ପାକିସ୍ତାନର ୧୭ତମ ସେନା ମୁଖ୍ୟ ହେଲେ ମୁନିର, ବାଜଓ୍ବା ହସ୍ତାନ୍ତର କଲେ ଦାୟିତ୍ୱ…

ରାୱଲପିଣ୍ଡି,୨୯।୧୧ : ପାକିସ୍ତାନର ନୂତନ ସେନା ମୁଖ୍ୟ ଭାବେ ଜେନେରାଲ ଅସୀମ ମୁନିର ଦାୟିତ୍ୱ ଗ୍ରହଣ କରିଛନ୍ତି। ଜେନେରାଲ କମର ଜାଭେଦ ବାଜୱା ମଙ୍ଗଳବାର ତାଙ୍କ ଉତ୍ତରାଧିକାରୀ ଅସୀମ ମୁନିରଙ୍କୁ ବ୍ୟାଟନ ଅଫ କମାଣ୍ଡ ପ୍ରଦାନ କରିଛନ୍ତି। କମାଣ୍ଡର ପରିବର୍ତ୍ତନ ସହିତ ମୁନିର ପାକିସ୍ତାନର ୧୭ତମ ସେନା ମୁଖ୍ୟ ହୋଇଛନ୍ତି।

ରାୱଲପିଣ୍ଡିର ଜେନେରାଲ ମୁଖ୍ୟାଳୟରେ ଆୟୋଜିତ ଏକ ସମାରୋହରେ ନୂତନ ସେନା ମୁଖ୍ୟଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଜେନେରାଲ ବାଜୱାଙ୍କୁ ଶେଷ ଥର ପାଇଁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ପାକିସ୍ତାନୀ ନ୍ୟୁଜ ୱେବସାଇଟ ଜିଓ ଟିଭି ଅନୁଯାୟୀ ବାଜୱା ତାଙ୍କ ଉତ୍ତରାଧିକାରୀ ଅସୀମ ମୁନିରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ମୁଁ ନିଶ୍ଚିତ ଯେ ତାଙ୍କ ନେତୃତ୍ୱରେ ସେନା ନୂତନ ଉଚ୍ଚତା ହାସଲ କରିବ ଏବଂ ତାଙ୍କ ନିଯୁକ୍ତି ଦେଶ ପାଇଁ ସକାରାତ୍ମକ ପ୍ରମାଣିତ ହେବ। ସେ କହିଛନ୍ତି ଯେ ଜେନେରାଲ ମୁନିରଙ୍କ ପରି ଜଣେ ଅଧିକାରୀଙ୍କ ହାତରେ ସେନାର ଦାୟିତ୍ୱ ଅର୍ପଣ କରି ଅବସର ନେଉଥିବାର ବେଶ୍‌ ଖୁସି। ଏହି ସମାରୋହରେ ପୂର୍ବତନ ସାମରିକ ନେତୃତ୍ୱ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ବିରୋଧରେ ବିପ୍ଳବ: ଖାଦ୍ୟ ନଷ୍ଟ ରୋକିବାକୁ ଫ୍ରାନ୍ସର ପ୍ରୟାସ

ପ୍ୟାରିସ୍‌,୨୯ା୯: ପରିବେଶ ପ୍ରଦୂଷଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଏହାର ସମାଧାନ ଦିଗରେ ଫ୍ରାନ୍ସ ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି।...

ଶାନ୍ତି ଆଲୋଚନା ପାଇଁ ମସ୍କୋର ପ୍ରସ୍ତାବର ସକାରାତ୍ମକ ପ୍ରତିକ୍ରିୟା ଦେଇନାହିଁ ନାଟୋ: ପୁଟିନ…

ମସ୍କୋ,୨୧।୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ସଂସଦକୁ ମଙ୍ଗଳବାର ସମ୍ବୋଧିତ କରିଥିଲେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ ଗସ୍ତର ଗୋଟିଏ ଦିନ...

ଯୁଦ୍ଧ ବ୍ୟାପକ କରିବାକୁ ରୁଷିଆର ସଙ୍କେତ, ଆମେରିକା-ବିଟ୍ରେନ ୟୁକ୍ରେନ୍‌କୁ ଯୋଗାଇବେ ଅସ୍ତ୍ରଶସ୍ତ୍ର…

ମସ୍କୋ,୨୨।୭ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୫ ମାସ ବିତିଗଲାଣି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ଦଖଲ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପୂର୍ବ ଡୋନବାସରେ ଚାଲିଥିବା ସଂଘର୍ଷ...

କରୋନା ମୃତ୍ୟୁ: ୬୫ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ବିପଦ ୩୪ଗୁଣ କମ୍‌

ଲଣ୍ଡନ,୧୬ା୫: ବ୍ରିଟେନ୍‌ରେ କରୋନା ଭାଇରସ୍‌ ଜନିତ ମୃତ୍ୟୁ ତଥ୍ୟକୁ ଅନୁଧ୍ୟାନ କଲେ ୬୫ ବର୍ଷରୁ କମ୍‌ ବୟସ୍କଙ୍କ ଜୀବନହାନି ଆଶଙ୍କା ୩୪ଗୁଣ କମ୍‌ ବୋଲି ଜଣାପଡ଼ିଛି।...

‘ଆମେରିକା ପାକିସ୍ତାନକୁ ଫୋନ୍‌ କରେନି, ଧମକ କାହିଁକି ଦେବ’

ଇସଲାମାବାଦ,୧।୪: ପାକିସ୍ତାନରେ ଏବେ ରାଜନୈତିକ ସଙ୍କଟ ଚାଲିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗାଦିରୁ ହଟାଇବା ପାଇଁ ବିରୋଧୀ ଲାଗିପଡିଛନ୍ତି। ଏହି ସଙ୍କଟ ମଧ୍ୟରେ ଇମ୍ରାନ ଏକ...

କରୋନା, ବେକାରି ବଡ଼ ଚିନ୍ତା

ପ୍ୟାରିସ୍‌,୨୦ା୯: ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ସାରା ବିଶ୍ୱର ସବୁଠୁ ବଡ଼ ଚିନ୍ତା ସାଜିଛି କରୋନା। ଅକାଳରେ ଅଗଣିତ ଜୀବନ ନେଇଛି ଏହି ମହାମାରୀ। କେବଳ...

ବିରଳ ମହାଜାଗତିକ ଦୃଶ୍ୟ, ପାଖାପାଖି ହେଲେ ପୃଥିବୀ-ଶନି…

ଓ୍ବାଶିଂଟନ,୨।୮: ଆମର ସୌରମଣ୍ଡଳରେ ସୋମବାର ଏକ ବିରଳ ମହାଜାଗତିକ ଦୃଶ୍ୟ ଘଟିଛି। ଭାରତୀୟ ସମୟ ପୂର୍ବାହ୍ନ ୧୧ଟା ୩୦ରେ ଶନିଗ୍ରହ ପୃଥିବୀର ଅତି ନିକଟତର ହୋଇଛି।...

ଜାତିସଂଘ ଉପଦେଷ୍ଟା କମିଟିରେ ବିଦିଶା

ଜାତିସଂଘ,୭।୧୧: ଭାରତୀୟ କୂଟନୀତଜ୍ଞ ବିଦିଶା ମୈତ୍ର ଜାତିସଂଘ ଉପଦେଷ୍ଟା (ପ୍ରଶାସନିକ ଓ ବଜେଟାରୀ) କମିଟିକୁ ମନୋନୀତ ହୋଇଛନ୍ତି। ତାଙ୍କୁ ୧୨୬ ଖଣ୍ଡ ଭୋଟ ମିଳିଛି। ୧୯୩...

Advertisement
Archives

Model This Week