Posted inଜାତୀୟ

ଦିଲ୍ଲୀ ପରେ ମୁମ୍ବାଇର ବାୟୁ ପ୍ରଦୂଷଣ: ଫୁସ୍‌ଫୁସ୍‌ ହେଉଛି ସଂକ୍ରମିତ

ମୁମ୍ବାଇ,୧୩।୧୨: ରାଜଧାନୀ ଦିଲ୍ଲୀ ପରେ ବର୍ତ୍ତମାନ ମୁମ୍ବାଇରେ ବାୟୁ ପ୍ରଦୂଷିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଗତ ଏକ ମାସ ହେଲା ମୁମ୍ବାଇର ବାୟୁ ଅତ୍ୟନ୍ତ ପ୍ରଦୂଷିତ ହୋଇଛି। ଏହି ମହାନଗରର ଅବସ୍ଥା ମଧ୍ୟ ଦିଲ୍ଲୀର ଅବସ୍ଥା ଭଳି ରହିଛି। ସିଷ୍ଟମ୍‌ ଅଫ୍‌ ଏୟାର କ୍ୱାଲିଟି ଆଣ୍ଡ ଓ୍ବେଦର ଫରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ ଅନୁଯାୟୀ, ମହାରାଷ୍ଟ୍ରର ମୁମ୍ବାଇରେ ବତ୍ତର୍ମାନ ବାୟୁର ଗୁଣବତ୍ତା ଖରାପ ଶ୍ରେଣୀରେ ଅର୍ନ୍ତଭୁକ୍ତ। ଗୁରୁବାର ସକାଳେ ଅର୍ଥାତ୍‌ ୮ଡିସେମ୍ବରରେ ମୁମ୍ବାଇର ବାୟୁ ଗୁଣବତ୍ତା ଦିଲ୍ଲୀଠାରୁ ଅତ୍ୟନ୍ତ ଖରାପ ରହିଥିଲା। ସେହିପରି ଶୁକ୍ରବାର ବିଳମ୍ବିତ ରାତି ଅର୍ଥାତ୍‌ ଡିସେମ୍ବର ୯ରେ ଦିଲ୍ଲୀର ବାୟୁ ଗୁଣବତ୍ତା ଏକ୍ୟୁଆଇ ଅନୁସାରେ ୨୪୯ ରେକର୍ଡ ହୋଇଥିବା ବେଳେ ମୁମ୍ବାଇରେ ଏହା ୩୦୯ ରହିଥିଲା। ଯାହା ଅତ୍ୟନ୍ତ ଖରାପ୍‌ ଶ୍ରେଣୀର ବୋଲି ସୂଚାଇଥାଏ। ଅନ୍ୟପଟେ ସୋମବାର ଅର୍ଥାତ୍‌ ଡିସେମ୍ବର ୧୨ରେ ମୁମ୍ବାଇରେ ଏକ୍ୟୁଆଇ ୨୨୫ ରେକର୍ଡ କରାଯାଇଛି। ଯାହା ରାଜଧାନୀ ଦିଲ୍ଲୀ ତୁଳନାରେ ଅତ୍ୟନ୍ତ ଖରାପ୍‌। ଦିଲ୍ଲୀର ବାୟୁ ଗୁଣବତ୍ତା ସୋମବାର ୧୫୨ ରହିଥିଲା, ଯାହା ମଧ୍ୟମ ଶ୍ରେଣୀର। ତେବେ ମୁମ୍ବାଇରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସିଷ୍ଟମ୍‌ ଅଫ୍‌ ଏୟାର କ୍ୱାଲିଟି ଆଣ୍ଡ ଓ୍ବେଦର ଫରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ କର୍ତ୍ତୃପକ୍ଷ ଲୋକଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବା ଏବଂ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ବାୟୁ ପ୍ରଦୂଷଣ ଦ୍ୱାରା ମୁମ୍ବାଇରେ ଫୁସ୍‌ଫୁସ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଡକ୍ଟର ଛାୟା ୱାଜା କହିଛନ୍ତି। ଅନ୍ୟପଟେ ମୁମ୍ବାଇର ବାୟୁ ଏତେ ପ୍ରଦୂଷିତ ହେବା ଏହା ପ୍ରଥମ ଘଟଣା ନୁହେଁ। କିନ୍ତୁ ଏହାପୂର୍ବରୁ ବାୟୁ ପ୍ରଦୂଷଣ ଏହି ମହାନଗରରେ ଦିନେ କିମ୍ବା ଦୁଇ ଦିନରୁ ଅଧିକ ରୁହେ ନାହିଁ। ହେଲେ ବର୍ତ୍ତମାନ ଏକ ମାସରୁ ଊର୍ଦ୍ଧ୍ୱ ହେବ ବାୟୁ ଗୁଣବତ୍ତା ସୁଧୁରୁ ନ ଥିବା ବେଳେ ସ୍ବାସ୍ଥ୍ୟକୁ ନେଇ ଚିନ୍ତାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ: ସୁରକ୍ଷା ଦୃଷ୍ଟିରୁ ଜମ୍ମୁ-କଶ୍ମୀରରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ଠପ୍‌

ଶ୍ରୀନଗର,୧୮।୪: ଜମ୍ମୁ-କଶ୍ମୀର ଉଧାମପୁର ଲୋକ ସଭା ଆସନ ପାଇଁ ମତଦାନ ଗୁରୁବାର ସକାଳୁ ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏଠାରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବାକୁ ବନ୍ଦ...

ଭାଜପା ପାଇଁ ସହଜ ନୁହେଁ

ନୂଆଦିଲ୍ଲୀ/ଗୁଆହାଟୀ,୧୬ା୨: ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀରେ ବିଧାନସଭା ନିର୍ବାଚନ ହେବ। ଏଥିରୁ ଆସାମରେ କ୍ଷମତାସୀନ ଭାଜପା ପୁଣିଥରେ ନିର୍ବାଚନ...

୫୦୦ ଏକର ସରକାରୀ ଜମି ହଡ଼ପ ମାମଲା: ଚପରାସୀଙ୍କୁ ଆଜୀବନ କରାଦଣ୍ଡ

ଭୋପାଳ,୧।୩: ମଧ୍ୟପ୍ରଦେଶରେ ସରକାରୀ ଜମି ହଡ଼ପ ମାମଲାରେ ଜଣେ ଚପରାସୀଙ୍କୁ ଆଜୀବନ କାରାଦଣ୍ଡାଦେଶ କରାଯାଇଛି। ଭୋପାଳରେ ଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ବାବୁଲାଲ ସୁନହରେଙ୍କ ବିରୋଧରେ...

ଏସିଡ ବିକିବାକୁ ନେଇ ଆମାଜନ, ଫ୍ଲିପ୍‌କାର୍ଟକୁ ନୋଟିସ

ନୂଆଦିଲ୍ଲୀ,୧୫।୧୨: ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଏସିଡ ବିକ୍ରୟ ପାଇଁ ଫ୍ଲିପକାର୍ଟ ଏବଂ ଆମାଜନକୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ।...

ସୁପ୍ରିମକୋର୍ଟଙ୍କ ଉପରେ ବିଶ୍ୱାସ ଅଛି, ଫେବୃୟାରୀ ୧ରେ ଦୋଷୀଙ୍କୁ ଦିଆଯିବ ଫାଶୀ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୨୯।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଫାଶୀଖୁଣ୍ଟରେ ଝୁଲିବାକୁ ଥିବା ୪ ଅଭିଯୁକ୍ତ ନୂଆ ନୂଆ ଭେଳିକି ଦେଖାଉଛନ୍ତି। ଆସନ୍ତା ଫେବୃଆରୀ...

ଟିଆର୍‌ଏସ୍‌ ହାତକୁ ପୁଣି ଯାଇପାରେ ହାଇଦ୍ରାବାଦ

ହାଇଦ୍ରାବାଦ, ୫।୧୨(ପି.ଟି.): ଶାସକ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ପୁଣିଥରେ ହାଇଦ୍ରାବାଦ ପୌର ନିଗମ ଅକ୍ତିଆର କରିପାରେ। ୧୫୦ ଆସନ ବିଶିଷ୍ଟ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ...

ନିର୍ଦ୍ଦିଷ୍ଟ ସ୍ଥାନକୁ ବଦଳି ପାଇଁ କର୍ମଚାରୀ ଚାପ ପକାଇପାରିବେନି

ନୂଆଦିଲ୍ଲୀ, ୧୩।୯(ପି.ଟି.): ନିର୍ଦ୍ଦିଷ୍ଟ ସ୍ଥାନକୁ ବଦଳି ପାଇଁ କର୍ମଚାରୀ ଚାପ ପକାଇପାରିବେ ନାହିଁ। ଆବଶ୍ୟକତାକୁ ବିଚାର କରି ନିଯୁକ୍ତିଦାତା କର୍ମଚାରୀଙ୍କୁ ଯେକୌଣସି ସ୍ଥାନକୁ ବଦଳି କରିପାରିବେ...

୬୩ ବର୍ଷ ମଧ୍ୟରେ ପ୍ରଥମଥର ସାଧାଣତନ୍ତ୍ର ଦିବସ ପରେଡରେ ସାମିଲ ହେବେ ନାହିଁ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା

ନୂଆଦିଲ୍ଲୀ,୨୫ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚଳିତବର୍ଷର ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ କଥାହେବେ । ଭିଡିଓ କନଫରେନ୍ସିଂ ଜରିଆରେ ଦିନ ପ୍ରାୟ...

Advertisement
Archives

Model This Week