Posted inଜାତୀୟ

ଦିଲ୍ଲୀ ପରେ ମୁମ୍ବାଇର ବାୟୁ ପ୍ରଦୂଷଣ: ଫୁସ୍‌ଫୁସ୍‌ ହେଉଛି ସଂକ୍ରମିତ

ମୁମ୍ବାଇ,୧୩।୧୨: ରାଜଧାନୀ ଦିଲ୍ଲୀ ପରେ ବର୍ତ୍ତମାନ ମୁମ୍ବାଇରେ ବାୟୁ ପ୍ରଦୂଷିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଗତ ଏକ ମାସ ହେଲା ମୁମ୍ବାଇର ବାୟୁ ଅତ୍ୟନ୍ତ ପ୍ରଦୂଷିତ ହୋଇଛି। ଏହି ମହାନଗରର ଅବସ୍ଥା ମଧ୍ୟ ଦିଲ୍ଲୀର ଅବସ୍ଥା ଭଳି ରହିଛି। ସିଷ୍ଟମ୍‌ ଅଫ୍‌ ଏୟାର କ୍ୱାଲିଟି ଆଣ୍ଡ ଓ୍ବେଦର ଫରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ ଅନୁଯାୟୀ, ମହାରାଷ୍ଟ୍ରର ମୁମ୍ବାଇରେ ବତ୍ତର୍ମାନ ବାୟୁର ଗୁଣବତ୍ତା ଖରାପ ଶ୍ରେଣୀରେ ଅର୍ନ୍ତଭୁକ୍ତ। ଗୁରୁବାର ସକାଳେ ଅର୍ଥାତ୍‌ ୮ଡିସେମ୍ବରରେ ମୁମ୍ବାଇର ବାୟୁ ଗୁଣବତ୍ତା ଦିଲ୍ଲୀଠାରୁ ଅତ୍ୟନ୍ତ ଖରାପ ରହିଥିଲା। ସେହିପରି ଶୁକ୍ରବାର ବିଳମ୍ବିତ ରାତି ଅର୍ଥାତ୍‌ ଡିସେମ୍ବର ୯ରେ ଦିଲ୍ଲୀର ବାୟୁ ଗୁଣବତ୍ତା ଏକ୍ୟୁଆଇ ଅନୁସାରେ ୨୪୯ ରେକର୍ଡ ହୋଇଥିବା ବେଳେ ମୁମ୍ବାଇରେ ଏହା ୩୦୯ ରହିଥିଲା। ଯାହା ଅତ୍ୟନ୍ତ ଖରାପ୍‌ ଶ୍ରେଣୀର ବୋଲି ସୂଚାଇଥାଏ। ଅନ୍ୟପଟେ ସୋମବାର ଅର୍ଥାତ୍‌ ଡିସେମ୍ବର ୧୨ରେ ମୁମ୍ବାଇରେ ଏକ୍ୟୁଆଇ ୨୨୫ ରେକର୍ଡ କରାଯାଇଛି। ଯାହା ରାଜଧାନୀ ଦିଲ୍ଲୀ ତୁଳନାରେ ଅତ୍ୟନ୍ତ ଖରାପ୍‌। ଦିଲ୍ଲୀର ବାୟୁ ଗୁଣବତ୍ତା ସୋମବାର ୧୫୨ ରହିଥିଲା, ଯାହା ମଧ୍ୟମ ଶ୍ରେଣୀର। ତେବେ ମୁମ୍ବାଇରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସିଷ୍ଟମ୍‌ ଅଫ୍‌ ଏୟାର କ୍ୱାଲିଟି ଆଣ୍ଡ ଓ୍ବେଦର ଫରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ କର୍ତ୍ତୃପକ୍ଷ ଲୋକଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବା ଏବଂ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ବାୟୁ ପ୍ରଦୂଷଣ ଦ୍ୱାରା ମୁମ୍ବାଇରେ ଫୁସ୍‌ଫୁସ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଡକ୍ଟର ଛାୟା ୱାଜା କହିଛନ୍ତି। ଅନ୍ୟପଟେ ମୁମ୍ବାଇର ବାୟୁ ଏତେ ପ୍ରଦୂଷିତ ହେବା ଏହା ପ୍ରଥମ ଘଟଣା ନୁହେଁ। କିନ୍ତୁ ଏହାପୂର୍ବରୁ ବାୟୁ ପ୍ରଦୂଷଣ ଏହି ମହାନଗରରେ ଦିନେ କିମ୍ବା ଦୁଇ ଦିନରୁ ଅଧିକ ରୁହେ ନାହିଁ। ହେଲେ ବର୍ତ୍ତମାନ ଏକ ମାସରୁ ଊର୍ଦ୍ଧ୍ୱ ହେବ ବାୟୁ ଗୁଣବତ୍ତା ସୁଧୁରୁ ନ ଥିବା ବେଳେ ସ୍ବାସ୍ଥ୍ୟକୁ ନେଇ ଚିନ୍ତାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?