ମୁକ୍ତା ଯୋଜନା,ଜାଗା ମିଶନରେ ବ୍ୟାପକ ଦୁର୍ନୀତି ହେଉଛି:ବିରୋଧୀ

ଭୁବନେଶ୍ବର,୨୯ା୩(ବ୍ୟୁରୋ: ବିଧାନସଭାରେ ମଙ୍ଗଳବାର ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ ଖର୍ଚ୍ଚଦାବି ଗୃହୀତ ହୋଇଛି। ଖର୍ଚ୍ଚଦାବି ଆଲୋଚନାରେ ଭାଗନେଇ ବିରୋଧୀ ସଦସ୍ୟମାନେ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ନିଜ ନିଜର ନିର୍ବାଚନମଣ୍ଡଳୀ ରେ ଜାଗା ମିଶନ ଏବଂ ମୁକ୍ତା ଯୋଜନା ଅନ୍ତର୍ଗତ ହେଉଥିବା ଦୁର୍ନୀତି କଥା ଉଠାଇ ବିରୋଧୀ ପ୍ରବଳ ବର୍ଷିଛନ୍ତି। ହେଲେ ମୁକ୍ତା ଯୋଜନା ମୁଖ୍ୟମନ୍ତ୍ରୀ କୋଭିଡ୍‌ ଭଳି ମହାମାରୀ ସମୟରେ କରିବା ଯୋଗୁ କେତେ ଲାଭ ହୋଇଛି ସେକଥା ବର୍ଣ୍ଣନା କରିବା ଆଳରେ ଶାସକ ଦଳ ସଦସ୍ୟମାନେ ବିରୋଧୀଙ୍କୁ ପାଲଟା ଟାର୍ଗେଟ କରିଛନ୍ତି।
ଏହି ଆଲୋଚନାରେ ପ୍ରଥମେ ଭାଗନେଇ ଭାଜପା ସଦସ୍ୟ ସୁକାନ୍ତ ନାଏକ ରାଜ୍ୟ ସରକାରଙ୍କ ମୁକ୍ତା ଏବଂ ଜାଗା ମିଶନକୁ ସିଧାସଲଖ ଟାର୍ଗେଟ କରିଛନ୍ତି। ଜାଗା ମିଶନରେ ବ୍ୟାପକ ଏପଟସେପଟ କରାଯାଉଛି। ମୁକ୍ତା ଯୋଜନାରେ ଦୁର୍ନୀତି ସୀମା ଲଙ୍ଘିଲାଣି। ସହରାଞ୍ଚଳରେ ଯେଉଁ ଷ୍ଟ୍ରିଟ୍‌ଲାଇଟ୍‌ ଲାଗୁଛି ସେଗୁଡ଼ିକ ଖରାପ ହେବାପରେ ତା’ର ରକ୍ଷଣାବେକ୍ଷଣ ହେଉ ନାହିଁ ବୋଲି ସେ କହିବା ସହିତ ସରକାରଙ୍କୁ ଗୁଡ଼େଇ ତୁଡ଼େଇ ଟାର୍ଗେଟ କରିଛନ୍ତି। ଶାସକ ଦଳ ସଦସ୍ୟ ପ୍ରତାପ ଜେନା କିନ୍ତୁ ସରକାର ଏହି ବିଭାଗ ମାଧ୍ୟମରେ ଅନେକ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଜରିଆରେ ଜମିପଟ୍ଟ ପ୍ରଦାନ କରୁଥିବା ସେ କହିଛନ୍ତି। ଏହାପରେ କଂଗ୍ରେସ ସଦସ୍ୟ ମହମ୍ମଦ ମୋକିମ ଏହି ବିଭାଗର ବଜେଟକୁ ସମର୍ଥନ କରି ନ ଥିବାବେଳେ କହିଛନ୍ତି, କଟକ ଭଳି ପୁରୁଣା ସହରରେ ଜାଗା ମିଶନ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଡ୍ରେନେଜ ସମସ୍ୟା ଦୂରକରିବାରେ ମଧ୍ୟ ଏ ସରକାର ବିଫଳ। ଏହାସହ ମୁକ୍ତା ଯୋଜନାକୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି। ଭାଜପା ସଦସ୍ୟ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ପୁରୀରେ ୪୫ ହଜାର ହୋଲ୍ଡିଂ ବାଲା ଅଛନ୍ତି। ପୁରୀ ସହରରେ ବ୍ୟାପକ ମାତ୍ରାରେ ସ୍ବେରେଜ ସମସ୍ୟା ରହିଛି। ଯେଉଁ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସରକାର କରିଛନ୍ତି ତାହା କାମ ଦେଉନାହିଁ। ଫଳରେ ସହର ଭିତରେ ବସବାସ କରୁଥିବା ଅନେକ ପରିବାର ସ୍ବେରେଜ ସମସ୍ୟା ଭିତରେ ଛନ୍ଦିହୋଇ ରହିଛନ୍ତି। ପ୍ରତିଦିନ ପୁରୀକୁ ୪ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି। ସେମାନେ ଆସିବା ଦ୍ୱାରା ପୁରୀରେ ଥିବା ହୋଟେଲ, ଲଜ୍‌ ଆଦି ବିଭିନ୍ନ ସ୍ଥାନ ଫୁଲ୍‌ ହୋଇ ରହୁଛି। ଯଦି ସରକାର ସବୁ ସ୍ଥାନରେ ସ୍ବେରେଜ ସମସ୍ୟା ଦୂର ନ କରନ୍ତି ତେବେ ଆଗକୁ ଭୟଙ୍କର ସ୍ଥିତି ହେବ। ସମସ୍ତେ କିପରି ସ୍ବେରେଜ ସଂଯୋଗ କରିବେ ସେଥିପ୍ରତି ଧ୍ୟାନଦେବା ଦରକାର। ସେହିପରି ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ଗୋଟିଏ ସ୍ଥାନରେ ୪୦ କୋଟି ଟଙ୍କାର ଟେଣ୍ଡର ହୋଇଛି। ହେଲେ ସେହି କାମ ପାଇଥିବା କଣ୍ଟ୍ରାକ୍ଟରଙ୍କୁ ଏ ପର୍ଯ୍ୟନ୍ତ ୮ କୋଟି ଟଙ୍କା ସରକାର ଦେଇଛନ୍ତି। ସେଥିଲାଗି କଣ୍ଟ୍ରାକ୍ଟର କାମ ମଧ୍ୟ କରିପାରୁ ନାହିଁ। ସେହିପରି ଏସ୍‌ଏଚ୍‌ଜି ମହିଳାଙ୍କୁ ୧୦ ଲକ୍ଷ ଟଙ୍କାରୁ ତଳକୁ ହେଲେ କାମ ଦିଆଯାଉଛି। ହେଲେ ଯେଉଁ ଉଦ୍ଦେଶ୍ୟରେ ଏସ୍‌ଏଚ୍‌ଜିଙ୍କୁ ସାମିଲ କରାଯାଉଛି ସେଥିରେ ସେମାନେ ସ୍ବାବଲମ୍ବୀ ହୋଇପାରିବେ ନାହିଁ। ପୁରୀରେ ଅନେକ ପାର୍କ କରାଗଲା। ହେଲେ କିଛିଦିନ ମଧ୍ୟରେ ସେହି ପାର୍କଗୁଡ଼ିକର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇଗଲାଣି। ସେଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉନାହିଁ। ସରକାର ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଜରିଆରେ ପୁରୀକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଉଛନ୍ତି ବୋଲି ଯାହା କହୁଛନ୍ତି ତାହା ମଧ୍ୟ ବାସ୍ତବରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଦିନରେ ୩ ଘଣ୍ଟା, ଅପରାହ୍ନରେ ୩ ଘଣ୍ଟା ପାଣି ଆସୁଛି। ନ ହେଲେ କେତେବେଳେ କହୁଛନ୍ତି ଲାଇନ ନାହିଁ ତ ଆଉ କେତେବେଳେ କହୁଛନ୍ତି ଅନ୍ୟ କିଛି ସମସ୍ୟା ହେଲା। ସେହିପରି ବସ୍ତିବାସିନ୍ଦାଙ୍କଠାରୁ ଟଙ୍କା ଆଦାୟକରି ଜମିପଟ୍ଟା ବଣ୍ଟାଯାଉଥିବା ସେ କହିଛନ୍ତି। ଶାସକ ଦଳ ସଦସ୍ୟ ରାଜେନ୍ଦ୍ର ସାହୁ କହିଛନ୍ତି, ଜାଗା ମିଶନରେ ଲକ୍ଷେ ୭୩ ହଜାର ଲୋକ ସରକାରୀ ପ୍ରମାଣପତ୍ର ପାଇଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ କେଉଁ ବସ୍ତିବାସିନ୍ଦାଙ୍କ ଘର ଉପରେ ବୁଲ୍‌ଡୋଜର ଚଢ଼ାଇ ନାହାନ୍ତି କି କେଉଁଠି ଏଭିକସନ୍‌ କରିନାହାନ୍ତି। ପ୍ରଥମେ ବସ୍ତିବାସିନ୍ଦାଙ୍କ ଲାଗି ଥଇଥାନ ବ୍ୟବସ୍ଥା କରାଯାଇଛି, ତା’ପରେ ଆଉ ଯାହା ହୋଇଛି। ତେବେ ଖୋର୍ଦ୍ଧା ଜିଲାରେ ୨୩ଟି ବସ୍ତି ୫୦ ଏକର ଜମି ଉପରେ ରହିଛନ୍ତି। ସେମାନଙ୍କ ଲାଗି ବ୍ୟବସ୍ଥା କରିଦେଲେ ୧୦ ଏକର ଜାଗାରେ ସେମାନେ ଥଇଥାନ ହୋଇଯିବେ। ଏହା କଲେ ଭଲ ହେବ ବୋଲି ସେ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ କୋଭିଡ୍‌ ମହାମାରୀ ସମୟରେ ମୁକ୍ତା ଯୋଜନା ଆରମ୍ଭ କରି ଅନେକ କର୍ମନିଯୁକ୍ତି ସୃଷ୍ଟି କରିଥିବା ସେ କହିଛନ୍ତି। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଏହି ବିଭାଗ ୨୩ ବର୍ଷ ହେଲା ଏକ୍‌ଜୁକ୍ୟୁଟିଭ ଅଫିସରଙ୍କୁ କ୍ୟାଡର କରିପାରି ନାହାନ୍ତି। ଅନ୍ୟ ରାଜ୍ୟରେ ଏହା କାର୍ଯ୍ୟକାରୀ କରାଯାଇସାରିଛି। ହେଲେ ଅନ୍ୟ ରାଜ୍ୟରୁ ଆଇଏଏସ୍‌ ଅଫିସର ମାଗି ଆଣି ଚଳାଉଛନ୍ତି। ମନ୍ତ୍ରୀଙ୍କୁ ଗଣମାଧ୍ୟମ ଯେତେବେଳେ ପଚାରୁଛି ଆଜି କ୍ୟାବିନେଟ୍‌ ନିଷ୍ପତ୍ତି କ’ଣ ହେଲା ସେ ପ୍ରିନ୍ସିପାଲ ସେକ୍ରେଟାରିଙ୍କୁ ପଚାରି କହିବେ ବୋଲି କହୁଛନ୍ତି। ଗାର୍ବେଜ ଲିଫ୍ଟିଂରେ ବ୍ୟାପକ ଦୁର୍ନୀତି ହୋଇଛି। ବନ୍ଦରରେ ଦଳ ସଫା ଦାୟିତ୍ୱ ମହିଳାମାନଙ୍କୁ ଦିଆଗଲା। ଏହା କିପରି ସମ୍ଭବ। ଏହି ଦୁର୍ନୀତିର ତଦନ୍ତ ହେଲା ନାହିଁ। ଡିଏଲ୍‌ଆର୍‌ଙ୍କୁ ସ୍ଥାୟୀ କରାଯାଉନାହିଁ। କଣ୍ଟାବାଞ୍ଜି ସହରରେ ଷ୍ଟ୍ରିଟ୍‌ ଲାଇଟ୍‌ ଖରାପ ହେବା ସତ୍ତ୍ୱେ ସେଗୁଡିକର ମରାମତି କରୁନାହାନ୍ତି ବୋଲି ସେ କହିଛନ୍ତି। ଭାଜପା ସଦସ୍ୟ ସୁବାସ ପାଣିଗ୍ରାହୀ ଦେବଗଡ଼ ମ୍ୟୁନିସିପାଲିଟି ଅଧ୍ୟକ୍ଷ ବିନା କାହା ସହ ଆଲୋଚନାରେ ଯାହା ଚାହୁଁଛନ୍ତି କରୁଛନ୍ତି। କାହା ସହିତ ଆଲୋଚନା ମଧ୍ୟ କରୁନାହାନ୍ତି। ସେ କ’ଣ ଏତେ କ୍ଷମତାଶାଳୀ କି ବୋଲି ସୁବାସ ପ୍ରଶ୍ନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ତାରାପ୍ରସାଦ ବାହିନୀପତି, ନାଉରି ନାଏକ, ସଞ୍ଜୀବ କୁମାର ମଲିକ, ଅଧୀରାଜ ପାଣିଗ୍ରାହୀ, କୁସୁମ ଟେଟେ, ଧ୍ରୁବ ଚରଣ ସାହୁ, ନବଚରଣ ମାଝି, କିଶୋର ଚନ୍ଦ୍ର ନାଏକ, ନିତ୍ୟାନନ୍ଦ ଗଣ୍ଡ, ପ୍ରକାଶ ଚନ୍ଦ୍ର ସୋରେନ ପ୍ରମୁଖ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri