ଆଖିରେ କଳା ଚଷମା, ମୁହଁରେ ମାସ୍କ ପିନ୍ଧି ୧୦ ଲକ୍ଷର ସୁନା ହାର ଲୁଟିନେଲେ ମହିଳା; ଭିଡିଓ ଦେଖିଲେ…

ଆଖିରେ କଳା ଚଷମା। ମୁହଁରେ ମାସ୍କ ପିନ୍ଧି ଅଭିନବ ଢ଼ଙ୍ଗରେ ମହିଳା ଚୋରି କରିନେଲେ ୧୦ ଲକ୍ଷ ମୂଲ୍ୟର ସୁନା ହାର। ଗୋରଖପୁରର ଗୋଲଘରରେ ଥିବା ଏକ ସୁନା ଦୋକାନରେ ଏଭଳି ଘଟଣା ଘଟିଛି। ମହିଳାଜଣଙ୍କ ଗ୍ରାହକ ସାଜି ଆସି ବେଶ ଚତୁରତାର ସହ ଚୋରି କରି ଫେରାର ହେବା ବେଳର ଘଟଣା ସିସିଟିଭିରେ କଏଦ ହେବା ପରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓଟି ନଭେମ୍ବର ୧୭ର। ଭିଡିଓରେ ଦେଖାଯାଉଥିବା ଦୃଶ୍ୟ ଅନୁଯାୟୀ କିଛି ଗ୍ରାହକ ଅଳଙ୍କାର ଦୋକାନରେ ଉପସ୍ଥିତ ଅଛନ୍ତି। ସେମାନଙ୍କ ମଧ୍ୟରେ କଳା ଚଷମା ପିନ୍ଧିଥିବା ମହିଳା ଅଛନ୍ତି। ସେ ବହୁତ ଧନୀ ଭଳି ଲାଗୁଛନ୍ତି। ହେଲେ କଥା ହେବା ଆଳରେ ସେ ଗୋଟିଏ ହାରକୁ କୋଳକୁ ନେଇ ଲୁଚାଇ ଦେଉଛନ୍ତି। କେହି ସେ କଥାକୁ ନେଇ ସନ୍ଦେହ କରନ୍ତି ନାହିଁ। ପରେ ସେ ସେଠାରୁ ଫେରାର ହୋଇଯାଉଛନ୍ତି।

ପୁରା ଘଟଣା ପରେ ଦୋକାନ ମାଲିକ ଅଳଙ୍କାର ସେଟ୍‌ ଯାଞ୍ଚ କରିଥିଲେ। ସେଥିରେ ଗୋଟିଏ ସେଟ୍‌ କମ୍‌ ପାଇଥିଲେ। ଏହାକୁ ନେଇ ଶୋ’ ରୁମ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ମାଲିକ ପ୍ରଥମେ ତାଙ୍କ କର୍ମଚାରୀଙ୍କୁ ସନ୍ଦେହ କରିଥିଲେ। କିନ୍ତୁ ସିସିଟିଭି ଫୁଟେଜ ଦେଖାଯିବା ପରେ ମହିଳାଙ୍କ ଚୋରି ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଏନେଇ ଦୋକାନ ମାଲିକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri