ଖରାପ ପ୍ରଦର୍ଶନ କରିଛନ୍ତି ଏକାଧିକ ଟାଣୁଆ ନେତା

ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟର ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅଙ୍କକଷା ସାଙ୍ଗକୁ ରାଜନୈତିକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି। କାଉନ୍‌ସିଲର, ପୌରାଧ୍ୟକ୍ଷ, କର୍ପୋରେଟର ଏବଂ ମେୟର ନିର୍ବାଚନରେ ବିଜେଡିକୁ ବହୁମତ ମିଳିଛି। ତେବେ ବିଜେଡି କାଉନ୍‌ସିଲର ଏବଂ ପୌରାଧ୍ୟକ୍ଷ ଭୋଟରେ ଅଧିକ ସଫଳତା ହାସଲ କରିଥିଲେ ମଧ୍ୟ କେତେକ ସ୍ଥାନରେ ଲୋକଙ୍କ ମତ ଏପଟ ସେପଟ ହୋଇଛି। କେଉଁଠି ବିଜେଡି ଅଧିକ କାଉନ୍‌ସିଲର ଆସନରେ ବିଜୟୀ ହୋଇଥିବା ବେଳେ ପୌରାଧ୍ୟକ୍ଷ ଆସନ ବିରୋଧୀ କିମ୍ବା ସ୍ବାଧୀନ ହାତକୁ ଯାଇଛି। ସେହିପରି ଅନ୍ୟ କେଉଁଠି ପୌରାଧ୍ୟକ୍ଷ ଆସନ ବିଜେଡି ରଖିଥିଲେ ମଧ୍ୟ ଅଧିକ କାଉନ୍‌ସିଲର ଆସନ ବିରୋଧୀଙ୍କ ଦଖଲରେ ରହିଛି। ଅନ୍ୟପଟେ ଆଗକୁ ଡେପୁଟି ମେୟର ନିର୍ବାଚନ ଥିବାରୁ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କୁ ବୁଝାଶୁଝା କରିବା ଲାଗି ଶାସକ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ହେଲେ ରାଜ୍ୟର ବହୁ ହେଭିଓ୍ବେଟ ନେତାଙ୍କ ନିର୍ବାଚନମଣ୍ଡଳୀରେ ଭଲ ପ୍ରଦର୍ଶନ ନ ରହିବା ରାଜନୈତିକ ମହଲରେ ଆଲୋଚନା ଲାଗି ଖୋରାକ ଯୋଗାଇଛି।
ବିଜେଡିର ବହୁ ହେଭିଓ୍ବେଟ୍‌ଙ୍କ ପୌର ନିର୍ବାଚନରେ ଖରାପ ପ୍ରଦର୍ଶନ ହେବା ଶାସକ ଦଳ ଶିବିରରେ ଚର୍ଚ୍ଚା ହେଉଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ସୁଶାନ୍ତ ସିଂ, ଶାସକ ଦଳ ଉପ ମୁଖ୍ୟସଚେତକ ରୋହିତ ପୂଜାରୀ ଏବଂ ମନ୍ତ୍ରୀ ନବ ଦାସଙ୍କ ପୌର ନିର୍ବାଚନରେ ପ୍ରଦର୍ଶନ ସେତେ ଭଲ ହୋଇନାହିଁ। ଏମାନେ ସବୁ ନିଜ ଗଡ଼କୁ ଠିକ୍‌ ଭାବେ ସମ୍ଭାଳି ପାରିନାହାନ୍ତି। ସେହିପରି ବିଧାୟକ ସଞ୍ଜୀବ ମଲ୍ଲିକ, ପ୍ରଶାନ୍ତ ମୁଦୁଲି, ସୁଧୀର ସାମଲ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭଳି ନେତା ଏହି ନିର୍ବାଚନରେ ସେତେଟା ଭଲ କରିପାରିନାହାନ୍ତି। ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ନିର୍ବାଚନମଣ୍ଡଳୀ ଅନୁଗୋଳରେ ବିଜେଡି ପୌରାଧ୍ୟକ୍ଷ ପଦ ହାତେଇଥିଲେ ମଧ୍ୟ ପୌର ପରିଷଦରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିଛି। ଗଞ୍ଜାମ ଜିଲାର କୋଦଳା, ରମ୍ଭା ଏବଂ ଛତ୍ରପୁରରେ ପୌରାଧ୍ୟକ୍ଷ ପଦବୀ ଭାଜପା ଖାତାକୁ ଚାଲିଯାଇଛି।
ସେହିପରି ଭାଜପାର ବହୁ ଟାଣୁଆ ନେତା ପୌର ଭୋଟରେ ଭଲ ପ୍ରଦର୍ଶନ କରିପାରିନାହାନ୍ତି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଏମ୍‌ପି ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, କନକବର୍ଦ୍ଧନ ସିଂଦେଓ, ବସନ୍ତ ପଣ୍ଡା, ପୃଥ୍ବୀରାଜ ହରିଚନ୍ଦନ ଏବଂ ମନମୋହନ ସାମଲଙ୍କ ଭଳି ନେତାଙ୍କୁ ପୌର ନିର୍ବାଚନରେ ଭଲ ସଫଳତା ମିଳିନାହିଁ। କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର, ଭକ୍ତ ଦାସ, ସୁରେଶ ରାଉତରପାୟ ଏବଂ ମହମ୍ମଦ ମୋକିମଙ୍କ ଭଳି ନେତାଙ୍କ ଗଡ଼ରେ କଂଗ୍ରେସ ପ୍ରାର୍ଥୀ ସେତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି। ତେବେ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ଆଗାମୀ ଦିନରେ ଶାସକ ଦଳ ନେତାଙ୍କ ମନ୍ତ୍ରୀ ପାହ୍ୟା ପାଇବା ନ ପାଇବା କଥା ସ୍ଥିର କରିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
ତେବେ ଏହି ଫଳାଫଳ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସରକାରୀ ଲୋକମାନେ ଟଙ୍କା ବାଣ୍ଟୁଥିଲେ। ପ୍ରତ୍ୟେକ ଲୋକଙ୍କୁ ହଜାରେ ଟଙ୍କା ଲେଖାଏ ଦେଇ ଶଙ୍ଖରେ ଭୋଟ ଦେବାକୁ କହୁଥିଲେ। ଗୁଣ୍ଡାଙ୍କୁ ଭଡ଼ାରେ ଆଣି ଲୋକମାନଙ୍କୁ ଭୟଭୀତ କରି ଶାସକ ଦଳ ସପକ୍ଷରେ ଦେବାକୁ ଡରାଇଛନ୍ତି ବୋଲି ସେ କହିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସମସ୍ତେ ଜାଣନ୍ତି ବ୍ୟାପକ ଅର୍ଥ ବଳ ଏବଂ ଶାସନ କଳ ନିୟୋଜିତ କରି କାମ କରାଗଲା। ଅନ୍ୟପଟେ ବ୍ୟାପକ ଜାଗାରେ ପଶ୍ଚିମବଙ୍ଗ ଭଳି ହିଂସାକାଣ୍ଡ ଘଟାଗଲା। ଫଳାଫଳକୁ ସାଙ୍ଗରେ ଦୀର୍ଘ ସମୟ ରଖିବାର ଯେଉଁ ଅଭ୍ୟାସ ସେକଥା ବିଜେଡି କେବେହେଲେ କରିପାରିବ ନାହିଁ ବୋଲି ସେ କହିଛନ୍ତି। ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଦୁଇ ପ୍ରକାର ଭୋଟ ବ୍ୟବସ୍ଥାରେ ପୌର ଭୋଟ ହେଲା। ଏହି ଧାରା ଭିତରେ କେତେକ ସ୍ଥାନରେ ସ୍ପ୍ଲିଟ୍‌ ଭୋଟିଂ ହୋଇଛି। କେତେକ ସ୍ଥାନରେ ଏହି ପରିଚାଳନାରେ ତ୍ରୁଟି ଦେଖିବାକୁ ମିଳିଛି। ହେଲେ ଲୋକଙ୍କ ଭୋଟିଂ ବ୍ୟବସ୍ଥା ଦେଖିଲେ ଗୋଟିଏ କଥା ସ୍ପଷ୍ଟ ସେମାନେ ବିଜେଡିକୁ ସମର୍ଥନ ବିପୁଳ ମାତ୍ରାରେ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri