Posted inଜାତୀୟ

ନିର୍ବାଚନ ନ ଲଢ଼ି ବିଧାୟକ ହୋଇଯାଇଥିଲେ ମୁଲାୟମ; ଜାଣନ୍ତୁ ତାଙ୍କ ରାଜନୀତିର କିଛି ରୋଚକ କଥା…

ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଚାଲିଛି। ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ରବିବାର ଅର୍ଥାତ ଫେବୃୟାରୀ ୨୦ରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଚଳିତ ଥର ୟୁପି ନିର୍ବାଚନରେ କେବଳ ଦୁଇଟି ଦଳ ମଧ୍ୟରେ ପ୍ରତିନ୍ଦ୍ୱନ୍ଦିତା ହେଉଥିବା କୁହାଯାଉଛି। ସେଥିରୁ ଗୋଟିଏ ହେଉଛି ଶାସକ ଭାଜପା, ଅନ୍ୟଟି ସମାଜବାଦୀ ପାର୍ଟି। ମୈନପୁରୀର କରହଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ସମାଜବାଦୀ ପାର୍ଟୀର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ନିର୍ବାଚନ ଲଢ଼ୁଛନ୍ତି। ସେହିଭଳି ତାଙ୍କ ଦାଦା ଶିବପାଲ ଯାଦବ ଜସଓ୍ବନ୍ତ ନଗର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତାକାଲି ଏହି ଦୁଇଟି ସ୍ଥାନରେ ନିର୍ବାଚନ ହେବ।

କହିରଖୁଛୁ ଯେ, ଜସଓ୍ବନ୍ତ ନଗର ହେଉଛି ସେହି ନିର୍ବାଚନମଣ୍ଡଳୀ ଯେଉଁଠାରୁ ସମାଜବାଦୀ ପାର୍ଟୀ ପୃଷ୍ଠପୋଷକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ପ୍ରଥମ ଥର ନିର୍ବାଚନ ଲଢ଼ିଥିଲେ। ପରେ ସେ ଏଠାରୁ ଅନେକ ଥର ବିଧାୟକ ହୋଇଥିଲେ। ସେବେଠାରୁ ଏହି ନିର୍ବାଚନମଣ୍ଡଳୀ ଯାଦବ ପରିବାରର ପାରମ୍ପରିକ ଆସନ ଭାବେ ପରିଗଣିତ ହୋଇଆସୁଛି। ହେଲେ ଏକ ସମୟ ଏପରି ଥିଲା ଯେତେବେଳେ ମୁଲାୟମ ନିର୍ବାଚନରେ ନ ଲଢ଼ି ବିଧାୟକ ହୋଇଥିଲେ।

ମୁଲାୟମ କଲେଜରେ ପଢ଼ୁଥିବା ବେଳେ ବନ୍ଧୁମାନେ ତାଙ୍କୁ ବିଧାୟକ(ଏମ୍‌ଏଲ୍‌ଏ) ବୋଲି ଡାକୁଥିଲେ। ସ୍ନେହରେ ଯାହାକୁ ସେମାନେ ବିଧାୟକ ବୋଲି ଡାକୁଛନ୍ତି, ସେ ବାସ୍ତବରେ ମୁଖ୍ୟମନ୍ତ୍ରୀ ହେବେ ବୋଲି କେହି ଭାବି ନ ଥିଲେ। କଲେଜରେ ପଢ଼ୁଥିବା ବଳେ ମୁଲାୟମ ସମାଜବାଦୀ ପାର୍ଟିର ଆଦର୍ଶ ଦ୍ୱାରା ଅନୁପ୍ରାଣୀତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ। ସେ ଛାତ୍ରସଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସଭାପତି ପାଲଟିଥିଲେ। ଏହି ସମୟରେ ହିଁ ସେ ରାମ ମନୋହର ଲୋହିଆ, ନାଥୁ ସିଂ ଏବଂ କମାଣ୍ଡର ଅର୍ଜୁନ ସିଂହ ଭଦୌରିଆଙ୍କ ଭଳି ବଡ଼ ନେତାଙ୍କ ପ୍ରିୟପାତ୍ର ହୋଇଥିଲେ।

ଛାତ୍ର ରାଜନୀତି ସହ ଜଡ଼ିତ ହେବା ସମୟରେ ସେ ଅନେକ ଆନ୍ଦେଳନର ମୁଖ୍ୟ ପୁରୋଧା ସାଜିଥିଲେ। ସେବେଠାରୁ ଆରମ୍ଭ ହୋଇଥିବା ରାଜନୀତି ପ୍ରକ୍ରିୟା ବନ୍ଦ ହୋଇ ନ ଥିଲା। ପରେ ସେ ୧୯୬୭ରେ ଜସଓ୍ବନ୍ତପୁର ଆସନରୁ ବିଧାୟକ ହୋଇଥିଲେ। ଏହାପରେ ସେ ପଛକୁ ଫେରି ଚାହିଁ ନ ଥିଲେ। ତିନିଥର ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?