ପୌର ନିର୍ବାଚନ: ଆଜିଠୁ ନାମାଙ୍କନ

ଭୁବନେଶ୍ୱର, ୨।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କର୍ପୋରେଟର ଓ ମେୟର ପଦବୀ ପାଇଁ ବୁଧବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି। ୨ରୁ ୭ତାରିଖ ଅର୍ଥାତ୍‌ ୬ଦିନ ଧରି ଭୁବନେଶ୍ୱର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କ ସହିତ ଯାଇ ନାମାଙ୍କନପତ୍ର ଦାଖଲ କରିବେ। ଏହା କିପରି ଶୃଙ୍ଖଳାର ସହ ସମ୍ପନ୍ନ ହୋଇପାରିବ ସେନେଇ ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ନେତୃତ୍ୱରେ ୧୨ଟି ଗ୍ରୁପ୍‌ ଗଠନ କରାଯାଇଛି। ଅପରପକ୍ଷେ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନାମାଙ୍କନ ପତ୍ର ଦାଖଲ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ପୋଲିସ ମୁତୟନ ହୋଇଛନ୍ତି।
ସୂଚନାଯୋଗ୍ୟ, ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ପରେ ୯ ତାରିଖରେ ସେଗୁଡ଼ିକୁ ଯାଞ୍ଚ କରାଯାଇ ୧୦ ତାରିଖରେ ବୈଧ ନାମାଙ୍କନ ତାଲିକା ପ୍ରକାଶ ପାଇବ। ମାର୍ଚ୍ଚ ୧୪ ସୁଦ୍ଧା ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ହେବ ଏବଂ ଉକ୍ତ ଦିନ ସନ୍ଧ୍ୟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ମାର୍ଚ୍ଚ ୨୪ରେ ଭୋଟ୍‌ ହୋଇ ୨୬ରେ ଗଣତି କରାଯିବ। ୩ ବର୍ଷ ପରେ ମହାନଗର ନିଗମରେ କର୍ପୋରେଟର ଏବଂ ମେୟର ପଦବୀ ପାଇଁ ନିର୍ବାଚନ ହେଉଥିବାରୁ ରାଜନୈତିକ ପାଣିପାଗ ସରଗରମ ରହିଛି। ପଞ୍ଚାୟତ ନିର୍ବାଚନ ପରେ ବିଜେଡି ପ୍ରାର୍ଥୀଙ୍କୁ ହରାଇବା ଲାଗି ବିରୋଧୀ ଭାଜପା ଏବଂ କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଥ ଚିତ୍ରାଙ୍କନରେ ସୀମିତ ୫-ଟି ବିଦ୍ୟାଳୟ

ମାଲକାନଗିରି,୨୫ା୪ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ୭୦ରୁ ଊର୍ଦ୍ଧ୍ୱ ଉଚ୍ଚ ବିଦ୍ୟାଳୟ ୫-ଟିରେ ରୂପାନ୍ତର ହୋଇଛନ୍ତି। ଏଥିପାଇଁ ଆସୁଥିବା ଅନୁଦାନରେ ବିଦ୍ୟାଳୟରେ ଭିତ୍ତିଭୂମି, ପାଠାଗାର, କମ୍ପ୍ୟୁଟର,ଶିକ୍ଷା, ସ୍ମାର୍ଟ...

ଦକ୍ଷତା, ନିଯୁକ୍ତି କ୍ଷେତ୍ରରେ ନୂତନ ସମ୍ଭାବନା: ଏଆଇ ଉତ୍କର୍ଷ କେନ୍ଦ୍ର, ବିପିଓ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସ୍ଥାନୀୟ କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି)ଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଫର୍‌...

ବିଧାନସଭା ପରିସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୬।୨: ବରିଷ୍ଠ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି।...

୪ ଦିନରେ ୨୫ କୋଟିି ବକେୟା ଆଦାୟ କଲା ସେସୁ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି(ସେସୁ) ଗତ ୧୬ ତାରିଖରୁ ଆରମ୍ଭ କରିଥିବା ସ୍ବତନ୍ତ୍ର ବିଦ୍ୟୁତ କାଟ ଡ୍ରାଇଭ ଯୋଗୁ ରାଜସ୍ବ ଆଦାୟ ବୃଦ୍ଧିପାଇଛି। ଗତ...

କୁକୁଡ଼ା ନେବାକୁ ଗଁ।ରେ ଡେଙ୍ଗୁରା

ଅନୁଗୋଳ ସହର,୧୭ା୩ କରୋନା ଭାଇରସ ଆତଙ୍କ ବ୍ରଏଲର କୁକୁଡ଼ା ଚାଷୀ ଓ କମ୍ପାନୀକୁ ତଳିତଳାନ୍ତ କରିଦେଲାଣି। କୁକୁଡ଼ା ମାଂସ କି ଅଣ୍ଡା ସହିତ କରୋନାର କୌଣସି...

ବାଇକ୍‌ ସହ ଭାସି ଯାଇଥିବା ଯୁବକଙ୍କ ମିଳିଲା ମୃତଦେହ

ଫୁଲବାଣୀ ଅଫିସ, ୨୫ା୮: ଫୁଲବାଣୀ ଡାକପାଲା ଚେକ୍‌ ଡ୍ୟାମ ଉପର ରାସ୍ତାରେ ବୁଧବାର ରାତିରେ ଯିବାବେଳେ ବାଇକ ସହ ଜଣେ ଯୁବକ ଭାସି ଯାଇଥିଲେ। ଗୁରୁବାର...

ମଲ୍‌, ହସ୍ପିଟାଲ, ମଲ୍ଟିପ୍ଲେକ୍ସରେ ପାର୍କିଂ ଫି ଆଦାୟ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌ ଓ ଆପାର୍ଟମେଣ୍ଟ ଆଦିରେ ଥିବା ପାର୍କିଂସ୍ଥଳରୁ ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ...

ବର୍ଷା ହେଲେ ବଢୁଛି ଅଣ୍ଡରପାସ୍‌ ସମସ୍ୟା

ଖୋର୍ଦ୍ଧା ଅଫିସ, ୭ା୫: ବହୁ ପ୍ରତୀକ୍ଷିତ ଜଟଣୀ ଓଭରବ୍ରିଜ୍‌ ନିର୍ମାଣ କାମ ସରୁ ନ ଥିବା ବେଳେ ସୀତାରାମ ଛକସ୍ଥିତ ରେଲଓ୍ବେ ଅଣ୍ଡରପାସ୍‌ରେ ବର୍ଷାପାଣି ଜମିରହୁଛି।...

Advertisement
Archives

Model This Week