୍ଯ୍ୟନ୍ତ ସେମାନଙ୍କ ସହିତ ଯାଇଥିଲେ। ସମୁଦ୍ର ବାଲିରେ ଭିତରକୁ ପ୍ରାୟ ଦୁଇ କି.ମି. ଯିବା ପରେ ଗାତ ଖୋଳି ମୋବାଇଲ ଫୋନ ସହିତ ତାଙ୍କୁ ପୋତି ଦେଇଥିଲେ। ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ରଗୁଡିକୁ ଏକ ବନିଗଛ ମୂଳେ ପୋତବା ସହ ରକ୍ତଛିଟା ଲାଗିଥିବା ଜ୍ୟାକେଟକୁ ଅନ୍ୟ ଏକ ବନିଗଛ ପାଖରେ ପୋତି ଦେଇଥିଲେ। ଏସବୁ କାମ ରାତି ପ୍ରାୟ ସାଢେ ୧୦ଟା ଭିତରେ ସରିବା ପରେ ସମସ୍ତେ ଘରକୁ ପଳାଇ ଯାଇଥିଲେ। ଘଟଣା ପରେ ପୋଲିସ୍‌ ମୋବାଇଲ ଫୋନ ଟ୍ରାକିଂ ଓ ଲୋକଙ୍କୁ ପଚରାଉଚରା କରି ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିଥିଲା। ସମସ୍ତ ତଥ୍ୟ ପ୍ରମାଣ ପାଇବା ପରେ ପୋଲିସ୍‌ ୫ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି।

Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?