Advertisement
Posted inଜାତୀୟ

ରିପବ୍ଲିକ ଟିଭିର ସିଇଓ ଗିରଫ

ମୁମ୍ବାଇ,୧୩।୧୨: ରିପବ୍ଲିକ ମିଡିଆ ନେଟୱର୍କର ସିଇଓ ବିକାଶ ଖାନଚନ୍ଦାନୀଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଗିରଫର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁି। ନିକଟରେ ପୁଲିସ ରିପବ୍ଲିକ ଟିଭିର ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ଘନଶ୍ୟାମ ସିଂଙ୍କୁ ପୋଲିସ ଟିଆରପି ମାମଲାରେ ଗିରଫ କରିଥିଲା। ରିପବ୍ଲିକ ଟିଭିର ସମ୍ପାଦକ ତଥା ମ୍ୟାନେଜିଂ ଏଡିଟର ଅର୍ଣ୍ଣବ ଗୋସ୍ବାମୀ ବିକାଶଙ୍କ ଗିରଫଦାରୀକୁ ବେଆଇନ ବୋଲି କହିଛନ୍ତି। ଗିରଫ କରିବା ବେଳେ ପୋଲି କୌଣସି କାଗଜପତ୍ର ଦେଖାଇ ନ ଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଟେଲିଭିଜନ ରେଟିଂ ପଏଣ୍ଟ (ଟିଆରପି) ଦୁର୍ନୀତିର ତଦନ୍ତ ସଂପର୍କରେ ରିପବ୍ଲିକ ଟିଭି ସିଇଓ ବିକାଶ ଖାନଚାନ୍ଦାନୀଙ୍କୁ ଗିରଫ କରାଯାଉଥିବା କୁହାଯାଉଛି। ଅକ୍ଟୋବରରେ ଏହି ନକଲି ଟିଆରପି ସ୍କାମ ସାମ୍ନାକୁ ଆସିଥିଲା। ରେଟିଂ ଏଜେନ୍ସି ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉଂସିଲ(ବାର୍କ) ହନସା ରିସର୍ଚ୍ଚ ଗ୍ରୁପ ମାଧ୍ୟମରେ ଅଭିଯୋଗ ଦାଖଲ କରିଥିଲା। ଅଭିଯୋଗ ହୋଇଥିଲା ଯେ କେତେକ ଟେଲିଭିଜନ ଚ୍ୟାନେଲ ଟିଆରପି ଆକଳନରେ ଘୋଟାଲା କରୁଛନ୍ତି। ପୋଲିସର ସୂଚନାନୁସାରେ, ରିପବ୍ଲିକ ଟିଭି ଏବଂ ଅନ୍ୟ କେତେକ ଚ୍ୟାନେଲ ଦେଖିବା ପାଇଁ ଲାଞ୍ଚ ଦିଆଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶ୍ନର କାଠଗଡ଼ାରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୪(ପି.ଟି.): ସାଧାରଣ ନିର୍ବାଚନ ପାଇଁ ଉଭୟ ଶାସକ ଓ ବିରୋଧୀ ପ୍ରସଙ୍ଗ ଖୋଜୁଥିବାବେଳେ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମିଳିଯାଇଛି ଏକ ‘ବ୍ରହ୍ମାସ୍ତ୍ର’। ମୋଦି...

କର୍ନାଟକ ରାଜନୀତିରେ ଚର୍ଚ୍ଚା: କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ କିଣିଲେ ୧୧ କୋଟିର କାର

ବେଙ୍ଗାଲୁରୁ,୧୭।୮: କର୍ନାଟକ ରାଜନୀତିରେ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ଏମ.ଟି.ବି ରାଗରାଜଙ୍କୁ ନେଇ ଚର୍ଚ୍ଚା ହେଉଛି।...

ଶିବସେନା କର୍ମୀଙ୍କ ଆକ୍ରମଣ ଘଟଣା: ପୂର୍ବତନ ନୌସେନା ଅଧିକାରୀ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ

ମୁମ୍ବାଇ,୧୨।୯-ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଶୁକ୍ରବାର ଶିବସେନା କର୍ମଚାରୀମାନେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ...

ପ୍ରଧାନମନ୍ତ୍ରୀଙ୍କ ୟୁଏଇ-କୁଏତ ଗସ୍ତ ବାତିଲ…

ନୂଆଦିଲ୍ଲୀ, ୨୯।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଏଇ ଏବଂ କୁଏତ ଗସ୍ତକୁ ବାତିଲ କରାଯାଇଛି।...

ସାପ୍ତାହିକ ସଂକ୍ରମଣ-ସକ୍ରିୟ ମାମଲାରେ ବ୍ରେକ୍‌…

ନୂଆଦିଲ୍ଲୀ, ୧୭।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି।ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

ଆଇଏସ୍‌ଆଇ ଏଜେଣ୍ଟ୍‌ ହନିଟ୍ରାପ୍‌ ମାୟାରେ ଭାରତୀୟ ସେନା କର୍ମଚାରୀ

ନୂଆଦିଲ୍ଲୀ,୧୩।୭: ଫେସ୍‌ବୁକ୍‌ରେ ହାଏ ହାଲୋ ପରେ ଭାରତୀୟ ସେନା କର୍ମଚାରୀଙ୍କ ସହିତ ବନ୍ଧୁତା କରି ପରେ ସେମାନଙ୍କ ମୁଭମେଣ୍ଟ୍‌ ସମ୍ପର୍କରେ ତଥ୍ୟ ଚୋରାଇ ନେଉଛି ପାକିସ୍ତାନ...

୩ ବର୍ଷରେ କରୋନା ନେଲାଣି ୬୦ ଲକ୍ଷ ଜୀବନ

ବ୍ୟାଙ୍କକ୍‌,୬।୩ କୋଭିଡ୍‌ ମହାମାରୀ ତୃତୀୟ ବର୍ଷରେ ପହଞ୍ଚତ୍ଥିବା ବେଳେ ରବିବାର ରାତି ସୁଦ୍ଧା ବିଶ୍ୱରେ ମୃତ୍ୟୁସଂଖ୍ୟା ୬୦ ଲକ୍ଷ ଅତିକ୍ରମ କରିଛି। ଆମେରିକାରେ କୋଭିଡ୍‌ ମୃତ୍ୟୁସଂଖ୍ୟା...

ମାତୃଗର୍ଭରେ ଥିବା ଶିଶୁର ଭାରତୀୟ ନାଗରିକତ୍ୱର ଅଧିକାର ରହିଛି, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ, ୧୯।୫ : ମାତା ପିତାମାନେ ସେମାନଙ୍କର ଭାରତୀୟ ନାଗରିକତ୍ୱ ତ୍ୟାଗ କରି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କଲେ ମଧ୍ୟ ତ୍ୟାଗ ସମୟରେ ମାତୃଗର୍ଭରେ...

Advertisement
Archives

Model This Week