ଗଣତନ୍ତ୍ରରେ ବହୁବାଦୀ ତତ୍ତ୍ୱ

ମୋହନ ଚରଣ ବିଷି

ଆଜିର ଗଣତନ୍ତ୍ର ଉପରେ ଗଣଙ୍କର ଆସ୍ଥା କମିବାରେ ଲାଗିଛି। ଗଣତନ୍ତ୍ର ଶାସନ କିଛି ଗୋଷ୍ଠୀ ମଧ୍ୟରେ ସୀମିତ ହେବାରେ ଲାଗିଛି। ଗଣତନ୍ତ୍ରର ରକ୍ଷକ କହୁଥିବା କିଛି ସ୍ବାର୍ଥପର ଗୋଷ୍ଠୀ ନିଜ ହିସାବରେ ଶାସନ ପରିଚାଳନା କରିବା ପାଇଁ ଚେଷ୍ଟିତ। ରାଜନୈତିକ ଦଳରେ ନିଜର ପତିଆରା ଥିବାଯାଏ ବା ପଦପଦବୀରେ ମଣ୍ଡିତ ଥିଲେ ଦଳ ନିଜର। ଦଳ ମଧ୍ୟରେ ଯଦି ଅସମ୍ମାନ ଅବା ଇଚ୍ଛା ମୁତାବକ କିଛି ପ୍ରାପ୍ତି ହୋଇ ନ ପାରିଲେ, ନିର୍ବାଚନ ସମୟରେ ଟିକଟ୍‌ ନ ମିଳିଲେ ସାଙ୍ଗେ ସାଙ୍ଗେ ଦଳବଦଳ କରୁଛନ୍ତି। ଗୋଟିଏ ନିର୍ଦ୍ଦିିଷ୍ଟ ଦଳର ନୀତି ଆଦର୍ଶରେ ସନ୍ତୁଷ୍ଟ ନ ହୋଇ ଗୋଟିଏ ଦଳରେ ଥାଇ କ୍ଷମତା ଓ ବରିଷ୍ଠତା ଆଶାରେ ଅନ୍ୟଦଳ ସହ ଭିତିରି ସମ୍ପର୍କ ନୂଆକଥା ନୁହଁ। ଏପରି ଅନେକ ମତ ଓ ପଥ ଶାସନତନ୍ତ୍ରରେ ଅସ୍ଥିରତା ସୃଷ୍ଟି କରିଥାଏ। ଗଣତାନ୍ତ୍ରିକ ଏକ ବ୍ୟବସ୍ଥା, ଯେଉଁଠି ପ୍ରତ୍ୟେକ ନାଗରିକର ଅଂଶ ଥାଏ। ସାଧାରଣ ନାଗରିକ ଭୋଟଦାନର ଅଧିକାର ପାଇ ଯଥେଷ୍ଟ ମଣିଥାଏ। ତା’ର ଖଣ୍ଡିଏ ଭୋଟ ପ୍ରାର୍ଥୀର ଭାଗ୍ୟ ନିର୍ଦ୍ଧାରଣ କରିଥାଏ, ସେ ସେତେ ଅନୁଭବୀ ପାରେ ନାହିଁ। ସାଧାରଣ ନାଗରିକକୁ ସେଥିପାଇଁ ପ୍ରଭାବିତ କରିବାକୁ ଅନେକ ବିକଳ୍ପ ଅବଲମ୍ବନ କରାଯାଏ।
ରାଜନେତାମାନେ ଗୋଟିଏ ଦଳ, ସଂସ୍ଥା, ସଂଗଠନରେ ସଂପୃକ୍ତ ନ ହୋଇ ଅନେକ ସଂସ୍ଥା ଓ ସଂଗଠନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ରହିଥାନ୍ତି। ବହୁବାଦୀ ତତ୍ତ୍ୱରେ ବିଶ୍ୱାସ ରଖୁଥିବା ଜନନେତା ନାଗରିକମାନଙ୍କ ବହୁମୁଖୀ ଉନ୍ନତି କରିବାରେ ବିଫଳ ହୋଇଥାନ୍ତି। ବହୁବାଦୀ ଏକ ପରିବର୍ତ୍ତେ ଅନେକ ମତ ଉପରେ ଗୁରୁତ୍ୱ ଦିଅନ୍ତି। ରାଷ୍ଟ୍ରର ସର୍ବୋଚ୍ଚ କ୍ଷମତାକୁ ଅସ୍ବୀକାର କରି ରାଷ୍ଟ୍ର ଓ ଅନ୍ୟସଂଘ ସମସ୍ତେ ସମାଜର ସାମୂହିକ କ୍ଷମତାରେ ଅଂଶୀଦାର ବୋଲି ବହୁବାଦୀମାନେ ମତବ୍ୟକ୍ତ କରନ୍ତି। ସମାଜରେ ବିଭିନ୍ନ ପ୍ରକାର ସଂଘ ରହିଛି। କେତେକ ସଂଘ ଅଳ୍ପ ସ୍ଥାୟୀ ଓ ଅନ୍ୟ କିଛି ସଂଘ ଦୀର୍ଘସ୍ଥାୟୀ। ପ୍ରତ୍ୟେକ ସଂଘ ବ୍ୟକ୍ତିର ବ୍ୟକ୍ତିତ୍ୱ ବିକାଶରେ ସାହାଯ୍ୟ କରିଥାଏ। ଅନେକ ସମୟରେ ସଂଘରେ ଥିବା ଶକ୍ତିଶାଳୀ ଗୋଷ୍ଠୀ ନିଜ ସ୍ବାର୍ଥ ଓ ହିତକୁ ସାମୂହିକ ମନେକରି ଅନ୍ୟ ଉପରେ ଲଦି ଦିଅନ୍ତି। ଫଳରେ ବ୍ୟକ୍ତିର ଚିନ୍ତା ଓ କାର୍ଯ୍ୟ କରିବାର ସ୍ବାଧୀନତା ଲୋପ ପାଇଥାଏ। ଧୀରେ ଧୀରେ ଗୋଷ୍ଠୀର ଅତ୍ୟାଚାରରେ ପୀଡ଼ିତ ହୋଇଥାଏ। ଯଦି ସଂଘର ଏପରି ମନମୁତାବକ କାର୍ଯ୍ୟରେ ସ୍ବର ଉତ୍ତୋଳନ କରା ନ ଯାଏ ତେବେ ବ୍ୟକ୍ତି ଅସହାୟ ମନେକରେ। ତେଣୁ ତ ସଂଘଗୁଡ଼ିକର ନିୟନ୍ତ୍ରଣର ଆବଶ୍ୟକତା ରହିଛି। ଯେଉଁଠି ଅନେକଙ୍କ ମିଳନ ହୁଏ ସେଠି ସମନ୍ବୟ ଆବଶ୍ୟକ ହୋଇଥାଏ। ସଂଘ ମଧ୍ୟ ବିଭିନ୍ନ ଉଦ୍ଦେଶ୍ୟରେ ଗଠିତ ହୋଇଥିବାରୁ ନିଜ ନିଜ ଦୃଷ୍ଟିରେ ସମାଜର ସମସ୍ୟା ଉପରେ କାର୍ଯ୍ୟ କରିଥାନ୍ତି। ସଂଘ ସଂଘ ମଧ୍ୟରେ ବିଭିନ୍ନତା ଫଳରେ ସହଯୋଗ ହ୍ରାସ ପାଇ ସଂଘର୍ଷ ଉପୁଜିପାରେ। ଏଣୁ ସଂଘ ସମୁଦାୟ ଗଣତାନ୍ତ୍ରିକ ପଦ୍ଧତିରେ ପରିଚାଳିତ ହେବା ବିଧେୟ। ସଂଘ ବ୍ୟବସ୍ଥା ଥିବା ସମାଜରେ ସବୁ କ୍ଷମତା ଦେଶ ହାତରେ ନ ସମର୍ପି ବିକେନ୍ଦ୍ରିତ ହେବା ଉଚିତ ବୋଲି ବହୁବାଦୀମାନେ ମତ ଦିଅନ୍ତି।
ରାଷ୍ଟ୍ର ଯେମିତି ସାଧାରଣ ବିଷୟବସ୍ତୁ ଉପରେ ଆଇନ ତିଆରି କରିଥାଏ ଠିକ୍‌ ସେହିପରି ସଂଘ ମଧ୍ୟ ବୃତ୍ତିଗତ, ଧର୍ମଗତ, ସଂସ୍କୃତି ସମ୍ପର୍କିତ ଆଇନ ତିଆରି କରି ଉପଭୋଗ କରିବାକୁ ବହୁବାଦୀମାନେ ମତପୋଷଣ କରନ୍ତି। ଅନେକ ରାଜନୀତି ବିଜ୍ଞାନୀ ବହୁବାଦୀ ଚିନ୍ତାଧାରାକୁ ଗ୍ରହଣ କରିପାରୁ ନ ଥିଲେ ମଧ୍ୟ ରାଷ୍ଟ୍ରର ଅସୀମ କ୍ଷମତାକୁ ଅଙ୍ଗୀକାର କରନ୍ତି ନାହିଁ। ଏକବିଂଶ ଶତାବ୍ଦୀରେ ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ୱ ସ୍ବୀକୃତ ହେଲେ ମଧ୍ୟ ରାଷ୍ଟ୍ର ଅବାଧ ଓ ନିରଙ୍କୁଶ କେହି ସହଜରେ ଗ୍ରହଣ କରନ୍ତି ନାହିଁ। ନିଜର ସାର୍ବଭୌମ କ୍ଷମତା ବଳରେ ରାଷ୍ଟ୍ର ଆଇନ ପ୍ରଣୟନ କରି ଶାସନର ମଙ୍ଗ ଧରିଥିଲେ ମଧ୍ୟ ନାଗରିକମାନଙ୍କ ନାନାବିଧ ସାମାଜିକ ସମ୍ପର୍କ ପରମ୍ପରା ମାଧ୍ୟମରେ ନିୟନ୍ତ୍ରିତ ହୋଇଥାଏ। କିଛି ନାଗରିକ ବ୍ୟବସ୍ଥାକୁ ବିପନ୍ନ କରି ଗଣତାନ୍ତ୍ରିକ ପଦ୍ଧତିରେ ପରିବର୍ତ୍ତନ କରିବାର ଦୁର୍ବାର ଇଚ୍ଛା ଗଣତନ୍ତ୍ରର ବାସ୍ତବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ। ନାଗରିକ ସବୁବେଳେ ଇଚ୍ଛା କରେ ରାଷ୍ଟ୍ରର କାର୍ଯ୍ୟ ପରିସର ସଂକୁଚିତ ହେଉ। ବ୍ୟକ୍ତିର କ୍ଷମତା ବୃଦ୍ଧି ହେଉ। ଏଠାରୁ ବ୍ୟକ୍ତିବାଦ ତତ୍ତ୍ୱର ଆରମ୍ଭ।
ବ୍ୟକ୍ତିବାଦୀ କ୍ଷମତାକୁ ସଂପ୍ରସାରିତ କରିବା ପାଇଁ ଅନେକ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅନୁଷ୍ଠାନ ସହ ସହବନ୍ଧିତ ହୋଇଥାଏ। ବ୍ୟକ୍ତି ନିଜର ଆଭ୍ୟନ୍ତରୀଣ ଅଭିଳାଷା ଚରିତାର୍ଥ କରିବା ପାଇଁ ସମାଜର ପାରମ୍ପରିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଆଣିଥାଏ; ଯାହା ମାଧ୍ୟମରେ ସାମାଜିକ ବ୍ୟବସ୍ଥା ପ୍ରଭାବିତ ହୋଇଥାଏ। ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ରାଜନୈତିକ ସଙ୍କଟ ସୃଷ୍ଟି କରିଥାଏ। ରାଜନୈତିକ ସଙ୍କଟ ଦେଶରେ ଅସ୍ଥିରତା ସୃଷ୍ଟି କରିଥାଏ। ବେଳେବେଳେ ସମାଜରେ ଅଚଳାବସ୍ଥା ସୃଷ୍ଟି ହୁଏ। ଏହାଦ୍ୱାରା ସାଧାରଣ ନାଗରିକର ଜୀବନ ଜୀବିକା ଦୁଃସହ ହୋଇପଡିଥାଏ। ବହୁବାଦୀ ତତ୍ତ୍ୱରେ ବିଶ୍ୱାସ ରଖୁଥିବା ବ୍ୟକ୍ତି କ୍ଷମତା ହାସଲ କରିଥାଏ କିନ୍ତୁ ଦେଶରେ ସୃଷ୍ଟି ହୁଏ ଆଲୋଡନ। ଦି’ଗୋଟି ଡଙ୍ଗାରେ ପାଦଦେବା ପରି ଅବସ୍ଥା ହେଉଛି ବହୁବାଦୀ ତତ୍ତ୍ୱ। ଆହୁରି ମଧ୍ୟ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ କବ୍‌ଜାରେ ବିଭିନ୍ନ ଅନୁଷ୍ଠାନ କରାୟତ ହୋଇ ରହିଯାଇଥାଏ। ତାଙ୍କ ଇଙ୍ଗିତରେ ଯେମିତି ପରିଚାଳନା ହୁଏ ଅନୁଷ୍ଠାନ। ସମାଜରେ ତା’ର ପତିଆରା ବା ଦବ୍‌ଦବା ରହିଥାଉ ବାକି ସମସ୍ତେ ହାଁ ଜି କରିରହନ୍ତୁ। ଏପରି ଏକ ବହୁବାଦୀ ତତ୍ତ୍ୱ ବର୍ତ୍ତମାନର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଛାଏଁ ଛାଏଁ ହୋଇ ବଢ଼ିବାରେ ଲାଗିଛି। ବହୁବାଦୀ ତତ୍ତ୍ୱ ଏକ କ୍ଷମତାପ୍ରିୟ ବ୍ୟବସ୍ଥା। କ୍ଷମତା ଲାଳସାର ଅହମିକା ଅହଙ୍କାରକୁ ଜନ୍ମ ଦେଉଛି। ଅନ୍ୟର ଉନ୍ନତି ଅସହ୍ୟ ଲାଗୁଛି। ଈର୍ଷା ଓ ହିଂସା ବ୍ୟକ୍ତି ମଧ୍ୟରେ ସାମୂହିକ ଉନ୍ନତି ପାଇଁ ସ୍ପୃହା ନାହିଁ। ଗଣତନ୍ତ୍ର ବ୍ୟବସ୍ଥାର ଅସଲ ଲକ୍ଷ୍ୟ ବହୁବାଦୀମାନଙ୍କ ପାଇଁ ଉଜ୍ଜୀବିତ ହୋଇପାରୁ ନାହିଁ। ସାଂପ୍ରତିକ ସମୟରେ ବହୁବାଦୀ ତତ୍ତ୍ୱ ଗଣତନ୍ତ୍ର ପ୍ରତି ଏକ ବିପଦ ପରି ମାଡିଆସୁଛି। ଏଣୁ ଶାସକ ଓ ଶାସିତ ବେଳରୁ ସାବଧାନ ହେବା ଗଣତନ୍ତ୍ର ପ୍ରତି ଶୁଭଙ୍କର।
ଅଧ୍ୟାପକ, ଗଡରାମାଲ, କୋକସରା, କଳାହାଣ୍ଡି, ମୋ-୯୭୭୭୪୬୮୮୪୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?