Posted inUncategorized

ଗୋଟିଏ ଛାତ ତଳେ ବହୁବିଧ ବ୍ରାଣ୍ଡ୍‌

ବାଣିଜ୍ୟରେ ସ୍ନାତକ ପାସ୍‌ ପରେ ଚାକିରି ନ ଖୋଜି ପାରିବାରିକ ବ୍ୟବସାୟରେ ହାତ ଦେଇଥିଲେ। ଓଡ଼ିଶାରେ ବ୍ରାଣ୍ଡେଡ୍‌ ପୋଷାକର ଚାହିଦା ବଢ଼ୁଥିବାବେଳେ ପ୍ରତିଯୋଗିତା ମୂଳକ ବଜାରରେ କିପରି ସଫଳ ହେଲେ ସେନେଇ ଧରିତ୍ରୀକୁ ସାକ୍ଷାତ୍‌କାର ବେଳେ କହିଛନ୍ତି ଜିଆର୍‌ସି ଗାର୍ମେଣ୍ଟ୍‌ସ ପ୍ରା.ଲିଃ. ପରିଚାଳନା ନିର୍ଦ୍ଦେଶକ ଅବିନାଶ ଛାପୋଲିଆ।

ଆପଣଙ୍କ ବ୍ୟବସାୟିକ ଜୀବନ କିପରି ଆରମ୍ଭ ହୋଇଥିଲା?
ବି.କମ୍‌. ପାସ୍‌ ପରେ ବ୍ୟବସାୟରେ ପାଦ ଦେଇଥିଲି। ମୋ ଜେଜେବାପା ଗଙ୍ଗାରାମ ଛାପୋଲିଆ ସୁଟିଂଶାର୍ଟିଂ ବ୍ୟବସାୟ ଆରମ୍ଭ କରିଥିଲେ। ସ୍ବାଧୀନତା ପୂର୍ବରୁ କଟକରେ ଆମର ଏହି ବ୍ୟବସାୟ ଚାଲିଆସୁଛି, ଯାହାକି ତାଙ୍କ ନାମ ଅନୁସାରେ ଜିଆରସି ଗାର୍ମେଣ୍ଟସ ଭାବରେ ସ୍ଥାପିତ।
ଓଡ଼ିଶାରେ ବ୍ରାଣ୍ଡ ପୋଷାକପତ୍ର ଚାହିଦା କେମିତି ରହିଛି?
ଜିଆର୍‌ସି ଗାର୍ମେଣ୍ଟସ ପକ୍ଷରୁ ୨୦୦୧ରୁ କିଲର, ବ୍ଲାକବେରି, ମଣ୍ଟେକାର୍ଲୋ, ଟ୍ବୁଇଲସ, ବିଂହୁମାନ, ଜକି ଭଳି ପ୍ରତିଷ୍ଠିତ ବ୍ରାଣ୍ଡେଡ୍‌ ପୁରୁଷ ପୋଷାକ ଉପଲବ୍ଧ କରାଯାଉଥିବାବେଳେ ଡବ୍ଲ୍ୟୁ, ଅରେଲିୟା, ବିବା, ଡିଲ୍‌ ଆଦି ମହିଳା ବ୍ରାଣ୍ଡ ପାଇକାରି ଭାବରେ ମିଳୁଛି। ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ବ୍ରାଣ୍ଡ ପୋଷାକ ଚାହିଦା ବେଶ୍‌ ଭଲ ଅଛି। ଏପରି କି ୪ରୁ ୫ ବର୍ଷ ହେବ ଅନ୍ତର୍ଜାତୀୟ ବ୍ରାଣ୍ଡଗୁଡ଼ିକ ମଧ୍ୟ ବ୍ୟବସାୟରେ ଆସିଗଲାଣି।
ମାନ୍ଦାବସ୍ଥା ପରେ କୋଭିଡ୍‌ କଟକଣାଜନିତ ସମସ୍ୟାର ସମାଧାନ କିପରି କରିଥିଲେ?
ଧୀରେ ଧୀରେ ମାନ୍ଦାବସ୍ଥା ସୁଧୁରିବା ବେଳକୁ କୋଭିଡ୍‌ ପ୍ରବେଶ ହେଲା। ପର୍ବପର୍ବାଣି ପାଳନ ଉପରେ କଟକଣା ଜାରି ହେତୁ ସାଧାରଣତଃ ପୋଷାକ କିଣାକିଣିରେ ଗ୍ରାହକଙ୍କ ଆଗ୍ରହ କମିଗଲା। ଏଥିରୁ ବ୍ରାଣ୍ଡ ପୋଷାକ କିପରି ବାଦ୍‌ ପଡିବ। ସେହି ସମୟରେ ପାଇକାରି ବଜାର ଓଭରଷ୍ଟକ ହୋଇଗଲା। ମାତ୍ର ପରେ କାରଖାନାଗୁଡ଼ିକ ବନ୍ଦ ରହିବାରୁ କମ୍‌ ସପ୍ଲାଏ ରହିଲା। ୱାର୍କ ଫ୍ରମ୍‌ ହୋମ୍‌ ଯୋଗୁଁ ଲୋକେ ନିଯୁକ୍ତି ସ୍ଥାନରୁ ଘରକୁ ପଳାଇଆସିଲେ। ଫଳରେ ବ୍ରାଣ୍ଡ ପୋଷାକର ବ୍ୟବସାୟ କ୍ରମଶଃ ପୁଣି ଚାଲିଲା।
