ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ବହୁ କୋଟିର ସମ୍ପତ୍ତି

କେନ୍ଦ୍ରାପଡ଼ା,(ଜଗନ୍ନାଥ ଧଳ)/ ଭୁବନେଶ୍ୱର,୧୭ା୮(ସତ୍ୟଜିତ୍‌ ରାଉତ): କେନ୍ଦ୍ରାପଡା ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ (ଏସିଏସ୍‌ଓ) ପ୍ରଦୀପ କୁମାର ମହାପାତ୍ର ଶୁକ୍ରବାର ଭିଜିଲାନ୍ସ ଜାଲରେ ଫସିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ପ୍ରଦୀପଙ୍କ ଘର ସମେତ ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡ଼ାର ୫ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଯାଞ୍ଚବେଳେ ପ୍ରଦୀପଙ୍କ ଘରୁ ବିପୁଳ ଟଙ୍କା, ସୁନା, ହୀରା ଆଦି ମିଳିଥିବାବେଳେ ୨.୮୬ କୋଟି ଟଙ୍କାର ଜମାରାଶି, ଏକାଧିକ କୋଠା ଓ ପ୍ଲଟ୍‌ ସମେତ ବହୁ କୋଟିର ସମ୍ପତ୍ତି ଠାବ ହୋଇଛି। ଯାଞ୍ଚ ହେଉଥିବା ସ୍ଥାନ ମଧ୍ୟରେ କଟକ ଜିଲା ନୂଆପଡ଼ାସ୍ଥିତ ପୈତୃକ ଘର, କଲ୍ୟାଣୀନଗରସ୍ଥିତ ଜଣେ ସମ୍ପର୍କୀୟଙ୍କ ଘର ଏବଂ କେନ୍ଦ୍ରାପଡ଼ା ଯୋଗାଣ ଅଧିକାରୀଙ୍କ ଅଫିସସ୍ଥିତ ଚାମ୍ବର ଆଦି ରହିଛି। କଟକ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଆରମ୍ଭ ହୋଇଥିବା ଏହି ଯାଞ୍ଚରେ ଭିଜିଲାନ୍ସର ୪ଜଣ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଡ୍‌ କମାଣ୍ଡାଣ୍ଟ୍‌, ୫ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି।
ସୋମବାର ସନ୍ଧ୍ୟା ସୁଦ୍ଧା ଭିଜିଲାନ୍ସ ଦେଇଥିବା ରିପୋର୍ଟ ଅନୁଯାୟୀ, ପ୍ରଦୀପଙ୍କଠୁ ଠାବ ହୋଇଥିବା ୨ କୋଟି ୮୬ ଲକ୍ଷ ୯ ହଜାର ୫୬୯ ଟଙ୍କା ଜମାରାଶି ମଧ୍ୟରେ ରହିଛି ପୋଷ୍ଟାଲ ଡିପୋଜିଟ୍‌ ୧ ଲକ୍ଷ ୩୪ ହଜାର ୫୦୫ ଟଙ୍କା, ବ୍ୟାଙ୍କ ଡିପୋଜିଟ୍‌ ୬୯ ଲକ୍ଷ ୯ ହଜାର ୬୯ ଟଙ୍କା ଓ ମ୍ୟୁଚୁଆଲ୍‌ ଫଣ୍ଡରେ ୮୩ ଲକ୍ଷ ଟଙ୍କା। ସେହିପରି ପ୍ରଦୀପଙ୍କ ଭୁବନେଶ୍ୱର ଲିଙ୍ଗିପୁରସ୍ଥିତ ୫,୬୦୦ ବର୍ଗଫୁଟରେ ଥିବା ଦୁଇ ମହଲା କୋଠା, କଟକ କଲ୍ୟାଣୀନଗରସ୍ଥିତ ଏକ କୋଠା ଓ ଭୁବନେଶ୍ୱର ଏବଂ କଟକର ମୁଖ୍ୟ ଅଞ୍ଚଳରେ ୨ଟି ପ୍ଲଟ୍‌ ଠାବ ହୋଇଛି। ପ୍ଲଟ୍‌ ଓ କୋଠାର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଓ୍ବିଙ୍ଗ୍‌ ପ୍ରୟାସ ଜାରି ରଖିଛି। ଏଥିସହ ତାଙ୍କ ଘରୁ ନଗଦ ୧ ଲକ୍ଷ ୨୧ ହଜାର ୫୦୦ ଟଙ୍କା, ୪ ସୁନା ବିସ୍କୁଟ୍‌ ଓ ଗୋଟିଏ ହୀରା ନେକଲେସ୍‌ ସମେତ ୮୫୦ ଗ୍ରାମର ସୁନା ଅଳଙ୍କାର ଏବଂ ଗୋଟିଏ କାର୍‌ (ମାରୁତି ସୁଇଫ୍‌ଟ) ଓ ୨ଟି ଦୁଇ ଚକିଆ ଯାନ ମିଳିଛି। ଭିଜିଲାନ୍ସ ଟିମ୍‌ ପ୍ରଦୀପଙ୍କୁ ତାଙ୍କ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରୁଛି। ଯାଞ୍ଚ ସରିବା ପରେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ (ସିଏସ୍‌ଓ) ଶ୍ରୀନିବାସ ସାହୁ କହିଛନ୍ତି, ଏସିଏସ୍‌ଓ ପ୍ରଦୀପଙ୍କ ବିରୋଧରେ କୌଣସି ଅଭିଯୋଗ ଥିବା ସେ ଜାଣିନାହାନ୍ତି। ପ୍ରତ୍ୟେକ ଦିନ କାର୍ଯ୍ୟାଳୟରେ ଏସିଏସ୍‌ଓ ପ୍ରଦୀପ ପହଞ୍ଚନ୍ତି ବୋଲି ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?