Posted inଜାତୀୟ

ନବନୀତ ରାଣାଙ୍କ ଏମ୍‌ଆର୍‌ଆଇ ଫଟୋ ଭାଇରାଲ ହେବା ପରେ ଲୀଳାବତୀ ହସ୍ପିଟାଲକୁ ବିଏମ୍‌ସିର ନୋଟିସ୍‌

ମୁମ୍ବାଇ,୧୦।୫: ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଏମ୍‌ଆରଆଇ ପ୍ରକ୍ରିୟା ସମୟରେ ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲାରେ ବିଏମ୍‌ସିର ଏଚ୍‌ ଓ୍ବେଷ୍ଟ ଓ୍ବାର୍ଡ ଲୀଲାବତୀ ହସ୍ପିଟାଲକୁ ନୋଟିସ୍‌ ଜାରି କରିଛି। ସୂଚନାଯୋଗ୍ୟ, ଏମ୍‌ଆର୍‌ଆଇ ସମୟରେ ଫଟୋ ଉଠାଇଥିବା ଏବଂ ନିୟମ ଉଲ୍ଲଂଘନ ପାଇଁ ଏକ ନୋଟିସ୍‌ ଜାରି କରାଯାଇଛି। ଏଥିସହ ଲୀଳାବତୀ ହସ୍ପିଟାଲକୁ ସିସିଟିଭି ଫୁଟେଜ ଏବଂ ଡାକ୍ତରଖାନାର କର୍ମଚାରୀଙ୍କ ଅବହେଳା ଉପରେ ଉତ୍ତର ଦେବାକୁ ପଡିବ ବୋଲି ଉକ୍ତ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି। ଏହା ପୂର୍ବରୁ ମୁମ୍ବାଇର ପୂର୍ବତନ ମେୟର କିଶୋରୀ ପେଡନେକର ଏବଂ ଶିବସେନା ଏମ୍‌ଏଲ୍‌ସି ମନୀଷା କୟାଣ୍ଡେ ହସ୍ପିଟାଲକୁ ଏମ୍‌ଆର୍‌ଆଇ ପ୍ରକ୍ରିୟା ଚାଲିଥିବା ବେଳେ ଏମ୍‌ପି ନବନୀତ ରାଣାଙ୍କ ଫଟୋ ଏବଂ ଭିଡିଓ କିପରି ସୋସିଆଲ ମିଡିଆରେ ଭାଇରାଲ ହେଲା ବୋଲି ମ୍ୟାନେଜମେଣ୍ଟକୁ ପ୍ରଶ୍ନ କରିଥିଲେ। ଅନ୍ୟପଟେ ରବିବାର ବିଏମସି ପକ୍ଷରୁ ନୋଟିସ ମିଳିଛି ଏବଂ ଏହାର ଜବାବ ଦେବାକୁ ୩ଦିନ ସମୟ ଦିଆଯାଇଛି ବୋଲି ହସ୍ପିଟାଲର ମୁଖ୍ୟ କାର୍ଯ୍ୟକାରୀ ଲେଫ୍ଟନାଣ୍ଟ ଜେନେରାଲ ଡ. ରବି ଶଙ୍କର କହିଛନ୍ତି। ବୟାନ ରେକର୍ଡ କରାଯିବା ସହ ଏକ କମିଟି ଗଠନ କରାଯାଇଛି। ନିର୍ଦ୍ଧିଷ୍ଟ ସମୟ ସୀମା ପୂର୍ବରୁ ଉତ୍ତର ଦେବୁ ବୋଲି ରବି ଶଙ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ, ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ହାଇଡ୍ରୋକ୍ସିକ୍ଲୋରୋକୁଇନ

ନୂଆଦିଲ୍ଲୀ,୨୩।୫: କରୋନା ସଂକ୍ରମଣ କ୍ଷେତ୍ରରେ କାମ କରୁଥିବା ଆଗଧାଡିର ଯୋଦ୍ଧାଙ୍କୁ ଏବେ ହାଇଡ୍ରୋକ୍ସିକ୍ଲୋରୋକୁଇନ ଦିଆଯିବ। କରୋନା କାର୍ଯ୍ୟରେ ସମ୍ପୃକ୍ତ ଥିବା ପୋଲିସ, ଅର୍ଦ୍ଧସାମରୀକ ବାହିନୀ ଓ...

ତାଉକାତେ ଆତଙ୍କ: ୫୮୦ କରୋନା ରୋଗୀଙ୍କୁ କରାଗଲା ସ୍ଥାନାନ୍ତର

ମୁମ୍ବାଇ,୧୬।୫: ଲାକ୍ଷାଦ୍ୱୀପ ଓ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ତଉକାତେ’ ବାତ୍ୟାର ପ୍ରଭାବ ଯୋଗୁ ବୃହନମୁମ୍ବାଇ ନଗର ନିଗମ(ବିଏମ୍‌ସି) ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ...

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନଜରବନ୍ଦୀ

ନୂଆଦିଲ୍ଲୀ,୮ ।୧୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂଆ କୃଷି ଆଇନକୁ ବିରୋଧ କରି ଗତ ୧୨ ଦିନ ହେବ ବିରୋଧ ପ୍ରଦର୍ଶନ କରିଛନ୍ତି...

ଗାଇଡ୍‌ଲାଇନ୍‌ ପାଇଁ ବିମାନବନ୍ଦରରେ ଅସମ୍ଭାଳ ଭିଡ଼

ନୂଆଦିଲ୍ଲୀ, ୬।୧୨: ଦିଲ୍ଲୀ ବିମାନବନ୍ଦର ଟର୍ମିନାଲରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ବିଶୃଙ୍ଖଳିତ ସ୍ଥିତିକୁ ନେଇ ଯାତ୍ରୀମାନେ ଆପତ୍ତି ଉଠାଇବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ...

‘ମୁଁ ମୁଖ୍ୟମନ୍ତ୍ରୀ, ଆତଙ୍କବାଦୀ ନୁହେଁ’

ଚଣ୍ଡିଗଡ଼,୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ଉଡାଣ ଲାଗି ଅନୁମତି ନ ମିଳିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରାଲିରେ ମୋତେ ଯୋଗଦେବାକୁ ଦିଆଗଲା...

ରାମ ରାଜ୍ୟ ସ୍ବପ୍ନ ଦେଖାଇ ମୋଦି ନିର୍ମାଣ କରୁଛନ୍ତି ରାବଣ ରାଜ୍ୟ: ସିଦ୍ଧାରମେୟା

ବେଙ୍ଗାଲୁରୁ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ୍‌ ଇନ୍‌ ଇଣ୍ଡିଆ ଏବଂ ରାମ ରାଜ୍ୟର ସ୍ବପ୍ନ ଦେଖାଇ ପ୍ରକୃତପକ୍ଷେ ରାବଣ ରାଜ୍ୟର ନିର୍ମାଣ କରୁଛନ୍ତି ବୋଲି କର୍ନାଟକର...

ଦେଶରେ ଗତ ୨୪ ଘଣ୍ଟାରେ ୨,୩୫,୫୩୨ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୯।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ...

ବୋହୂଙ୍କୁ ଶାଶୁ କହିଲେ ମାସକୁ ୧୦ ହଜାର ଟଙ୍କା ନ ଦେଲେ ଘରେ ରଖିବିନି

ଭୋପାଳ,୧୫।୩: ଗ୍ବାଲିଅର ହଜାରୀ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ କର୍ମଜୀବୀ ମହିଳା ତାଙ୍କ ଶାଶୁ, ଶ୍ୱଶୁର ଏବଂ ଜେଠାଶୁରଙ୍କ ନାମରେ...

Advertisement
Archives

Model This Week