ଆରମ୍ଭରୁ କପଡ଼ା ପାଇକାରି ବ୍ୟବସାୟ କଟକରେ ଥିଲା। ଏବେ ଭୁବନେଶ୍ୱରରେ ପାଇକାରି ବ୍ୟବସାୟ ଆରମ୍ଭ ହେଲାଣି। ଏହାକୁ ଆପଣ କିପରି ଦେଖନ୍ତି?
କଟକ ଏବେ ବି ପାଇକାରି ବ୍ୟବସାୟର ରାଜଧାନୀ ହୋଇରହିଛି। ଯଦିଓ ଭୁବନେଶ୍ୱରରେ କିଛି ମାତ୍ରାରେ ଏହି ବ୍ୟବସାୟ ଖୋଲିଲାଣି କଟକରୁ ସାରା ଓଡ଼ିଶାରେ ବ୍ୟବସାୟ କରିବା ସୁବିଧା। ଖୁଚୁରା ବ୍ୟବସାୟୀଙ୍କ ନିକଟରେ ଉପତ୍ାଦଗୁଡ଼ିକ ପହଞ୍ଚାଇବା ପାଇକାରିଙ୍କ କର୍ତ୍ତବ୍ୟ।
ଏକାଧିକ ନାମୀଦାମୀ ବ୍ରାଣ୍ଡକୁ ନେଇ ବ୍ୟବସାୟ କରିବାର ତରିକା କଣ?
ଭିନ୍ନ ବ୍ରାଣ୍ଡକୁ ନେଇ ବ୍ୟବସାୟ କରିବାର ମଜା ଅଲଗା। କମ୍ପାନୀଗୁଡ଼ିକଠାରୁ ପାଉଥିବା ବ୍ୟବସାୟ କୌଶଳ ଅନେକ ସାହାଯ୍ୟ କରିଥାଏ। ଏହାବ୍ୟତୀତ କିଛିମାତ୍ରାରେ ଆର୍ଥତ୍କ ଓ ପରିଚାଳନାଗତ ସୁବିଧା ମଧ୍ୟ ରହିଛି। ଏଥିସହ ଖୁଚୁରା ବ୍ୟବସାୟୀଙ୍କୁ ବାନ୍ଧି ରଖିବା ପାଇଁ ଗୋଟିଏ ଛାତ ତଳେ ବହୁବିଧ ବ୍ରାଣ୍ଡର ବ୍ୟବସାୟ ସାହାଯ୍ୟ କରିଥାଏ।
ଆପଣଙ୍କ ଆଗାମୀ ଲକ୍ଷ୍ୟ କ’ଣ ରହିଛି?
ଆଗାମୀ ଦିନରେ ଜିଆରସି ଗାର୍ମେଣ୍ଟସରେ ଆଉ କିଛି ନୂଆ ଅନ୍ତର୍ଜାତୀୟ ବ୍ରାଣ୍ଡର ପାଇକାରି ବ୍ୟବସାୟ ସାମିଲ ହେବ। କିଛି ବ୍ରାଣ୍ଡର ମେଗା ଷ୍ଟୋର ଖୋଲାଯିବା ପାଇଁ ମଧ୍ୟ ଯୋଜନା ରହିଛି। ଛୋଟ ସହର ଓ ଗ୍ରାମାଞ୍ଚଳକୁ ଅଧିକ ଧ୍ୟାନ ଦିଆଯିବ।
ଗ୍ରାମାଞ୍ଚଳରେ ବ୍ରାଣ୍ଡ ପୋଷାକ ବ୍ୟବସାୟର ଚାହିଦା କିପରି ରହିଛି?
ଗ୍ରାମୀଣ ଅଞ୍ଚଳରେ କୋଭିଡ୍‌ର ଗତ ଲହରଠାରୁ ବ୍ୟବସାୟରେ ସୁଧାର ଆସିଛି। ପ୍ରାୟ ମଲ୍ଟି ବ୍ରାଣ୍ଡ ଆଉଟ୍‌ଲେଟରେ ଚାହିଦା ପରିଲକ୍ଷିତ ହୋଇଛି। ଏପରି କି ବିବାହ ଓ ଋତୁକାଳୀନ ଚାହିଦା ମଧ୍ୟ ବୃଦ୍ଧି ପାଉଛି।
ବଢୁଥିବା ମଲ୍‌ ସଂଖ୍ୟା ଏହି ବ୍ୟବସାୟରେ କିଛି ପ୍ରଭାବ ପକାଇବ କି?
ମଲ୍‌ ହେବା ଦ୍ୱାରା ଛୋଟ ବ୍ୟବସାୟୀଙ୍କ ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡିବ। ବ୍ୟବସାୟ ମାତ୍ର କେତେ ଜଣଙ୍କ ହାତରେ ରହିବ ଏବଂ ଏହା ମନମୁଖି ହୋଇଯିବା ଆଶଙ୍କା ରହିଛି। ଖାଉଟିମାନେ ମଧ୍ୟ ଆର୍ଥତ୍କ ସ୍ତରରେ ପ୍ରଭାବିତ ହେବେ। ମଲ୍‌ ସ୍ଥାପନ ପୂର୍ବରୁ ପରିବେଶ ଓ ପାରିପାର୍ଶ୍ୱିକ ସ୍ଥିତି ପ୍ରତି ଯଥେଷ୍ଟ ଧ୍ୟାନଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri