ରାଜଧାନୀରୁ ସାଇବର ଠକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ବିଭିନ୍ନ ଯୁବତୀଙ୍କ ନାମରେ ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ଏହା ସାହାଯ୍ୟରେ ଯୁବକଙ୍କ ସହ ଅଶ୍ଳୀଳ ଚାଟ୍‌ କରୁଥିଲେ। ଏମିତି କି ଯୁବକଙ୍କୁ ଅଶ୍ଳୀଳ ଫଟୋ ପଠାଇବା ସହ ଭିଡ଼ିଓ କଲିଂ କରୁଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସମ୍ପୃକ୍ତ ଯୁବକଙ୍କୁ ଏନେଇ ବ୍ଲାକ୍‌ମେଲିଂ କରି ଟଙ୍କା ମାଗୁଥିଲେ। ଏଭଳି ଘଟଣାରେ ମୁମ୍ବାଇ ସାଇବର କ୍ରାଇମ ସେଲ୍‌ ପୋଲିସ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ମାଲକାନଗିରି ଜିଲାର ଦେବାଶିଷ କିର୍ତ୍ତନିଆ ନାମକ ଯୁବକଙ୍କୁ ଗିରଫ କରିଛି। ବୁଧବାର ତାଙ୍କୁୁ କୋର୍ଟରେ ହାଜର କରାଯିବା ସହ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ମୁମ୍ବାଇ ନିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦେବାଶିଷ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। ଫେସ୍‌ବୁକ୍‌ରେ ଝିଅଙ୍କ ନଁାରେ ଫେକ୍‌ ଆକାଉଣ୍ଟ ଖୋଲି ଯୁବକଙ୍କ ସହ କଥା ହୋଇ ତାଙ୍କୁ ପ୍ରେମ ଜାଲରେ ଫସାଉଥିଲେ। ପରେ ତାଙ୍କ ସହ ଅଶ୍ଳୀଳ କଥା ହୋଇ ତାଙ୍କୁ ଭିଡିଓ କଲ୍‌ କରିବାକୁ କହୁଥିଲେ। ତେବେ ଏହି ସମୟରେ ଘରେ ଲୋକ ଅଛନ୍ତି ଭଳି ଅନେକ ବାହାନା କରି ଦେବାଶିଷ ଅନ୍ଧାରରେ ଚୁପ୍‌ ହୋଇ ରହୁଥିଲେ। ଫୋନ୍‌ ସେପଟରେ ଥିବା ଯୁବକ ଜଣକଙ୍କ ଭିଡ଼ିଓ କଲ୍‌ରେ ଅଶ୍ଳୀଳ କଥା କହୁଥିବା ସମୟରେ ଦେବାଶିଷ ସମସ୍ତ ଦୃଶ୍ୟକୁ ରେକର୍ଡ କରିଦେଉଥିଲେ। ଏହାପରେ ବ୍ଲାକମେଲିଂ ଆରମ୍ଭ କରି ଲକ୍ଷାଧିକ ଟଙ୍କା ମାଗୁଥିଲେ। ଟଙ୍କା ନ ଦେଲେ ଭିଡ଼ିଓ ଭାଇରାଲ୍‌ କରିଦେବାକୁ ଧମକ ଦେଉଥିଲେ। ଏନେଇ ମୁମ୍ବାଇର ଜଣେ ଯୁବକ ସାଇବର ସେଲ୍‌ରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଫେକ୍‌ ଆକାଉଣ୍ଟ ଓଡ଼ିଶାର ଭୁବେନଶ୍ୱରରୁ ପରିଚାଳନା ହେଉଥିବା ପୋଲିସ ଜାଣି ଏସମ୍ପର୍କରେ ଭୁବନେଶ୍ୱର ପୋଲିସକୁ ଅବଗତ କରିଥିଲା। ପରେ ମୁମ୍ବାଇ ପୋଲିସର ୪ଜଣିଆ ଟିମ୍‌ ସମ୍ପୃକ୍ତ ସାଇବର ଠକଙ୍କୁ ଭରତପୁର ଅଞ୍ଚଳରୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା କରି ଦିଆଯାଉଛି ଦୁର୍ଘଟଣାର ରୂପ

ନୂଆପଡ଼ା,୫।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୋଟେନଚୁଆ ପଞ୍ଚାୟତ ତିଲେଇଝର ଗାଁରେ ଶୁକ୍ରବାର ରାତିରେ ଜଣେ ଯୁବକଙ୍କ ଟ୍ରାକ୍ଟରରୁ ପଡି ମୃତ୍ୟୁ ଘଟିଥିବା ଖରିଆର ରୋଡ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ଡରାଇଲା IMD ର ଆକଳନ: ଓଡ଼ିଶାକୁ ରେଡ୍‌ ଆଲର୍ଟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ୱର, ୫ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଶନିବାର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri