Posted inଜାତୀୟ

୭ ବର୍ଷର ବାଳକ ନାଁରେ ହତ୍ୟା ମାମଲା

ଜୟପୁର,୧୮ା୬: ରାଜସ୍ଥାନ କୋଟାରେ ଜଣେ ୧୪ ବର୍ଷୀୟ ବାଳକଙ୍କ ମୃତ୍ୟୁ ନେଇ ଆଉଜଣେ ୭ ବର୍ଷୀୟ ନାବାଳକଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ବାଳକଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ନାହିଁ। ତେବେ ତାଙ୍କ ଠିକ୍‌ ବୟସ ଜାଣିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ପାଇଁ ସ୍ଥାନୀୟ ପୋଲିସ କୋର୍ଟରେ ଅବେଦନ କରିଛି। ୧୪ ବର୍ଷୀୟ ବାଳକଙ୍କ ଶରୀରର ୬୦ ଭାଗ ନିଆଁରେ ପୋଡ଼ିଯାଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌ବିଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୧ ମାସର ଚିକିତ୍ସା ପରେ ବୁଧବାର ତାଙ୍କ ମୃତ୍ୟୁ ହୋଇଥିବା ସର୍କଲ ଇନ୍‌ସ୍ପେକ୍ଟର ମନୋଜ ସିଂ ସିକାରଓ୍ବାଲ କହିଛନ୍ତି। ତେବେ ମୃତ୍ୟୁ ପୂର୍ବରୁ ବାଳକଙ୍କ ବୟାନ ରେକର୍ଡ କରିଛି ପୋଲିସ।
ମେ ୧୩ ରେ ଦୁଇ ନାବାଳକ କୌଣସି କାରଣରୁ ମାଡ଼ଗୋଳ ହୋଇଥିଲେ। ୭ ବର୍ଷୀୟ ବାଳକ ବୋତଲରେ ତାଙ୍କ ବାପାଙ୍କ ଅଟୋରୁ ଡିଜେଲ ଆଣି ନାବାଳକଙ୍କ ଉପରେ ପକାଇବା ସହ ଏକ ଦିଆସିଲିରେ ନିଆଁ ଲଗାଇ ଦେଇଥିବା ପୋଲିସ କହିଛି। ମୃତ ବାଳକଙ୍କ ବୟାନ ଆଧାରରେ ପୋଲିସ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୭ ଅର୍ନ୍ତଗତ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଘୃଣା ଅଛି କହି ରାହୁଲ ଜୀ ଭାରତକୁ ବଦନାମ କରିବା ଉଚିତ୍‌ ନୁହେଁ: ରାଜନାଥ

ଭୋପାଳ,୨୨।୧: ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ମଧ୍ୟପ୍ରଦେଶର ସିଙ୍ଗ୍ରାଉଲିରେ ପହଞ୍ଚି ୨୫ ହଜାରରୁ ଅଧିକ ହିତାଧିକାରୀଙ୍କୁ ପ୍ଲଟ ବଣ୍ଟନ କରିଛନ୍ତି। ଏଠାରେ ରାଜନାଥ...

ଭାଜପାରେ ଯୋଗଦେଇପାରନ୍ତି ମୁଲାୟମଙ୍କ ସାନବୋହୂ

ନୂଆଦିଲ୍ଲୀ,୧୬।୧: ବିଧାନସଭା ମତଦାନ ପୂର୍ବରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଏକ ବଡ ଝଟକା ଲାଗିପାରେ। ମୁଲାୟମ ସିଂ ଯାଦବଙ୍କ ସାନବୋହୂ ଅପର୍ଣ୍ଣା ଯାଦବ...

କୃତ୍ରିମ ଜରୁରୀକାଳୀନ ସ୍ଥିତି ସୃଷ୍ଟି କରାଯାଉଛି, ସିସିଆଇ ଜରିମାନା ମାମଲାରେ ଗୁଗଲ ଆବେଦନ ନେଇ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୬।୧ : ଗୁଗଲର ସହାୟକ ଆଣ୍ଡ୍ରଏଡ ଇଙ୍କ ଉପରେ ଭାରତୀୟ ପ୍ରତିଯୋଗୀତା ଆୟୋଗ  (ସିସିଆଇ) ଜରିମାନା ଲଗାଇବା ନେଇ ଗୁଗଲର ଆବେଦନ ଶୁଣାଣି ସମୟରେ ସୁପ୍ରିମକୋର୍ଟ...

ବିବାହ ପରେ ଶାଶୁଘରକୁ ଯାଉଥିଲେ କନ୍ୟା;ବାଟରେ ଲାଗିଲା ଶୋଷ: ଆଉ ତା’ପରେ

ଲକ୍ଷ୍ନୌ,୧୩।୯: ଉତ୍ତରପ୍ରଦେଶର ମୈନପୁରୀରେ ଏକ ରୋଚକ ଘଟଣା ଘଟିଛି। ବିବାହ ପରେ କନ୍ୟା ତାଙ୍କ ଶାଶୁ ଘରକୁ ଯାଉଥିବା ବେଳେ ବାଟରେ ସ୍ବାମୀଙ୍କ ଚକ୍‌ମା ଦେଇ...

ଚଳନ୍ତା କାର୍‌ରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଲକ୍ଷ୍ନୌ,୧୯ା୮: ଉତ୍ତରପ୍ରଦେଶର ବାରାଣସୀରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗିଥିବା ଦୃଶ୍ୟର ଭିଡିଓ ଭାଇରାଲ ହେଉଛି। ବୁଧବାର ବିଳମ୍ବିତ ରାତିରେ ଲଙ୍କା ଥାନା ଅଞ୍ଚଳରେ ଏହି...

ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚାଇନା ମଧ୍ୟରେ ୫ ସୁତ୍ରୀ ସହମତି

ମସ୍କୋ,୧୧।୯: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଦୁଇଦେଶ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା...

ପିଆଜ ଦର ବୃଦ୍ଧି କେନ୍ଦ୍ର କୃଷି ନିୟମର ପ୍ରଥମ ପ୍ରଭାବ: କେରଳ ସରକାର

ଥିରୁଭାନନ୍ତପୁରମ,୨୪ ।୧୦: ସାରା ଦେଶରେ ପିଆଜର ଦର ଏବେ ଅହେତୁକ ଭାବେ ବଢି ଚାଲିଛି । ଏହାକୁ ନେଇ କେରଳର କୃଷି ମନ୍ତ୍ରୀ ଭିଏସ୍ ସୁନିଲ...

୭୫ ଦିନ ପରେ ମିଳିଲା ପାଇଲଟ୍‌ଙ୍କ ମୃତଦେହ

ପଠାନକୋଟ୍‌,୧୭।୧୦: ଗତ ଅଗଷ୍ଟ ୩ ତାରିଖରେ ପଞ୍ଜାବର ପଠାନକୋଟ ଜିଲାର ରନ୍‌ଜୀତ ସାଗର ଡ୍ୟାମରେ ସେନାର ଏକ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେବେଠାରୁ ହେଲିକାପ୍ଟର ଦ୍ୱିତୀୟ...

Advertisement
Archives

Model This Week