Posted inଖେଳ

ମୁମ୍ବାଇକୁ ହରାଇଲା ବେଙ୍ଗାଲୁରୁ

ବାମ୍ବୋଲିମ୍‌ ୧୬ା୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚରେ ବେଙ୍ଗାଲୁରୁ ଏଫ୍‌ସି ୪-୨ ଗୋଲରେ ମୁମ୍ବାଇ ସିଟିକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ କ୍ଲିଟନ ସିଲ୍‌ଭା ୧ମ ଓ ୨୨ତମ ଏବଂ ସୁନୀଲ ଛେତ୍ରୀ ୫୭ତମ ଏବଂ ୯୦+୪ତମ ମିନିଟ୍‌ରେ ୨ଟି ଲେଖାଏଁ ଗୋଲ ସ୍କୋର କରିଥିଲେ। ମୁମ୍ବାଇ ସିଟି ତରଫରୁ ଆଡାମ ଲି’ ଫୋଣ୍ଡ୍ରେ ୫୦ତମ ଓ ୭୨ତମ ମିନିଟ୍‌ରେ ବ୍ୟକ୍ତିଗତ ଦୁଇଟି ଗୋଲ ଦେଇଥିଲେ। ସୋମବାର ଏହି ବିଜୟ ଦ୍ୱାରା ବେଙ୍ଗାଲରୁ ୧୮ ମ୍ୟାଚରୁ ୨୨ ପଏଣ୍ଟ ଅର୍ଜନ କରି ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ମୁମ୍ବାଇସିଟି ପରାଜିତ ହୋଇଥିଲେ ମଧ୍ୟ ୧୭ ମ୍ୟାଚରୁ ୩୪ ପଏଣ୍ଟ ସହ ପୂର୍ବଭଳି ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ୨୦୧୮ ଜାନୁୟାରୀ ପରେ ମୁମ୍ବାଇ ସିଟି ବିପକ୍ଷରେ ବେଙ୍ଗାଲୁରୁ ଏଫ୍‌ସିର ଏହା ହେଉଛି ପ୍ରଥମ ବିଜୟ। ମୁମ୍ବାଇ ଦଳ ଏହି ମ୍ୟାଚରେ ଅପେକ୍ଷାକୃତ ଭଲ ଖେଳିଥିଲେ ମଧ୍ୟ ପରାଜିତ ହୋଇଥିଲା। ବଲ୍‌ ମ୍ୟାଚର ୭୨% ସମୟ ମୁମ୍ବାଇ ନିୟନ୍ତ୍ରଣରେ ରହିଥିଲା। ଦଳର ପାସ୍‌ ସଂଖ୍ୟା ୪୮୧ ରହିଥିବାବେଳେ ବେଙ୍ଗାଲୁରୁର ୧୯୫ ରହିଥିଲା। ସେହିପରି ମୁମ୍ବାଇର ପାସ୍‌ ଆକ୍ୟୁରେସି ୮୩% ରହିଥିଲା। ଦଳକୁ ୧୦ଟି କର୍ନର ମିଳିଥିବାବେଳେ ବେଙ୍ଗାଲୁରକୁ ୩ଟି ମିଳିଥିଲା। ମୁମ୍ବାଇ ସିଟି ମ୍ୟାନେଜର ସର୍ଗିଓ ଲୋବେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ଦଳର ପ୍ରଦର୍ଶନରେ ସେ ସନ୍ତୁଷ୍ଟ ନୁହଁନ୍ତି। ପରବର୍ତ୍ତୀ ଦୁଇଟି ମ୍ୟାଚ ପୂର୍ବରୁ ଦଳର ଦୋଷ ତ୍ରୁଟିକୁ ସଜାଡ଼ିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୫ ବଲ୍‌ରେ ଶତକ

ରାଜକୋଟ,୭।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ଶନିବାର ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଟି୨୦ରେ ଚମକିଛନ୍ତି ସୂର୍ଯ୍ୟକୁମାର ଯାଦବ। ଟି୨୦ ଅନ୍ତର୍ଜାତୀୟ ଫର୍ମାଟରେ ସେ ନିଜର ତୃତୀୟ ଶତକ...

‘ଏହି ଦୁଇ ଟିମ୍‌ ଖେଳିବେ ଆଇପିଏଲ୍‌ ଫାଇନାଲ’

ନୂଆଦିଲ୍ଲୀ,୨୭।୫: ଭାରତର ପୂର୍ବ କ୍ରିକେଟର ସଞ୍ଜୟ ମଞ୍ଜରେକର ଆଇପିଏଲ୍‌ ଫାଇନାଲକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ରବିବାର ଖେଳାଯିବାକୁ ଥିବା ମୁକାବିଲାରେ ଗୁଜରାଟ ଟାଇଟନ୍ସ ସହ ରୟାଲ...

ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ମେଲବୋର୍ନ,୨୯।୧୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ୮ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଫଳରେ ସିରିଜ୍‌ ୧-୧ ବରାବର ରହିଛି। ଭାରତୀୟ ଦଳ...

ପୁଣି ବାପା ହେଲେ ରାହାଣେ

ମୁମ୍ବାଇ,୫।୧୦: ଭାରତୀୟ କ୍ରିକେଟ ଦଳର ଖେଳାଳି ଅଜିଙ୍କେ ରାହାଣେଙ୍କ ସ୍ତ୍ରୀ ରାଧିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ରାହାଣେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ...

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଅହମ୍ମଦାବାଦ,୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ...

ରାଜସ୍ଥାନ ରୟାଲ୍ସ ପାଇଁ ଖୁସି ଖବର; ଯୋଗଦେବେ ଏହି ଷ୍ଟାର୍‌ ଅଲ୍‌ରାଉଣ୍ଡର

ଆବୁଧାବି, ୩।୧୦: ଇଂଲଣ୍ଡର ଷ୍ଟାର୍‌ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ ପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକରେ ଅଂଶଗ୍ରହଣ କରିପାରି ନାହାନ୍ତି। ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍‌ ପକ୍ଷରୁ...

ପଦାର୍ପଣ କରିବେ ଇଶାନ, ସୂର୍ଯ୍ୟକୁମାର

ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ...

ଆମେରିକା ଅଲିମ୍ପିକ୍ସ ଟିମ୍‌ରୁ ରିଚାର୍ଡସନ ବାଦ୍‌

ଓ୍ବାଶିଂଟନ,୮।୭(ଏପି): ବାସନ୍ଦ ହୋଇଥିବା ତାରକା ଧାବିକା ଶା’କେରୀ ରିଚାର୍ଡଶନ ଆମେରିକା ଟ୍ରାକ୍‌ ଆଣ୍ଡ ଫିଲ୍ଡ ଅଲିମ୍ପିକ ଟିମ୍‌ରୁ ବାଦ୍‌ ପଡିଛନ୍ତି। ଫଳରେ ସେ ଟୋକିଓ ଅଲିମ୍ପିକ୍ସରେ...

Advertisement
Archives

Model This Week