Posted inଜାତୀୟ

ରନଓ୍ବେରେ ବିମାନରେ ଯାନ୍ତ୍ରିକ ତ୍ରୁଟି: ନୌସେନା ସହାୟତାରେ ଯାତ୍ରୀ ଉଦ୍ଧାର

ପଣଜୀ,୨୩।୮: ଗତ କିଛି ଦିନରୁ ବିମାନରେ ତ୍ରୁଟିପୂର୍ଣ୍ଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇଛି। ପ୍ରତ୍ୟେକ ଦିନ ଏସମ୍ପର୍କିତ ଖବର ସାମ୍ନାକୁ ଆସୁଛି। ଇତିମଧ୍ୟରେ ଗୋଆରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ଜଣାପଡ଼ିଛି। ଗୋଆ ବିମାନ ବନ୍ଦରର ରନୱେରେ ଇଣ୍ଡିଗୋ ବିମାନର ଡାହାଣ ଇଞ୍ଜିନରେ ସମସ୍ୟା ଦେଖାଦେଇଥିଲା। ଯାହାପରେ ନୌସେନାର ଉଦ୍ଧାରକାରୀ ଟିମ୍‌ଙ୍କ ସହାୟତାରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ମଙ୍ଗଳବାର ଗୋଆ ବିମାନବନ୍ଦରର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି। ସୂଚନା ମୁତାବକ, ରନୱେ ନିକଟରେ ପହଞ୍ଚିବା ବେଳକୁ ପାଇଲଟଙ୍କୁ ଇଞ୍ଜିନରେ ସମସ୍ୟା ଥିବା ଜଣାପଡ଼ିଥିଲା। ଆବଶ୍ୟକ ଯାଞ୍ଚ ପାଇଁ ବିମାନକୁ ପାଇଲଟ ଫେରାଇ ନେଇଥିଲେ। ଏହାପରେ ଯାତ୍ରୀମାନଙ୍କୁ ବିମାନରୁ ବାହାର କରିବା ପାଇଁ ନୌସେନାର ଏକ ଟିମ୍‌କୁ ଡକାଯାଇଥିଲା। ଅନ୍ୟପଟେ ଯାତ୍ରୀମାନଙ୍କୁ ମୁମ୍ବାଇ ଅଭିମୁଖେ ଆଉ ଏକ ବିମାନରେ ପଠାଯାଇଛି ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋମ ଆଇସୋଲେସନ୍‌ ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୬।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାର ହୋମ ଆଇସୋଲେସନ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି। ପୂର୍ବରୁ କରୋନା ଆକ୍ରାନ୍ତଙ୍କୁ...

ଜୀବନ ଭୟରେ ଜଙ୍ଗଲ ଛାଡୁଛନ୍ତି ଆତଙ୍କବାଦୀ, ସର୍ଚ୍ଚ ଅପରେଶନ୍‌ ଜାରି …

ଶ୍ରୀନଗର,୩୧।୧୦: ଦୁଇ ସପ୍ତାହ ପରେ ରବିବାର ସକାଳେ ଜମ୍ମୁ-ରାଜୌରୀ ଜାତୀୟ ରାଜପଥକୁ ଯାତାୟତ ପାଇଁ ଖୋଲି ଦିଆଯାଇଛି। ଅପରେଶନ୍‌ ଅଲ୍‌ଆଉଟ୍‌ ଅନ୍ତର୍ଗତ ଗତ ୨୧ ଦିନ...

ଆର୍‌ଜେଡ଼ିରୁ କଟିଲା ଟିକଟ: ନେତାଙ୍କ କାନ୍ଦୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା, ୧୭।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଆସିବାରେ ଲାଗିଛି। ୧୫ ବର୍ଷ ଧରି ଆର୍‌ଜେଡ଼ିରେ ଥିବା ନେତା ସୁରେଶ...

୨୬ ମେ’ରୁ ଭାରତରେ ବନ୍ଦ ହେବ କି ଫେସବୁକ୍‌-ଟୁଇଟର-ଇନଷ୍ଟାଗ୍ରାମ୍‌ …

ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତରେ କାରବାର କରୁଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପାଇଁ କେତେକ ନିୟମ ପାଳନ କରିବା ଲାଗି ମାର୍ଗଦର୍ଶିକା ଜାରି ହୋଇଥିଲା।...

ଯୁବକଙ୍କୁ ଫାଶୀ ଦଣ୍ଡାଦେଶ

ମୁମ୍ବାଇ, ୨୦ା୨(ପି.ଟି.): ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟାକରିବା ଅଭିଯୋଗରେ ମହାରାଷ୍ଟ୍ରର ପରଭାଣୀ ଜିଲା କୋର୍ଟ ଦୋଷୀ ବିଷ୍ଣୁ ଗୋରେ(୩୦)ଙ୍କୁ ବୁଧବାର ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।...

କରୋନା ପ୍ରଭାବ: କର୍ମଚାରୀଙ୍କ ଦରମା କାଟ୍‌ କଲା ଜୋମାଟୋ

ନୂଆଦିଲ୍ଲୀ,୨୬।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଛି। ଏପରି ସ୍ଥଳେ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଜାରି କରାଯିବା ସହିତ ବିଭିନ୍ନ...

ଝିଅଙ୍କୁ ଟାର୍ଗେଟ କରା ନ ଯାଉ

ମୁମ୍ବାଇ, ୨୮ା୩: ହିଜାବ ପ୍ରସଙ୍ଗରେ ଝିଅମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି ମିସ୍‌ ୟୁନିଭର୍ସ-୨୦୨୧ ହର୍‌ନାଜ ସାନ୍ଧୁ। ଗଣମାଧ୍ୟମକୁ ଏ ବାବଦରେ ପ୍ରତିକ୍ରିୟା ଦେଇ ହରନାଜ...

ଫାଶୀ ପୂର୍ବର ୨୪ ଘଣ୍ଟା…

ନୂଆଦିଲ୍ଲୀ,୩୧।୧: ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଦୋଷୀମାନଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବାକୁ ତିହାର ଜେଲ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଏବେ...

Advertisement
Archives

Model This Week