Posted inଖେଳ

କ୍ୟାପଟେନ ରୋହିତଙ୍କ ଯାଦୁ : ୧୦ ରନ୍‌ରେ ଜିତିଲା ମୁମ୍ବାଇ

ଚେନ୍ନାଇ, ୧୩ା୪- ସୋମବାର ଭଳି ମଙ୍ଗଳବାର ମଧ୍ୟ ଆଇପିଏଲରେ ଦେଖିବାକୁ ମିଳିଥିଲା ରୋମାଞ୍ଚଭରା ମ୍ୟାଚ୍‌। ତେବେ ଏଥିରେ ଛକା ବର୍ଷା ନୁହେଁ ଉଇକେଟ ଝଡ଼ ଦେଖିବାକୁ ମିଳିଥିଲା। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୫୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। କେକେଆର ପାଇଁ ଆନ୍ଧ୍ରେ ରସେଲ ହାତେଇଥିଲେ ୫ ଉଇକେଟ ସଫଳତା। ଜବାବରେ ୧୨.୫ ଓଭର ସୁଦ୍ଧା କୋଲକାତା ୩ ଉଇକେଟ ହରାଇ ୧୦୪ ରନ୍‌ କରିଥିଲା। ବିଜୟ ନିଶ୍ଚିତ ଥିଲା। କିନ୍ତୁ ଏହାପରେ ଦେଖିବାକୁ ମିଳିଥିଲା କ୍ୟାପଟେନ ରୋହିତ ଶର୍ମାଙ୍କ ଯାଦୁ। ସ୍ପିନରଙ୍କ ୮ ଓଭର ଶେଷକୁ ରଖିଥିଲେ। ଏପରି କି ଦୀର୍ଘ ଦିନ ପରେ ବୋଲିଂ କରିଥିଲେ ରୋହିତ। ରାହୁଲ ଚହର (୪) ଓ କ୍ରୁନାଲ ପାଣ୍ଡ୍ୟାଙ୍କ ଯୋଡ଼ି ହାତେଇଥିଲେ ୫ ଉଇକେଟ। ତା’ଠୁ ବଡ଼ କଥା ହେଲା ସେମାନେ ୮ ଓଭରରେ ମାତ୍ର ୪୦ ରନ୍‌ ଖର୍ଚ୍ଚ କରିଥିଲେ।

ତାଙ୍କ ପରେ ଗୁରୁତ୍ୱପୂର୍ଣ୍ଣ ୧୭ତମ ଓଭରରେ ନୋ ବଲ ପକାଇଥିଲେ ଯଶପ୍ରୀତ ବୁମରା। ଫ୍ରି ହିଟ୍‌ରେ ଚୌକା ମାରିଲେ ରସେଲ। ଅନ୍ୟ ପଟେ ଅଭିଜ୍ଞ ଦୀନେଶ କାର୍ତ୍ତିକ ଥିଲେ। ୧୯ ତମ ଓଭରରେ ବୁମରାଙ୍କ ଘାତକ ବୋଲିଂ। ସେତେବେଳେ କେକେଆରକୁ ଆବଶ୍ୟକ ଥିଲା ୧୨ ବଲରେ ୧୯ ରନ୍‌। କିନ୍ତୁ ୪ ରନ୍‌ ଦେଇଥିଲେ ବୁମରା। ଆଉ ଟ୍ରେଣ୍ଟ ବୋଲ୍ଟ ଅନ୍ତିମ ଓଭରରେ ରସେଲଙ୍କୁ ଆଉଟ୍‌ କରି କେକେଆର ସବୁ ସମ୍ଭାବନାର ଶେଷ କରିଦେଇଥିଲେ। ଫଳରେ ୧୪୨/୭ ସ୍କୋରରେ ଅଟକି ଯାଇଥିଲା କୋଲକାତାର ଇନିଂସ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ତାଣ୍ଡବ ରଚିଲା ବର୍ଷା! ରାଜଧାନୀରେ ଭୁଶୁଡ଼ିଲା କୋଠା; ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୬।୯: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ପ୍ରବଳ ବର୍ଷା ଯୋଗୁ ତାଣ୍ଡବ ସୃଷ୍ଟି ହୋଇଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ହଠାତ ଏକ କୋଠା…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri