ବ୍ରହ୍ମପୁର କୋର୍ଟରେ ହାଜର ହେବେ ଅଭୟକାନ୍ତ, ଆକାଶ

ବ୍ରହ୍ମପୁର ଅଫିସ, ୯।୨: ଟାଟା ମୋଟର୍ସରେ ଚାକିରି ଦେବା ନଁାରେ ହୋଇଥିବା ଠକେଇ ଘଟଣାରେ ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ନଁାରେ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏବେ ବାପ ପୁଅଙ୍କର ମଧ୍ୟ ଏହି ମାମଲାରେ ସମ୍ପୃକ୍ତି ନେଇ ଗୋଳନ୍ଥରା ଥାନା ପୋଲିସ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବଶ୍ୟକ କାଗଜପତ୍ର ଦାଖଲ କରିଛି। ଏହି ମାମଲାରେ ବାପ-ପୁଅଙ୍କୁ ଯୋଡ଼ିବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଛି। ଏହି ଆବେଦନକ୍ରମେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ଉଭୟ ବାପ-ପୁଅଙ୍କୁ ବ୍ରହ୍ମପୁର ଆଣିବା ପାଇଁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଚିଠି ପଠାଇଥିବା ଜଣାପଡ଼ିଛି। ଏ ପଟେ ବ୍ରହ୍ମପୁର ପୋଲିସର ଏକ ଟିମ୍‌ ସୋମବାର ଭୁବନେଶ୍ୱର ଯାଇଛି। ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ ଅନୁମତିକ୍ରମେ ମଙ୍ଗଳବାର ବାପ-ପୁଅଙ୍କୁ ବ୍ରହ୍ମପୁର ଅଣାଯାଇ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି। କୋର୍ଟରେ ହାଜର କରାଗଲା ପରେ ଏସ୍‌ଡିଜେଏମ୍‌ ଜିତେନ୍ଦ୍ରୀୟ ପାଣିଗ୍ରାହୀ ଉଭୟ ବାପ-ପୁଅଙ୍କୁ ଗୋଳନ୍ଥରା ଥାନାରେ ପୃଥକ ଭାବେ ହୋଇଥିବା ୩ ମାମଲାରେ ଜଡିତ କରିବ।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଅଭୟଙ୍କୁ ଗିରଫ କରିଥିଲା। ପରେ ତାଙ୍କ ପୁଅ ଆକାଶ ମଧ୍ୟ ଗିରଫ ହୋଇଥିଲେ। ଏହି ମାମଲାରେ ବାପ-ପୁଅଙ୍କୁ ଜାମିନ ମିଳିଥିବା ବେଳେ ଉଭୟଙ୍କ ନାମରେ ଅନ୍ୟ ଏକ ମାମଲା ରହିଥିବାରୁ ବାପ-ପୁଅ ଏବେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି। ଟାଟା ମୋଟର୍ସରେ ଚାକିରି ନଁାରେ ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଗୋପାଳପୁର ବିଧାକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଝାରପଡ଼ା ଜେଲରେ ରହିଛନ୍ତି। ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ପ୍ରଦୀପଙ୍କ ନାମରେ ୩ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଗତ ଗୁରୁବାର ପ୍ରଦୀପଙ୍କୁ ବ୍ରହ୍ମପୁର ନେବା ପାଇଁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ ୩ଦିନ ଲାଗି ଅନୁମତି ଦେଇଥିଲେ। ପରେ ପ୍ରଦୀପଙ୍କୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଉକ୍ତ ୩ ମାମଲାରେ ତାଙ୍କୁ ଜଡିତ କରିଥିଲେ। ପରେ ପ୍ରଦୀପଙ୍କୁ ୩ ଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିବାକୁ ପଡିଥିଲା। ପୋଲିସ ତାଙ୍କ ନାମରେ ସେହି ୩ ଠକେଇ ମାମଲାରେ ରିମାଣ୍ଡ ଲଗାଇବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରବିବାର ସକାଳେ ତାଙ୍କୁ ପୁଣିଥରେ ଝାରପଡ଼ା ଜେଲକୁ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ଏହିଦିନ ବନ୍ଦ ରହିବ ମେଡିକାଲ ଷ୍ଟୋର, କିଣି ନିଅନ୍ତୁ ଅତି ଜରୁରି ମେଡିସିନ

ନୂଆଦିଲ୍ଲୀ,୧୯।୫: ସାରା ଦେଶରେ ମେଡ଼ିକାଲ ଷ୍ଟୋର (କେମିଷ୍ଟ) ଆସନ୍ତାକାଲି ଅର୍ଥାତ୍‌ ବୁଧବାର, ୨୦ ମଇରେ ଧର୍ମଘଟ କରିବେ। ଏହି ଧର୍ମଘଟ ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ କେମିଷ୍ଟ…

ଘର ଉପରେ ଝୁଲୁଛି ବିପଦ:ଭୟରେ ଦିନକାଟୁଛନ୍ତି ୨ ପରିବାର

ଲୋଇସିଂହା,୧୯।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ନବଗଠିତ ଏନଏସି ଅନ୍ତର୍ଗତ ପନେସରା ଗାଁରେ ଦୀର୍ଘଦିନଧରି ଭୟରେ ଦିନ କାଟୁଛନ୍ତି ୨ଟି ପରିବାର। ଗ୍ରାମର ଗ୍ରାମପତି ଗୁଡି ନିକଟରେ ଥିବା…

ଟଙ୍କାର ଅବମୂଲ୍ୟାୟନକୁ ନେଇ ଷ୍ଟକ୍‌ ବଜାର ଅସ୍ଥିର

ମୁମ୍ବାଇ,୧୯।୫: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଏବେ ଭୂ-ରାଜନୈତିକ ସ୍ତରରେ ବିବାଦ ଲାଗି ରହିଥିଲାବେଳେ ଅନ୍ତର୍ଜାତୀୟ ବଜାରରେ ତୈଳଦର ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏହାକୁ ନେଇ…

ମମତାଙ୍କ ଆସନ ଯିବାର ୧୦ ଦିନ ଭିତରେ ଅଭିଷେକଙ୍କୁ ଦ୍ୱିତୀୟ ଝଟକା, ଶୁଭେନ୍ଦୁ ସରକାର ନେଲେ…

କୋଲକାତା,୧୯।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କ୍ଷମତାରୁ ବିଦାୟ ନେବାର ମାତ୍ର ୧୦ ଦିନ ମଧ୍ୟରେ, ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଦ୍ୱିତୀୟ ବଡ଼ ଝଟକା ଲାଗିଛି। ନିର୍ବାଚନ…

୪୦ ଡିଗ୍ରୀ ଉପରେ ୧୭ ସହରର ତାପମାତ୍ରା, ଆସନ୍ତା ୫ଦିନ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୯।୫(ବନ୍ଦନା ସେଠୀ): ପ୍ରବଳ ଗ୍ରୀଷ୍ମ ତାପରେ ଜଳୁଛି ସାରା ଓଡ଼ିଶା। ପଶ୍ଚିମରୁ ଉପକୂଳ ସବୁଠି ଅସହ୍ୟ ତାତି ସହ କଲବଲ କରୁଛି ଗୁଳୁଗୁଳି । ସକାଳ ପ୍ରାୟ…

ଧୋନିଙ୍କୁ ନେଇ ଏମିତି କହିଲେ ସଞ୍ଜୟ ମାଞ୍ଜେରେକର, ସଭିଏଁ ଚକିତ

ନୂଆଦିଲ୍ଲୀ,୧୯।୫: ସୋମବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଏମଏସ ଧୋନିଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ ବୋଲି ଅନେକ କଳ୍ପନାଜଳ୍ପନା କରାଯାଉଥିଲା, ବିଶେଷକରି…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଅଧା ବିଶ୍ୱ ପାଇଁ ଜଳସଙ୍କଟ

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri