Posted inଜାତୀୟ

ନିର୍ବାଚନ ନ ଲଢ଼ି ବିଧାୟକ ହୋଇଯାଇଥିଲେ ମୁଲାୟମ; ଜାଣନ୍ତୁ ତାଙ୍କ ରାଜନୀତିର କିଛି ରୋଚକ କଥା…

ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଚାଲିଛି। ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ରବିବାର ଅର୍ଥାତ ଫେବୃୟାରୀ ୨୦ରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଚଳିତ ଥର ୟୁପି ନିର୍ବାଚନରେ କେବଳ ଦୁଇଟି ଦଳ ମଧ୍ୟରେ ପ୍ରତିନ୍ଦ୍ୱନ୍ଦିତା ହେଉଥିବା କୁହାଯାଉଛି। ସେଥିରୁ ଗୋଟିଏ ହେଉଛି ଶାସକ ଭାଜପା, ଅନ୍ୟଟି ସମାଜବାଦୀ ପାର୍ଟି। ମୈନପୁରୀର କରହଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ସମାଜବାଦୀ ପାର୍ଟୀର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ନିର୍ବାଚନ ଲଢ଼ୁଛନ୍ତି। ସେହିଭଳି ତାଙ୍କ ଦାଦା ଶିବପାଲ ଯାଦବ ଜସଓ୍ବନ୍ତ ନଗର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତାକାଲି ଏହି ଦୁଇଟି ସ୍ଥାନରେ ନିର୍ବାଚନ ହେବ।

କହିରଖୁଛୁ ଯେ, ଜସଓ୍ବନ୍ତ ନଗର ହେଉଛି ସେହି ନିର୍ବାଚନମଣ୍ଡଳୀ ଯେଉଁଠାରୁ ସମାଜବାଦୀ ପାର୍ଟୀ ପୃଷ୍ଠପୋଷକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ପ୍ରଥମ ଥର ନିର୍ବାଚନ ଲଢ଼ିଥିଲେ। ପରେ ସେ ଏଠାରୁ ଅନେକ ଥର ବିଧାୟକ ହୋଇଥିଲେ। ସେବେଠାରୁ ଏହି ନିର୍ବାଚନମଣ୍ଡଳୀ ଯାଦବ ପରିବାରର ପାରମ୍ପରିକ ଆସନ ଭାବେ ପରିଗଣିତ ହୋଇଆସୁଛି। ହେଲେ ଏକ ସମୟ ଏପରି ଥିଲା ଯେତେବେଳେ ମୁଲାୟମ ନିର୍ବାଚନରେ ନ ଲଢ଼ି ବିଧାୟକ ହୋଇଥିଲେ।

ମୁଲାୟମ କଲେଜରେ ପଢ଼ୁଥିବା ବେଳେ ବନ୍ଧୁମାନେ ତାଙ୍କୁ ବିଧାୟକ(ଏମ୍‌ଏଲ୍‌ଏ) ବୋଲି ଡାକୁଥିଲେ। ସ୍ନେହରେ ଯାହାକୁ ସେମାନେ ବିଧାୟକ ବୋଲି ଡାକୁଛନ୍ତି, ସେ ବାସ୍ତବରେ ମୁଖ୍ୟମନ୍ତ୍ରୀ ହେବେ ବୋଲି କେହି ଭାବି ନ ଥିଲେ। କଲେଜରେ ପଢ଼ୁଥିବା ବଳେ ମୁଲାୟମ ସମାଜବାଦୀ ପାର୍ଟିର ଆଦର୍ଶ ଦ୍ୱାରା ଅନୁପ୍ରାଣୀତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ। ସେ ଛାତ୍ରସଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସଭାପତି ପାଲଟିଥିଲେ। ଏହି ସମୟରେ ହିଁ ସେ ରାମ ମନୋହର ଲୋହିଆ, ନାଥୁ ସିଂ ଏବଂ କମାଣ୍ଡର ଅର୍ଜୁନ ସିଂହ ଭଦୌରିଆଙ୍କ ଭଳି ବଡ଼ ନେତାଙ୍କ ପ୍ରିୟପାତ୍ର ହୋଇଥିଲେ।

ଛାତ୍ର ରାଜନୀତି ସହ ଜଡ଼ିତ ହେବା ସମୟରେ ସେ ଅନେକ ଆନ୍ଦେଳନର ମୁଖ୍ୟ ପୁରୋଧା ସାଜିଥିଲେ। ସେବେଠାରୁ ଆରମ୍ଭ ହୋଇଥିବା ରାଜନୀତି ପ୍ରକ୍ରିୟା ବନ୍ଦ ହୋଇ ନ ଥିଲା। ପରେ ସେ ୧୯୬୭ରେ ଜସଓ୍ବନ୍ତପୁର ଆସନରୁ ବିଧାୟକ ହୋଇଥିଲେ। ଏହାପରେ ସେ ପଛକୁ ଫେରି ଚାହିଁ ନ ଥିଲେ। ତିନିଥର ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇବର୍ଷ ପରେ ମୁମ୍ବାଇରେ ପାଳନ ହେବ ଦହି ହାଣ୍ଡି, ମୁଖ୍ୟମନ୍ତ୍ରୀ କହିଲେ ସାହସିକ ଖେଳ

ମୁମ୍ବାଇ,୧୯ ।୮: ଦେଶର ଅଧିକାଂଶ ଭାଗରେ ଶୁକ୍ରବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଉଛି । ଏମିତିତ ସାରା ଦେଶରେ ଜନ୍ମାଷ୍ଟମୀକୁ ଖୁବ ଧୁମଧାମରେ ପାଳନ କରାଯାଇଥାଏ...

ଉନ୍ନାଓ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ: କୁଲଦୀପଙ୍କୁ ଆଜୀବନ ଜେଲ, ୨୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୦।୧୨: ଶେଷରେ ଉନ୍ନାଓ ପୀଡ଼ିତାଙ୍କୁ ମିଳିଛି ନ୍ୟାୟ। ଶୁକ୍ରବାର ଦିଲ୍ଲୀର ତିସ୍‌ ହଜାରି କୋର୍ଟ ଭାରତୀୟ ଜନତା ପାର୍ଟି(ଭାଜପା)ର ବହିଷ୍କୃତ ବିଧାୟକ କୁଲଦୀପ ସେନ୍‌ଗାରଙ୍କୁ ଆଜୀବନ...

ନୂଆବର୍ଷର ପହିଲି ଦିନରେ ରୋଷେଇ ଘରେ ମହଙ୍ଗା ମାଡ଼: ବଢ଼ିଲା ରନ୍ଧନ ଗ୍ୟାସ୍‌ ଦାମ୍‌

ନୂଆଦିଲ୍ଲୀ,୧।୧: ନୂଆବର୍ଷର ପହିଲି ଦିନରେ ରୋଷେଇ ଘରେ ମହଙ୍ଗା ମାଡ଼ ହୋଇଛି। ବୁଧବାରଠାରୁ ରନ୍ଧନ ଗ୍ୟାସ୍‌ ଦାମ୍‌ ୧୯ ଟଙ୍କା ବଢ଼ିଛି। ଫଳରେ ଦିଲ୍ଲୀରେ ଅଣ-ସବସିଡ୍‌...

ନିକଟ ଭବିଷ୍ୟତରେ ଶାନ୍ତିର ସୂର୍ଯ୍ୟ ଉଦୟ ହେବ: ମଣିପୁର ଉପରେ ପ୍ରଧାନମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆମେ ମଣିପୁର ବିଷୟରେ ଆଲୋଚନା କରିବାକୁ ସର୍ବଦା...

ଭାରତମାତାର ବୀର ସନ୍ତାନଙ୍କୁ ଅନ୍ତିମ ବିଦାୟ

ଜୟପୁର,୫।୫: ଜମ୍ମୁ-କଶ୍ମୀରର ହନ୍ଦଓ୍ବାଡାରେ ହୋଇଥିବା ଏନ୍‌କାଉଣ୍ଟରରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ଲଢେଇ କରି ଶହୀଦ ହୋଇଥିବା କର୍ନେଲ ଆଶୁତୋଷ ଶର୍ମା ଓ ମେଜର ଅନୁଜ ସୁଦଙ୍କୁ...

ପୋଖରାନରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜନାଥ

ଜଇପୁର,୧୬।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ରାଜସ୍ଥାନର ପୋଖରାନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାରଣ ୧୯୯୮ରେ ବାଜପେୟୀ...

ମେ’ରେ ତାତି ୫୦ ଡିଗ୍ରୀ ଟପିବ, ପାଣିପାଗ ବିଭାଗର ପୂର୍ବାନୁମାନ…

ନୂଆଦିଲ୍ଲୀ, ୩୦।୪ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି ଯେ, ମେ’ ମାସରେ ଦେଶର ବହୁ ଅଞ୍ଚଳରେ ତାତି ୫୦ ଡିଗ୍ରୀ ସେଲସିୟସ୍‌...

ନକଲି ଔଷଧ ବିକ୍ରି: ୨୧ରାଜ୍ୟର ୨୦୯ଟି କମ୍ପାନୀ କରିଛନ୍ତି ସରକାରଙ୍କ ନୋଟିସ୍‌କୁ ଅଣଦେଖା

ନୂଆଦିଲ୍ଲୀ,୧।୭:ନକଲି ଔଷଧ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ସଂଗୃହିତ ତଥ୍ୟ ଅନୁଯାୟୀ ଗତ ଚାରି ବର୍ଷ ମଧ୍ୟରେ ୭୮ ଟି କମ୍ପାନୀକୁ ନକଲି...

Advertisement
Archives

Model This Week