୭୫୦୦ତମ ଜନଔଷଧି କେନ୍ଦ୍ର ଶୁଭାରମ୍ଭ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦେବା ଲକ୍ଷ୍ୟରେ ଜନଔଷଧୀ କେନ୍ଦ୍ରର ସ୍ଥାପନ କରାଯାଇଥିଲା। ପ୍ରତିବର୍ଷ ମାର୍ଚ୍ଚ ୧ରୁ ୭ ସାରା ଦେଶରେ ଜନଔଷଧୀ ସପ୍ତାହ ପାଳନ କରାଯାଉଛି। ରବିବାର ସିଲଙ୍ଗ ସ୍ଥିତ ନର୍ଥ ଇଷ୍ଟର୍ଣ୍ଣ ଇନ୍ଧିରାଗାନ୍ଧୀ ରିଓଜନାଲ ଇନଷ୍ଟିଚ୍ୟୁଟି ଅଫ ହେଲଥ ଆଣ୍ଡ ମେଡିକାଲ ସାଇନ୍ସ (ଏନଇଆଇଜିଆରଆଇଏଚ୍‌ଏମ୍‌ଏସ୍‌) ପରିସରରେ ୭୫୦୦ତମ ଜନ ଔଷଧି କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ଏହି ଅବସରରେ ଏକ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଭାରତର ଫାର୍ମାସୀ କରୋନା ଟିକା ପ୍ରସ୍ତୁତ କରି ସାରା ବିଶ୍ୱକୁ ଚମକାଇ ଦେଇଛି। ମେକ୍‌ ଇଣ୍ଡିଆ ଭ୍ୟାକସିନ ଦେଶର ଲୋକମାନଙ୍କ ସହ ଅନ୍ୟ ଦେଶର ଲୋକମାନଙ୍କୁ ବି କରୋନା ଭଳି ମହାମାରୀରୁ ରକ୍ଷା କରୁଛି। ଏହା ସହ ବିଶ୍ୱର ଅନ୍ୟଦେଶ ମାନେ ପ୍ରସ୍ତୁତ କରିଥିବା ଟିକା ଠାରୁ ଭାରତୀୟ ଟିକା ବହୁତ୍ କମ୍‌ ଦାମରେ ଯୋଗାଇ ଦିଆଯାଉଥିବା ସେ କହିଛନ୍ତି। ସାଧାରଣ ଲୋକେ ଯେଭଳି ଔଷଧ କିଣିବା ସମୟରେ କୌଣସି ଅସୁବିଧାରେ ନ ପଡନ୍ତି ସେଥିପାଇଁ ସରକାର ଏହି ଯୋଜନା କରିଛନ୍ତି। ଏହା ସହ ଏହି ଯୋଜନାରେ ଲୋକମାନଙ୍କୁ ସେବା ଯୋଗାଇ ଦେଉଥିବା କର୍ମଚାରୀ ମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି। ସେ ପୁଣି କହିଛନ୍ତି,ସାରା ଦେଶର ଲୋକେ ମୋ ପରିବାର। ତେଣୁ ମୋ ପରିବାରର କେହି ଲୋକ ରୋଗରେ ପଡିବା ମୋ ପରିବାରର ଲୋକେ ରୋଗରେ ପଡିବା ସହ ସମାନ। ତେଣୁ ଅପାଣମାନଙ୍କୁ କିଭଳି ଶସ୍ତାରେ ଚିକିତ୍ସା ସୁବିଧା ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ସେ ଉପରେ ସରକାର ଧ୍ୟାନ ଦେଉଛନ୍ତି। ଏହି ଅବସରରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ସଦାନନ୍ଦ ଗୌଡା ମଧ୍ୟ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri