ଗଣତନ୍ତ୍ରରେ ବହୁବାଦୀ ତତ୍ତ୍ୱ

ମୋହନ ଚରଣ ବିଷି

ଆଜିର ଗଣତନ୍ତ୍ର ଉପରେ ଗଣଙ୍କର ଆସ୍ଥା କମିବାରେ ଲାଗିଛି। ଗଣତନ୍ତ୍ର ଶାସନ କିଛି ଗୋଷ୍ଠୀ ମଧ୍ୟରେ ସୀମିତ ହେବାରେ ଲାଗିଛି। ଗଣତନ୍ତ୍ରର ରକ୍ଷକ କହୁଥିବା କିଛି ସ୍ବାର୍ଥପର ଗୋଷ୍ଠୀ ନିଜ ହିସାବରେ ଶାସନ ପରିଚାଳନା କରିବା ପାଇଁ ଚେଷ୍ଟିତ। ରାଜନୈତିକ ଦଳରେ ନିଜର ପତିଆରା ଥିବାଯାଏ ବା ପଦପଦବୀରେ ମଣ୍ଡିତ ଥିଲେ ଦଳ ନିଜର। ଦଳ ମଧ୍ୟରେ ଯଦି ଅସମ୍ମାନ ଅବା ଇଚ୍ଛା ମୁତାବକ କିଛି ପ୍ରାପ୍ତି ହୋଇ ନ ପାରିଲେ, ନିର୍ବାଚନ ସମୟରେ ଟିକଟ୍‌ ନ ମିଳିଲେ ସାଙ୍ଗେ ସାଙ୍ଗେ ଦଳବଦଳ କରୁଛନ୍ତି। ଗୋଟିଏ ନିର୍ଦ୍ଦିିଷ୍ଟ ଦଳର ନୀତି ଆଦର୍ଶରେ ସନ୍ତୁଷ୍ଟ ନ ହୋଇ ଗୋଟିଏ ଦଳରେ ଥାଇ କ୍ଷମତା ଓ ବରିଷ୍ଠତା ଆଶାରେ ଅନ୍ୟଦଳ ସହ ଭିତିରି ସମ୍ପର୍କ ନୂଆକଥା ନୁହଁ। ଏପରି ଅନେକ ମତ ଓ ପଥ ଶାସନତନ୍ତ୍ରରେ ଅସ୍ଥିରତା ସୃଷ୍ଟି କରିଥାଏ। ଗଣତାନ୍ତ୍ରିକ ଏକ ବ୍ୟବସ୍ଥା, ଯେଉଁଠି ପ୍ରତ୍ୟେକ ନାଗରିକର ଅଂଶ ଥାଏ। ସାଧାରଣ ନାଗରିକ ଭୋଟଦାନର ଅଧିକାର ପାଇ ଯଥେଷ୍ଟ ମଣିଥାଏ। ତା’ର ଖଣ୍ଡିଏ ଭୋଟ ପ୍ରାର୍ଥୀର ଭାଗ୍ୟ ନିର୍ଦ୍ଧାରଣ କରିଥାଏ, ସେ ସେତେ ଅନୁଭବୀ ପାରେ ନାହିଁ। ସାଧାରଣ ନାଗରିକକୁ ସେଥିପାଇଁ ପ୍ରଭାବିତ କରିବାକୁ ଅନେକ ବିକଳ୍ପ ଅବଲମ୍ବନ କରାଯାଏ।
ରାଜନେତାମାନେ ଗୋଟିଏ ଦଳ, ସଂସ୍ଥା, ସଂଗଠନରେ ସଂପୃକ୍ତ ନ ହୋଇ ଅନେକ ସଂସ୍ଥା ଓ ସଂଗଠନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ରହିଥାନ୍ତି। ବହୁବାଦୀ ତତ୍ତ୍ୱରେ ବିଶ୍ୱାସ ରଖୁଥିବା ଜନନେତା ନାଗରିକମାନଙ୍କ ବହୁମୁଖୀ ଉନ୍ନତି କରିବାରେ ବିଫଳ ହୋଇଥାନ୍ତି। ବହୁବାଦୀ ଏକ ପରିବର୍ତ୍ତେ ଅନେକ ମତ ଉପରେ ଗୁରୁତ୍ୱ ଦିଅନ୍ତି। ରାଷ୍ଟ୍ରର ସର୍ବୋଚ୍ଚ କ୍ଷମତାକୁ ଅସ୍ବୀକାର କରି ରାଷ୍ଟ୍ର ଓ ଅନ୍ୟସଂଘ ସମସ୍ତେ ସମାଜର ସାମୂହିକ କ୍ଷମତାରେ ଅଂଶୀଦାର ବୋଲି ବହୁବାଦୀମାନେ ମତବ୍ୟକ୍ତ କରନ୍ତି। ସମାଜରେ ବିଭିନ୍ନ ପ୍ରକାର ସଂଘ ରହିଛି। କେତେକ ସଂଘ ଅଳ୍ପ ସ୍ଥାୟୀ ଓ ଅନ୍ୟ କିଛି ସଂଘ ଦୀର୍ଘସ୍ଥାୟୀ। ପ୍ରତ୍ୟେକ ସଂଘ ବ୍ୟକ୍ତିର ବ୍ୟକ୍ତିତ୍ୱ ବିକାଶରେ ସାହାଯ୍ୟ କରିଥାଏ। ଅନେକ ସମୟରେ ସଂଘରେ ଥିବା ଶକ୍ତିଶାଳୀ ଗୋଷ୍ଠୀ ନିଜ ସ୍ବାର୍ଥ ଓ ହିତକୁ ସାମୂହିକ ମନେକରି ଅନ୍ୟ ଉପରେ ଲଦି ଦିଅନ୍ତି। ଫଳରେ ବ୍ୟକ୍ତିର ଚିନ୍ତା ଓ କାର୍ଯ୍ୟ କରିବାର ସ୍ବାଧୀନତା ଲୋପ ପାଇଥାଏ। ଧୀରେ ଧୀରେ ଗୋଷ୍ଠୀର ଅତ୍ୟାଚାରରେ ପୀଡ଼ିତ ହୋଇଥାଏ। ଯଦି ସଂଘର ଏପରି ମନମୁତାବକ କାର୍ଯ୍ୟରେ ସ୍ବର ଉତ୍ତୋଳନ କରା ନ ଯାଏ ତେବେ ବ୍ୟକ୍ତି ଅସହାୟ ମନେକରେ। ତେଣୁ ତ ସଂଘଗୁଡ଼ିକର ନିୟନ୍ତ୍ରଣର ଆବଶ୍ୟକତା ରହିଛି। ଯେଉଁଠି ଅନେକଙ୍କ ମିଳନ ହୁଏ ସେଠି ସମନ୍ବୟ ଆବଶ୍ୟକ ହୋଇଥାଏ। ସଂଘ ମଧ୍ୟ ବିଭିନ୍ନ ଉଦ୍ଦେଶ୍ୟରେ ଗଠିତ ହୋଇଥିବାରୁ ନିଜ ନିଜ ଦୃଷ୍ଟିରେ ସମାଜର ସମସ୍ୟା ଉପରେ କାର୍ଯ୍ୟ କରିଥାନ୍ତି। ସଂଘ ସଂଘ ମଧ୍ୟରେ ବିଭିନ୍ନତା ଫଳରେ ସହଯୋଗ ହ୍ରାସ ପାଇ ସଂଘର୍ଷ ଉପୁଜିପାରେ। ଏଣୁ ସଂଘ ସମୁଦାୟ ଗଣତାନ୍ତ୍ରିକ ପଦ୍ଧତିରେ ପରିଚାଳିତ ହେବା ବିଧେୟ। ସଂଘ ବ୍ୟବସ୍ଥା ଥିବା ସମାଜରେ ସବୁ କ୍ଷମତା ଦେଶ ହାତରେ ନ ସମର୍ପି ବିକେନ୍ଦ୍ରିତ ହେବା ଉଚିତ ବୋଲି ବହୁବାଦୀମାନେ ମତ ଦିଅନ୍ତି।
ରାଷ୍ଟ୍ର ଯେମିତି ସାଧାରଣ ବିଷୟବସ୍ତୁ ଉପରେ ଆଇନ ତିଆରି କରିଥାଏ ଠିକ୍‌ ସେହିପରି ସଂଘ ମଧ୍ୟ ବୃତ୍ତିଗତ, ଧର୍ମଗତ, ସଂସ୍କୃତି ସମ୍ପର୍କିତ ଆଇନ ତିଆରି କରି ଉପଭୋଗ କରିବାକୁ ବହୁବାଦୀମାନେ ମତପୋଷଣ କରନ୍ତି। ଅନେକ ରାଜନୀତି ବିଜ୍ଞାନୀ ବହୁବାଦୀ ଚିନ୍ତାଧାରାକୁ ଗ୍ରହଣ କରିପାରୁ ନ ଥିଲେ ମଧ୍ୟ ରାଷ୍ଟ୍ରର ଅସୀମ କ୍ଷମତାକୁ ଅଙ୍ଗୀକାର କରନ୍ତି ନାହିଁ। ଏକବିଂଶ ଶତାବ୍ଦୀରେ ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ୱ ସ୍ବୀକୃତ ହେଲେ ମଧ୍ୟ ରାଷ୍ଟ୍ର ଅବାଧ ଓ ନିରଙ୍କୁଶ କେହି ସହଜରେ ଗ୍ରହଣ କରନ୍ତି ନାହିଁ। ନିଜର ସାର୍ବଭୌମ କ୍ଷମତା ବଳରେ ରାଷ୍ଟ୍ର ଆଇନ ପ୍ରଣୟନ କରି ଶାସନର ମଙ୍ଗ ଧରିଥିଲେ ମଧ୍ୟ ନାଗରିକମାନଙ୍କ ନାନାବିଧ ସାମାଜିକ ସମ୍ପର୍କ ପରମ୍ପରା ମାଧ୍ୟମରେ ନିୟନ୍ତ୍ରିତ ହୋଇଥାଏ। କିଛି ନାଗରିକ ବ୍ୟବସ୍ଥାକୁ ବିପନ୍ନ କରି ଗଣତାନ୍ତ୍ରିକ ପଦ୍ଧତିରେ ପରିବର୍ତ୍ତନ କରିବାର ଦୁର୍ବାର ଇଚ୍ଛା ଗଣତନ୍ତ୍ରର ବାସ୍ତବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ। ନାଗରିକ ସବୁବେଳେ ଇଚ୍ଛା କରେ ରାଷ୍ଟ୍ରର କାର୍ଯ୍ୟ ପରିସର ସଂକୁଚିତ ହେଉ। ବ୍ୟକ୍ତିର କ୍ଷମତା ବୃଦ୍ଧି ହେଉ। ଏଠାରୁ ବ୍ୟକ୍ତିବାଦ ତତ୍ତ୍ୱର ଆରମ୍ଭ।
ବ୍ୟକ୍ତିବାଦୀ କ୍ଷମତାକୁ ସଂପ୍ରସାରିତ କରିବା ପାଇଁ ଅନେକ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅନୁଷ୍ଠାନ ସହ ସହବନ୍ଧିତ ହୋଇଥାଏ। ବ୍ୟକ୍ତି ନିଜର ଆଭ୍ୟନ୍ତରୀଣ ଅଭିଳାଷା ଚରିତାର୍ଥ କରିବା ପାଇଁ ସମାଜର ପାରମ୍ପରିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଆଣିଥାଏ; ଯାହା ମାଧ୍ୟମରେ ସାମାଜିକ ବ୍ୟବସ୍ଥା ପ୍ରଭାବିତ ହୋଇଥାଏ। ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ରାଜନୈତିକ ସଙ୍କଟ ସୃଷ୍ଟି କରିଥାଏ। ରାଜନୈତିକ ସଙ୍କଟ ଦେଶରେ ଅସ୍ଥିରତା ସୃଷ୍ଟି କରିଥାଏ। ବେଳେବେଳେ ସମାଜରେ ଅଚଳାବସ୍ଥା ସୃଷ୍ଟି ହୁଏ। ଏହାଦ୍ୱାରା ସାଧାରଣ ନାଗରିକର ଜୀବନ ଜୀବିକା ଦୁଃସହ ହୋଇପଡିଥାଏ। ବହୁବାଦୀ ତତ୍ତ୍ୱରେ ବିଶ୍ୱାସ ରଖୁଥିବା ବ୍ୟକ୍ତି କ୍ଷମତା ହାସଲ କରିଥାଏ କିନ୍ତୁ ଦେଶରେ ସୃଷ୍ଟି ହୁଏ ଆଲୋଡନ। ଦି’ଗୋଟି ଡଙ୍ଗାରେ ପାଦଦେବା ପରି ଅବସ୍ଥା ହେଉଛି ବହୁବାଦୀ ତତ୍ତ୍ୱ। ଆହୁରି ମଧ୍ୟ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ କବ୍‌ଜାରେ ବିଭିନ୍ନ ଅନୁଷ୍ଠାନ କରାୟତ ହୋଇ ରହିଯାଇଥାଏ। ତାଙ୍କ ଇଙ୍ଗିତରେ ଯେମିତି ପରିଚାଳନା ହୁଏ ଅନୁଷ୍ଠାନ। ସମାଜରେ ତା’ର ପତିଆରା ବା ଦବ୍‌ଦବା ରହିଥାଉ ବାକି ସମସ୍ତେ ହାଁ ଜି କରିରହନ୍ତୁ। ଏପରି ଏକ ବହୁବାଦୀ ତତ୍ତ୍ୱ ବର୍ତ୍ତମାନର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଛାଏଁ ଛାଏଁ ହୋଇ ବଢ଼ିବାରେ ଲାଗିଛି। ବହୁବାଦୀ ତତ୍ତ୍ୱ ଏକ କ୍ଷମତାପ୍ରିୟ ବ୍ୟବସ୍ଥା। କ୍ଷମତା ଲାଳସାର ଅହମିକା ଅହଙ୍କାରକୁ ଜନ୍ମ ଦେଉଛି। ଅନ୍ୟର ଉନ୍ନତି ଅସହ୍ୟ ଲାଗୁଛି। ଈର୍ଷା ଓ ହିଂସା ବ୍ୟକ୍ତି ମଧ୍ୟରେ ସାମୂହିକ ଉନ୍ନତି ପାଇଁ ସ୍ପୃହା ନାହିଁ। ଗଣତନ୍ତ୍ର ବ୍ୟବସ୍ଥାର ଅସଲ ଲକ୍ଷ୍ୟ ବହୁବାଦୀମାନଙ୍କ ପାଇଁ ଉଜ୍ଜୀବିତ ହୋଇପାରୁ ନାହିଁ। ସାଂପ୍ରତିକ ସମୟରେ ବହୁବାଦୀ ତତ୍ତ୍ୱ ଗଣତନ୍ତ୍ର ପ୍ରତି ଏକ ବିପଦ ପରି ମାଡିଆସୁଛି। ଏଣୁ ଶାସକ ଓ ଶାସିତ ବେଳରୁ ସାବଧାନ ହେବା ଗଣତନ୍ତ୍ର ପ୍ରତି ଶୁଭଙ୍କର।
ଅଧ୍ୟାପକ, ଗଡରାମାଲ, କୋକସରା, କଳାହାଣ୍ଡି, ମୋ-୯୭୭୭୪୬୮୮୪୧


Enter your email to get our daily news in your inbox.

All Right Reserved By Dharitri.Com

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

ରାମରାଜ୍ୟର ବାସ୍ତବ ଲକ୍ଷ୍ୟ

ଏବେ ‘ସନାତନ ଧର୍ମ’ ବାକ୍ୟାଂଶ ବା ସ୍ଲୋଗାନ ଅତି ସାଧାରଣ ଭାବରେ ବ୍ୟବହାର ହେଉଛି। ଏହାକୁ ଏକ ପ୍ରାଚୀନ ହିନ୍ଦୁ ଜୀବନଶୈଳୀ ରୂପେ ଉପସ୍ଥାପନ କରାଯାଉଛି, ଯାହା…

ଗୋଇନ୍ଦା ବିଫଳତା-ଉତ୍ତରଦାୟୀ କିଏ

ସାରା ରାଜ୍ୟରେ ବଡ଼ ଜୋରସୋରରେ କୁଖ୍ୟାତ ଅପରାଧୀମାନଙ୍କ ଧରପଗଡ଼ ଚାଲିଛି। କେତେଜଣ ଧରାହୋଇ ଜେଲ କୋଠରିକୁ ଫେରୁଛନ୍ତି ତ ପୁଣି କେତେକେ ପୋଲିସ ଆଖିରେ ଧୂଳିଦେଇ ଫେରାର…

୯ କିଲୋମିଟରର ଅକୁହା କାହାଣୀ

ପ୍ରଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ଆସ କୃତଜ୍ଞ ହେବା

ଗଭୀର ନଦୀ ଧୀରେ ବହେ। ଗମ୍ଭୀର ବ୍ୟକ୍ତି ଧୀରେ କହେ। ଭଲ ମଣିଷ କୃତଜ୍ଞ ରହେ। କେହି ଜଣେ ବିଦ୍ୱାନ ଏକଦା କହିଥିଲେ- କୃତଜ୍ଞତା ହେଉଛି ମଣିଷର…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଯଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ନୂଆ ସ୍ରୋତରେ ଆନ୍ନାମଲାଇ

DHARତାମିଲନାଡ଼ୁରେ ଗତ ବିଧାନସଭା ନିର୍ବାଚନ ଫଳାଫଳ କେବଳ ସେହି ରାଜ୍ୟ ନୁହେଁ, ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପାରମ୍ପରିକ ଦ୍ରାବିଡୀୟ ପାର୍ଟି ଓ ଜାତୀୟ ଦଳ…

ଏଇ ଭାରତରେ

ରାଜସ୍ଥାନ ଥର ମରୁଭୂମି ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ପରଦା ପ୍ରଥାର ପ୍ରଭାବ ଅଛି। ମହିଳାମାନେ ସମ୍ପୂର୍ଣ୍ଣ ଶିକ୍ଷା ସ୍ବାଧୀନତା ପାଇପାରିନାହାନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଜୟସାଲମେରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri